Emergency Landing Florida / ଅବତରଣ ବେଳେ କାର୍ ସହ ଧକ୍କା ହେଲା ବିମାନ, ଭାଇରାଲ ହେଲା ଛାତିଥରା VIDEO
·7 months ago·2 min read

Key Points
ଫ୍ଲୋରିଡାରେ ଅବିଶ୍ୱସନୀୟ ଦୃଶ୍ୟ
ରାଜପଥରେ ବିମାନ ଅବତରଣ
କାରକୁ ଧକ୍କା ଦେଲା ବିମାନ
ରାଜପଥରେ ବିମାନ ଅବତରଣ
କାରକୁ ଧକ୍କା ଦେଲା ବିମାନ
ରାଜରାସ୍ତାରେ ଚାଲୁଥିବା ଏକ କାରକୁ ଧକ୍କା ଦେଲା ବିମାନ । ଏହା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ । ସୋମବାର ସନ୍ଧ୍ୟାରେ ଆମେରିକାର ଫ୍ଲୋରିଡା ରାଜ୍ୟ ମେରିଟ୍ ଦ୍ୱୀପ ନିକଟରେ ବ୍ୟସ୍ତ ବହୁଳ I-95 ରାଜପଥରେ ଜରୁରୀକାଳୀନ ଅବତରଣ କରିଥିଲା ଏକ ବିମାନ । ଆଉ ଏର୍ମଜେନ୍ସୀ ଲ୍ୟାଣ୍ଡିଂ କରୁଥିବା ସମୟରେ ଏହି ବିମାନଟି ରାସ୍ତାରେ ଯାଉଥିବା ଏକ କାରକୁ ଧକ୍କା ଦେଇଥିଲା । ମଝି ଆକାଶରେ ବିମାନରେ ବୈଷୟିକ ସମସ୍ୟା ଦେଖାଦେବାରୁ ପାଇଲଟ୍ ରାଜପଥରେ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଭିଡ଼ ରାସ୍ତାରେ ଅବତରଣ କରିବା ସମୟରେ ବିମାନଟି ଏକ ୨୦୨୩ ମଡେଲର ଟୟୋଟା କାର ସହିତ ଧକ୍କା ହୋଇଥିଲା ।
ବିମାନଟି ବିଚ୍କ୍ରାଫ୍ଟ ୫୫ ମଡେଲର ଥିଲା । ଯେଉଁଥିରେ ୨୭ ବର୍ଷୀୟ ପାଇଲଟ୍ ଏବଂ ତାଙ୍କ ସାଥୀ ଥିଲେ । କିନ୍ତୁ ଏହି ଦୁର୍ଘଟଣାରେ ଉଭୟ ସୁରକ୍ଷିତ ଅଛନ୍ତି । ଫ୍ଲୋରିଡା ହାଇୱେ ପାଟ୍ରୋଲ୍ (FHP) ଅନୁଯାୟୀ, ବିମାନର ଉଭୟ ଇଞ୍ଜିନ୍ ହଠାତ୍ ପାଓ୍ବାର ଲେସ୍ ହୋଇଯିବାରୁ ପାଇଲଟ୍ ରାସ୍ତାରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ ।
ସେହିପରି ଟୟୋଟା କାର ଚଲାଉଥିବା ୫୭ ବର୍ଷୀୟ ମହିଳା ସାମାନ୍ୟ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ରାଜପଥରେ ପ୍ରବଳ ଯାତାୟାତ ସମୟରେ ସୋମବାର ସନ୍ଧ୍ୟା ପ୍ରାୟ ୫:୪୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା । କାର ସହ ଧକ୍କା ପରେ ବିମାନଟି ରାସ୍ତାରେ ଅଟକି ଯାଇଥିଲା । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କିତ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଦୁର୍ଘଟଣା ପରେ ୨୦୧ ମାଇଲ୍ ମାର୍କର ନିକଟରେ I-95ର ଦକ୍ଷିଣ ଦିଗକୁ ଯାଉଥିବା ଲେନ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଉଦ୍ଧାର ଏବଂ ରିଲିଫ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ରାସ୍ତା କିଛି ଘଣ୍ଟା ପାଇଁ ବନ୍ଦ ରହିବା ପରେ ସକାଳ ପ୍ରାୟ ୯ଟାରେ ଖୋଲିଥିଲା ।
ମିଳିଥିବା ସୂଚନା ଅନୁସାରେ, ସେହି ଦିନ ଫ୍ଲୋରିଡାରେ ଏହା ଦ୍ବିତୀୟ ବିମାନ ଦୁର୍ଘଟଣା ଥିଲା । ଏହା ପୂର୍ବରୁ ଏକ Cessna 172 ବିମାନ ଅର୍ଲାଣ୍ଡୋରୁ ୪୬ ମାଇଲ ଦୂରରେ ଡିଲ୍ୟାଣ୍ଡରେ ଜରୁରୀକାଳୀନ ଅବତରଣ କରିଥିଲା । ଏଥିରେ ଥିବା ଦୁଇ ଜଣ ଆହତ ହୋଇଥିଲେ, କିନ୍ତୁ ଉଭୟଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍, ଅଷ୍ଟ୍ରେଲିଆ ସରକାରଙ୍କ ଐତିହାସିକ ନିଷ୍ପତ୍ତି
ସେହିପରି ଟୟୋଟା କାର ଚଲାଉଥିବା ୫୭ ବର୍ଷୀୟ ମହିଳା ସାମାନ୍ୟ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ରାଜପଥରେ ପ୍ରବଳ ଯାତାୟାତ ସମୟରେ ସୋମବାର ସନ୍ଧ୍ୟା ପ୍ରାୟ ୫:୪୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା । କାର ସହ ଧକ୍କା ପରେ ବିମାନଟି ରାସ୍ତାରେ ଅଟକି ଯାଇଥିଲା । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କିତ ପରିସ୍ଥିତି ସୃଷ୍ଟି ହୋଇଥିଲା ।
INSANE footage: plane lands RIGHT on a car in Brevard County, Florida https://t.co/u8Va7MENN3 pic.twitter.com/TXM1NI41vY
— RT (@RT_com) December 9, 2025
ଦୁର୍ଘଟଣା ପରେ ୨୦୧ ମାଇଲ୍ ମାର୍କର ନିକଟରେ I-95ର ଦକ୍ଷିଣ ଦିଗକୁ ଯାଉଥିବା ଲେନ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଉଦ୍ଧାର ଏବଂ ରିଲିଫ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ରାସ୍ତା କିଛି ଘଣ୍ଟା ପାଇଁ ବନ୍ଦ ରହିବା ପରେ ସକାଳ ପ୍ରାୟ ୯ଟାରେ ଖୋଲିଥିଲା ।
ମିଳିଥିବା ସୂଚନା ଅନୁସାରେ, ସେହି ଦିନ ଫ୍ଲୋରିଡାରେ ଏହା ଦ୍ବିତୀୟ ବିମାନ ଦୁର୍ଘଟଣା ଥିଲା । ଏହା ପୂର୍ବରୁ ଏକ Cessna 172 ବିମାନ ଅର୍ଲାଣ୍ଡୋରୁ ୪୬ ମାଇଲ ଦୂରରେ ଡିଲ୍ୟାଣ୍ଡରେ ଜରୁରୀକାଳୀନ ଅବତରଣ କରିଥିଲା । ଏଥିରେ ଥିବା ଦୁଇ ଜଣ ଆହତ ହୋଇଥିଲେ, କିନ୍ତୁ ଉଭୟଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories