Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Trump on Khamenei / ଟ୍ରମ୍ପଙ୍କ ଦାବି 'ମୋତେ ମାରିବାକୁ ଦୁଇଥର ଷଡ଼ଯନ୍ତ୍ର କରିଥିଲେ ଖାମେନେଇ, ମୁଁ କରିଦେଲି ସଫା'

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଟ୍ରମ୍ପଙ୍କ ଦାବି 'ମୋତେ ମାରିବାକୁ ଦୁଇଥର ଷଡ଼ଯନ୍ତ୍ର କରିଥିଲେ ଖାମେନେଇ, ମୁଁ କରିଦେଲି ସଫା'
Trump’s Explosive Claim

Key Points

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ମୋତେ ମାରିବା ଲାଗି ଅଲୀ ଖାମେନେଇ ଦୁଇ ଦୁଇଥର ପ୍ରୟାସ କରିଥିଲେ । ତେଣୁ ମୋତେ ମାରିବା ଆଗରୁ ମୁଁ ପ୍ରଥମେ ଖାମେନେଇଙ୍କୁ ସଫା କରିଦେଲି ।"
ୱାଶିଂଟନ୍: ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ପରେ ଟ୍ରମ୍ପଙ୍କ ବଡ଼ ଦାବି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ ଆଣି କହିଛନ୍ତି, "ମୋତେ ମାରିବା ଲାଗି ଅଲୀ ଖାମେନେଇ ଦୁଇ ଦୁଇଥର ପ୍ରୟାସ କରିଥିଲେ । ତେଣୁ ମୋତେ ମାରିବା ଆଗରୁ ମୁଁ ପ୍ରଥମେ ଖାମେନେଇଙ୍କୁ ସଫା କରିଦେଲି ।"

ରବିବାର ସନ୍ଧ୍ୟାରେ ଆମେରିକାର ଏବିସି ନ୍ୟୁଜ୍‌କୁ ପ୍ରତିକ୍ରିୟା ଦେଇ ଏଭଳି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କୁ ଖାମେନେଇଙ୍କ ମୃତ୍ୟୁ ନେଇ ପ୍ରଶ୍ନ କରିଥିଲେ ସାମ୍ବାଦିକ । ଯାହାର ଉତ୍ତରରେ ଟ୍ରମ୍ପ କହିଛନ୍ତି, "ମୋତେ ମାରିବାକୁ ସେ ଦୁଇ ଦୁଇଥର ପ୍ରୟାସ କରିଥିଲେ, ମୁଁ ପ୍ରଥମେ ରାସ୍ତାରୁ ହଟାଇ ଦେଲି ।"

ଏଥିସହ ପଢ଼ନ୍ତୁ: ଇରାନ ନେଲା ବଡ଼ ପ୍ରତିଶୋଧ; ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଘନ ଘନ ମିସାଇଲ୍ ମାଡ଼

ଏପରିକି ୨୦୨୪ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ପାଇଁ ଖାମେନେଇ ପ୍ରୟାସ କରିଥିବା ସେ ଦାବି କରିଛନ୍ତି । ଏପରିକି ଇତିହାସରେ ଖାମେନେଇ ସବୁଠୁ ଦୁଷ୍ଟ ବ୍ୟକ୍ତି ବୋଲି ଟ୍ରମ୍ପ ଅଭିହିତ କରିଛନ୍ତି । ଖାମନେଇଙ୍କ ମୃତ୍ୟୁ କେବଳ ଇରାନ ନାଗରିକଙ୍କୁ ନ୍ୟାୟ ଦେଇନି ବରଂ ଆମେରିକୀୟଙ୍କୁ ମହାନ କରିଥିବା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ପୂର୍ବରୁ ଆମେରିକୀୟ ଗୁଇନ୍ଦା ସଂସ୍ଥାର ଦାବି କରିଥିଲା ଯେ, ଇରାନ ସରକାର ଟ୍ରମ୍ପଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଛନ୍ତି । ଯାହାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଟ୍ରମ୍ପ ଏଭଳି ରୋଚକ ଉତ୍ତର ଦେଇଛନ୍ତି । କହିଛନ୍ତି, "ଆକ୍ରମଣ ବହୁତ ସଠିକ୍ ଓ ସଫଳ ଥିଲା । ଆକ୍ରମଣରେ ଏକାଧିକ ଅଧିକାରୀ ଓ ସମ୍ଭାବ୍ୟ ଉତ୍ତରାଧିକାରୀ ମଧ୍ୟ ନିହତ ହୋଇଛନ୍ତି । ଆମେ ଯେଉଁମାନଙ୍କୁ ଟାର୍ଗେଟ୍ କରିଥିଲୁ, ସମସ୍ତେ ନିହତ ହୋଇଛନ୍ତି ।"

କେତେ ଲମ୍ବା ଚାଲିବ ଯୁଦ୍ଧ ?

ଇରାନ ସହ ଯୁଦ୍ଧ କେତେ ଲମ୍ବା ଚାଲିବ ? ଏ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି, "ଆରମ୍ଭରୁ ଆଶା କରୁଥିଲି ଯୁଦ୍ଧ ୪ରୁ ୫ ସପ୍ତାହ ମଧ୍ୟରେ ସରିଯିବ ।" କିନ୍ତୁ ଏବେ ଯୁଦ୍ଧ ଆବଶ୍ୟକ ପଡ଼ିଲେ ଦୀର୍ଘ ସମୟ ଚାଲିବା ନେଇ ସଂକେତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ବଡ଼ ବୟାନ: ଆହୁରି ୪ ସପ୍ତାହ ଚାଲିବ ଯୁଦ୍ଧ

ସେ ଆହୁରି କହିଛନ୍ତି, "ବିଗତ କିଛି ସୈନ୍ୟ ଅପରେସନ୍ ଯେଭଳି ଭେନେଜୁଏଲା, ୨୦୨୫ରେ ଇରାନ ଓ ଏବେର ସୈନ୍ୟ କାର୍ଯ୍ୟାନୁଷ୍ଠାନରେ ଆମେରିକାର ମାତ୍ର ୩ ଜଣ ଯବାନ ସହିଦ ହୋଇଛନ୍ତି । ଏହା ହେଉଛି ଆମେରିକାର କମାଲ୍ ।"

ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଫେବ୍ରୁଆରୀ ୨୮ ତାରିଖରେ ଇରାନ୍‌ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣର ପ୍ରଥମ ଦିନରେ ଇସ୍ରାଏଲ୍ ତେହରାନରେ ଅୟାତୁଲ୍ଲା ଅଲୀ ଖାମେନେଇଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ବୋମାବର୍ଷା କରିଥିଲା । ଯେଉଁଥିରେ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ରବିବାର ରାତିରେ ଇରାନ ସୋସିଆଲ୍ ମିଡିଆରେ ସୂଚନା ଦେଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trump Claims Khamenei Tried to Kill Him Twice | Argus News | Argus News