Drive Through Mall / ବିଶ୍ବର ସବୁଠୁ ନିଆରା ମଲ୍, ଯେଉଁଠି କାରରୁ ନ ଓହ୍ଲାଇ କରିପାରିବେ ସପିଂ
·9 months ago·2 min read

Key Points
ଦୁବାଇ ପୁଣି କଲା କମାଲ !
ଭବିଷ୍ୟତର ମଲ୍ ଦେଖିବାକୁ ହୋଯାଆନ୍ତୁ ପ୍ରସ୍ତୁତ
କାରରୁ ନ ଓହ୍ଲାଇ କରିପାରିବେ ସପିଂ

ଦୁବାଇ । ଏବେ ପାଲଟିଛି ସମସ୍ତଙ୍କ ସ୍ବପ୍ନର ସହର । ସମସ୍ତେ ଚାହାନ୍ତି ଥରେ ନା ଥରେ ଦୁବାଇ ଯିବାକୁ । ଆଉ ଯଦି ଆପଣ ଭାବୁଛନ୍ତି ଆଗକୁ ଦୁବାଇରେ କ'ଣ ଦେଖିବାକୁ ମିଳିବ । ତେବେ ଆଉ କିଛି ବର୍ଷ ଅପେକ୍ଷା କରନ୍ତୁ । କାହିଁକି ନା ମରୁଭୂମିର ହୃଦୟରେ ଅବସ୍ଥିତ ଏହି ସହର ପୁଣି ଥରେ ବିଶ୍ବକୁ ଚମକାଇ ଦେବ । ଦୁବାଇରେ ଖୁବ୍ ଶୀଘ୍ର ବିଶ୍ୱର ପ୍ରଥମ 'ଡ୍ରାଇଭ୍-ଥ୍ରୁ ମଲ୍' ଖୋଲିବାକୁ ଯାଉଛି । ଯାହାର ନାଁ ରହିବ ଦୁବାଇ ସ୍କୋୟାର । ଏହି ମଲ୍ଟି ଆଗାମୀ ତିନି ବର୍ଷ ମଧ୍ୟ ଖୋଲିବ ବୋଲି ଆଶା କରାଯାଉଛି ।
ଏହି ମଲ୍ କେବଳ ଏକ ସପିଂ ଗନ୍ତବ୍ୟସ୍ଥଳ ନୁହେଁ । ବରଂ ପରବର୍ତ୍ତୀ ସମୟରେ ସବୁଠାରୁ ବଡ଼ ପର୍ଯ୍ୟଟନ ସ୍ଥଳୀ ହେବ । ଯାହା ଆପଣଙ୍କୁ ବିଳାସପୂର୍ଣ୍ଣ ସପିଂ, ଡାଇନିଂ ଏବଂ ଦର୍ଶନୀୟ ସ୍ଥାନର ଏକ ସମ୍ପୂର୍ଣ୍ଣ ନୂତନ ଅଭିଜ୍ଞତା ପ୍ରଦାନ କରିବ । ଏହି ଅନନ୍ୟ ମଲ୍ କ୍ରେତାମାନଙ୍କ ପାଇଁ ଏକ ସୁବିଧାଜନକ ଏବଂ ନୂଆ ଅଭିଜ୍ଞତା ଦେବ ବୋଲି ପ୍ରତିଶ୍ରୁତି ଦେଉଛି ।
ଏହି 'ଡ୍ରାଇଭ୍-ଥ୍ରୁ ମଲ୍' କାହିଁକି ସ୍ୱତନ୍ତ୍ର?
ଦୁବାଇ ସ୍କୋୟାରର ସବୁଠୁ ସ୍ବତନ୍ତ୍ର ହେଉଛି ଏହାର ଆକାର ଏବଂ ଡ୍ରାଇଭ୍-ଥ୍ରୁ'ର କନସେପ୍ଟ । ଏହା ୨୬ ଲକ୍ଷ ବର୍ଗ ମିଟରରେ ନିର୍ମିତ ଏକ ବିଶାଳ ପ୍ରକଳ୍ପ । ଏହି ମଲ୍ ଡାଉନ୍ଟାଉନ୍ ଦୁବାଇ ଅପେକ୍ଷା ତିନି ଗୁଣ ବଡ଼ ହେବ । ଏହି ମଲ୍କୁ ନିର୍ମାଣ କରୁଥିବା କମ୍ପାନୀ 'ଏମାର ପ୍ରପର୍ଟିଜ୍'ର ପ୍ରତିଷ୍ଠାତା ମହମ୍ମଦ ଅଲି ଆଲାବ୍ଦାର ତାଙ୍କ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପରେ ୧୮୦ ବିଲିୟନ ଅଷ୍ଟ୍ରେଲିଆ ଡଲାର ନିବେଶ କରାଯାଇଛି ।
ଏହି ମଲ୍କୁ ଆସୁଥିବା ଲୋକମାନେ ସେମାନଙ୍କ କାର କିମ୍ବା ଇଲେକ୍ଟ୍ରିକ୍ ଗାଡ଼ିରେ ବସି ମଲ୍ର ବିଭିନ୍ନ ଅଂଶକୁ ଆରାମରେ ଯାଇପାରିବେ ଏବଂ ବୁଲିପାରିବେ । ସେହି ଭଳି ଭାବେ ଏହାକୁ ଡିଜାଇନ୍ କରାଯାଇଛି । ଆରବିଆନ୍ ବିଜନେସ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଇଲେକ୍ଟ୍ରିକ୍ ଯାନ (EV) ପାଇଁ ଉତ୍ସର୍ଗୀକୃତ ଚାର୍ଜିଂ ଏବଂ ଡ୍ରାଇଭିଂ ଭିତ୍ତିଭୂମି ବିକଶିତ କରାଯାଉଛି। ଏହାର ଅର୍ଥ ହେଉଛି ଏହି ମଲ୍ ଭିତରେ ଆପଣଙ୍କୁ ଆପଣଙ୍କ ଯାନରୁ ବାହାରକୁ ଯିବାକୁ ମଧ୍ୟ ପଡ଼ିବ ନାହିଁ।

ଅଧିକ ପଢ଼ନ୍ତୁ: ଟ୍ରମ୍ପ ଦେଲେ ଚେତାବନୀ, ତୃତୀୟ ବିଶ୍ବଯୁଦ୍ଧର ରୂପ ନେଇପାରେ ଋଷ-ୟୁକ୍ରେନ୍ ଯୁଦ୍ଧ
ଏହି ମଲ୍କୁ ଆସୁଥିବା ଲୋକମାନେ ସେମାନଙ୍କ କାର କିମ୍ବା ଇଲେକ୍ଟ୍ରିକ୍ ଗାଡ଼ିରେ ବସି ମଲ୍ର ବିଭିନ୍ନ ଅଂଶକୁ ଆରାମରେ ଯାଇପାରିବେ ଏବଂ ବୁଲିପାରିବେ । ସେହି ଭଳି ଭାବେ ଏହାକୁ ଡିଜାଇନ୍ କରାଯାଇଛି । ଆରବିଆନ୍ ବିଜନେସ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଇଲେକ୍ଟ୍ରିକ୍ ଯାନ (EV) ପାଇଁ ଉତ୍ସର୍ଗୀକୃତ ଚାର୍ଜିଂ ଏବଂ ଡ୍ରାଇଭିଂ ଭିତ୍ତିଭୂମି ବିକଶିତ କରାଯାଉଛି। ଏହାର ଅର୍ଥ ହେଉଛି ଏହି ମଲ୍ ଭିତରେ ଆପଣଙ୍କୁ ଆପଣଙ୍କ ଯାନରୁ ବାହାରକୁ ଯିବାକୁ ମଧ୍ୟ ପଡ଼ିବ ନାହିଁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ବିଶାଳ ପ୍ରକଳ୍ପ ହେଉଛି ବୃହତ୍ ଦୁବାଇ କ୍ରିକ୍ ହାର୍ବର ପ୍ରକଳ୍ପର କେନ୍ଦ୍ରବିନ୍ଦୁ । ଯେଉଁଥିରେ ହୋଟେଲ, ଆବାସିକ ୟୁନିଟ୍ ଏବଂ ଏକ ମନୋରମ ବେଳାଭୂମି ବିକାଶ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପରେ ୭୪ ଲକ୍ଷ ବର୍ଗ ମିଟରର ଏକ ବିସ୍ତୃତ ଆବାସିକ ଅଞ୍ଚଳ ଏବଂ ପ୍ରାୟ ପାଞ୍ଚ ଲକ୍ଷ ବର୍ଗ ମିଟର ସବୁଜ ସ୍ଥାନ ଅନ୍ତର୍ଭୁକ୍ତ ।
ସରଳ ଭାବରେ କହିବାକୁ ଗଲେ ଆପଣ ଏଠାରେ କେବଳ ବଜାର ପାଇବେ ନାହିଁ । ବରଂ ସୁନ୍ଦର, ଖୋଲା ରାସ୍ତା ଏବଂ ପ୍ରଚୁର ସବୁଜ ପରିବେଶ ମଧ୍ୟ ପାଇବେ । ଯାହା ସମୁଦ୍ର କୂଳର ସ୍ମୃତିକୁ ମନେ ପକାଇଥାଏ । ସମଗ୍ର ଅଞ୍ଚଳକୁ ରହିବା, ଯାତ୍ରା କରିବା ପାଇଁ ଏକ ଉପଯୁକ୍ତ ସ୍ଥାନ ଭାବରେ ଡିଜାଇନ୍ କରାଯାଉଛି ।

Related Topics
Explore more stories