Imran Khan Son Warning / ପାକିସ୍ତାନ ସରକାରକୁ ଇମ୍ରାନ ଖାନଙ୍କ ପୁଅଙ୍କ ଚେତାବନୀ, 'ଯଦି ତାଙ୍କର କିଛି ହୁଏ ତେବେ...'
·7 months ago·2 min read

Key Points
ପାକିସ୍ତାନ ସରକାରକୁ କାସିମଙ୍କ ଚେତାବନୀ — ‘ଯଦି ବାପାଙ୍କ ସହ କିଛି ହୁଏ, ଦାୟୀ ଆପଣମାନେ !
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲ ଯିବାର ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି । ସେ ପ୍ରାୟ ୮୪୫ ଦିନ ଧରି ଜେଲରେ ଅଛନ୍ତି । ତାଙ୍କ ପରିବାରକୁ ତାଙ୍କୁ ଭେଟିବାକୁ ଅନୁମତି ନାହିଁ କିମ୍ବା କୌଣସି ପିଟିଆଇ ନେତାଙ୍କୁ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଉ ନାହିଁ । ଏହାରି ମଧ୍ୟରେ ପାକିସ୍ତାନର ଆଦିଆଲା ଜେଲ୍ ବାହାରେ ବିଳମ୍ବିତ ରାତିରେ ଏକ ଡ୍ରାମା ଦେଖିବାକୁ ମିଳିଥିଲା ।
ସେହପରି ଇମ୍ରାନ ଖାନଙ୍କ ପୁଅ କାସିମ ଖାନଙ୍କ ଏକ ପୋଷ୍ଟ ଏହି ମାମଲାକୁ ଆହୁରି ସରଗରମ କରିଛି । ସୋସିଆଲ ମିଡିଆରେ ଇମ୍ରାନ ଖାନଙ୍କ ପୁଅଙ୍କ ଏକ ପୋଷ୍ଟ ପ୍ରକାଶ ପାଇବା ପରେ ଦେଶର ଅନେକ ସ୍ଥାନରେ ଅଶାନ୍ତିର ମାହୋଲ ଦେଖିବାକୁ ମିଳିଛି ।
ବ୍ରିଟେନରେ ରହୁଥିବା କାସିମ ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଯେ ଇମ୍ରାନ ଖାନଙ୍କୁ ଗତ ଛଅ ସପ୍ତାହ ଧରି ଏପରି ସ୍ଥାନରେ ରଖାଯାଇଛି, ଯେଉଁଠାରେ ତାଙ୍କୁ କାହାରି ସହିତ ଯୋଗାଯୋଗ କରିବାକୁ ଅନୁମତି ନାହିଁ । ଏମିତିକି ତାଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଉନାହିଁ। ସେ ଏହା ମଧ୍ୟ ଲେଖିଛନ୍ତି ଯେ ତାଙ୍କ ପିତା ଜୀବିତ ଅଛନ୍ତି ବୋଲି ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ । ଏହି ବୟାନ ରାଜନୈତିକ ଝଡ଼ ସୃଷ୍ଟି କରିଛି। କାସିମ ଏବଂ ତାଙ୍କ ଭାଇ ସାଧାରଣତଃ ରାଜନୀତିରୁ ଦୂରରେ ରୁହନ୍ତି, କିନ୍ତୁ ଏଥର ପରିସ୍ଥିତି ସେମାନଙ୍କୁ ଖୋଲାଖୋଲି ଭାବରେ ସାମ୍ନାକୁ ଆସିବାକୁ ବାଧ୍ୟ କରିଛି।
କାସିମ ଇମ୍ରାନ ଖାନଙ୍କ ପ୍ରକୃତ ଅବସ୍ଥା ଜାଣିବା ପାଇଁ ପାକିସ୍ତାନ ଉପରେ ଚାପ ପକାଇବାକୁ ଜାତିସଂଘ, ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ଏବଂ ବିଶ୍ବର ଗଣତାନ୍ତ୍ରିକ ସରକାରଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଯଦି ଇମ୍ରାନ ଖାନଙ୍କ ସହିତ କିଛି ଅପ୍ରୀତିକର ଘଟେ, ତେବେ ପାକିସ୍ତାନ ସରକାର ସିଧାସଳଖ ଦାୟୀ ରହିବେ।
ପାକିସ୍ତାନର ରାୱଲପିଣ୍ଡିର ଆଦିଆଲା ଜେଲ ବାହାରେ ମଧ୍ୟରାତ୍ରିରେ ହାଇ-ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା । ଇମ୍ରାନ ଖାନଙ୍କୁ ଭେଟିବାକୁ ଦାବି କରି ଖାଇବର ପଖତୁନଖ୍ୱା ପ୍ରଦେଶର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ଗତକାଲି ସନ୍ଧ୍ୟାରୁ ଆଦିଆଲା ଜେଲ ବାହାରେ ଧାରଣା ଦେଇଛନ୍ତି।
ସରକାର ଏବଂ ଜେଲ ପ୍ରଶାସନର ସ୍ପଷ୍ଟୀକରଣ
ଅନ୍ୟପଟେ ଇମ୍ରାନ ଖାନଙ୍କୁ ନେଇ ସରକାରଙ୍କ ମତ ସମ୍ପୂର୍ଣ୍ଣ ବିପରୀତ । ଜେଲ ପ୍ରଶାସନ କହିଛି ଯେ, ଇମ୍ରାନ ଖାନଙ୍କୁ ହଇରାଣ କରାଯାଉନାହିଁ । ସେମାନଙ୍କ ଅନୁଯାୟୀ, ଇମ୍ରାନ ଜେଲରେ ଏପରି ସୁବିଧା ପାଉଛନ୍ତି ଯାହା କୌଣସି ସାଧାରଣ କଏଦୀଙ୍କୁ ଉପଲବ୍ଧ ନୁହେଁ । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏପରିକି କହିଛନ୍ତି ଯେ ଇମ୍ରାନଙ୍କୁ ସ୍ୱତନ୍ତ୍ର ଖାଦ୍ୟ, ଜିମ୍ ସୁବିଧା ଏବଂ ଆରାମଦାୟକ ରହଣି ବ୍ୟବସ୍ଥା ଯୋଗାଇ ଦିଆଯାଇଛି ।
ଦୀର୍ଘ ସମୟ ଧରି ଉତ୍ତେଜନା ପରେ ଜେଲ ପ୍ରଶାସନ ଆଶ୍ୱାସନା ଦେଇଥିଲା ଯେ ଇମ୍ରାନ ଖାନଙ୍କ ଭଉଣୀ ଅଲିମା ଖାନ ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ତାଙ୍କୁ ଭେଟିବାକୁ ଅନୁମତି ଦିଆଯିବ । ଏହା ପରେ ବିରୋଧ କିଛିଟା ଶାନ୍ତ ହୋଇଥିଲା ଏବଂ ସମସ୍ତଙ୍କ ନଜର ଏବେ ଏହି ସାକ୍ଷାତ ଉପରେ ରହିଛି ।
ସେହପରି ଇମ୍ରାନ ଖାନଙ୍କ ପୁଅ କାସିମ ଖାନଙ୍କ ଏକ ପୋଷ୍ଟ ଏହି ମାମଲାକୁ ଆହୁରି ସରଗରମ କରିଛି । ସୋସିଆଲ ମିଡିଆରେ ଇମ୍ରାନ ଖାନଙ୍କ ପୁଅଙ୍କ ଏକ ପୋଷ୍ଟ ପ୍ରକାଶ ପାଇବା ପରେ ଦେଶର ଅନେକ ସ୍ଥାନରେ ଅଶାନ୍ତିର ମାହୋଲ ଦେଖିବାକୁ ମିଳିଛି ।
ବ୍ରିଟେନରେ ରହୁଥିବା କାସିମ ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଯେ ଇମ୍ରାନ ଖାନଙ୍କୁ ଗତ ଛଅ ସପ୍ତାହ ଧରି ଏପରି ସ୍ଥାନରେ ରଖାଯାଇଛି, ଯେଉଁଠାରେ ତାଙ୍କୁ କାହାରି ସହିତ ଯୋଗାଯୋଗ କରିବାକୁ ଅନୁମତି ନାହିଁ । ଏମିତିକି ତାଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଉନାହିଁ। ସେ ଏହା ମଧ୍ୟ ଲେଖିଛନ୍ତି ଯେ ତାଙ୍କ ପିତା ଜୀବିତ ଅଛନ୍ତି ବୋଲି ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ । ଏହି ବୟାନ ରାଜନୈତିକ ଝଡ଼ ସୃଷ୍ଟି କରିଛି। କାସିମ ଏବଂ ତାଙ୍କ ଭାଇ ସାଧାରଣତଃ ରାଜନୀତିରୁ ଦୂରରେ ରୁହନ୍ତି, କିନ୍ତୁ ଏଥର ପରିସ୍ଥିତି ସେମାନଙ୍କୁ ଖୋଲାଖୋଲି ଭାବରେ ସାମ୍ନାକୁ ଆସିବାକୁ ବାଧ୍ୟ କରିଛି।
ଅଧିକ ପଢ଼ନ୍ତୁ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ସସପେନ୍ସ ଉପରୁ ଉଠିଲା ପରଦା
କାସିମ କହିଛନ୍ତି ଯେ ଏହି ପରିସ୍ଥିତି ସୁରକ୍ଷା ବ୍ୟବସ୍ଥା ନୁହେଁ ବରଂ ତାଙ୍କ ବାପାଙ୍କୁ ଅଲଗା କରିବା ପାଇଁ ଏକ ସୁଚିନ୍ତିତ ଯୋଜନା। ସେ ଅଭିଯୋଗ କରିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ, ତାଙ୍କ ଭଉଣୀମାନଙ୍କୁ ବହୁବାର ଜେଲରେ ପ୍ରବେଶ କରିବାକୁ ମନା କରାଯାଇଛି। ଓକିଲମାନଙ୍କୁ ମଧ୍ୟ ଜେଲରେ ପ୍ରବେଶ କରିବାକୁ ମନା କରାଯାଇଛି, ଯାହା ରହସ୍ୟକୁ ଆହୁରି ବଢ଼ାଇ ଦେଇଛି ।କାସିମ ଇମ୍ରାନ ଖାନଙ୍କ ପ୍ରକୃତ ଅବସ୍ଥା ଜାଣିବା ପାଇଁ ପାକିସ୍ତାନ ଉପରେ ଚାପ ପକାଇବାକୁ ଜାତିସଂଘ, ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ଏବଂ ବିଶ୍ବର ଗଣତାନ୍ତ୍ରିକ ସରକାରଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଯଦି ଇମ୍ରାନ ଖାନଙ୍କ ସହିତ କିଛି ଅପ୍ରୀତିକର ଘଟେ, ତେବେ ପାକିସ୍ତାନ ସରକାର ସିଧାସଳଖ ଦାୟୀ ରହିବେ।
ପାକିସ୍ତାନର ରାୱଲପିଣ୍ଡିର ଆଦିଆଲା ଜେଲ ବାହାରେ ମଧ୍ୟରାତ୍ରିରେ ହାଇ-ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା । ଇମ୍ରାନ ଖାନଙ୍କୁ ଭେଟିବାକୁ ଦାବି କରି ଖାଇବର ପଖତୁନଖ୍ୱା ପ୍ରଦେଶର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ଗତକାଲି ସନ୍ଧ୍ୟାରୁ ଆଦିଆଲା ଜେଲ ବାହାରେ ଧାରଣା ଦେଇଛନ୍ତି।
ସରକାର ଏବଂ ଜେଲ ପ୍ରଶାସନର ସ୍ପଷ୍ଟୀକରଣ
ଅନ୍ୟପଟେ ଇମ୍ରାନ ଖାନଙ୍କୁ ନେଇ ସରକାରଙ୍କ ମତ ସମ୍ପୂର୍ଣ୍ଣ ବିପରୀତ । ଜେଲ ପ୍ରଶାସନ କହିଛି ଯେ, ଇମ୍ରାନ ଖାନଙ୍କୁ ହଇରାଣ କରାଯାଉନାହିଁ । ସେମାନଙ୍କ ଅନୁଯାୟୀ, ଇମ୍ରାନ ଜେଲରେ ଏପରି ସୁବିଧା ପାଉଛନ୍ତି ଯାହା କୌଣସି ସାଧାରଣ କଏଦୀଙ୍କୁ ଉପଲବ୍ଧ ନୁହେଁ । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏପରିକି କହିଛନ୍ତି ଯେ ଇମ୍ରାନଙ୍କୁ ସ୍ୱତନ୍ତ୍ର ଖାଦ୍ୟ, ଜିମ୍ ସୁବିଧା ଏବଂ ଆରାମଦାୟକ ରହଣି ବ୍ୟବସ୍ଥା ଯୋଗାଇ ଦିଆଯାଇଛି ।
ଦୀର୍ଘ ସମୟ ଧରି ଉତ୍ତେଜନା ପରେ ଜେଲ ପ୍ରଶାସନ ଆଶ୍ୱାସନା ଦେଇଥିଲା ଯେ ଇମ୍ରାନ ଖାନଙ୍କ ଭଉଣୀ ଅଲିମା ଖାନ ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ତାଙ୍କୁ ଭେଟିବାକୁ ଅନୁମତି ଦିଆଯିବ । ଏହା ପରେ ବିରୋଧ କିଛିଟା ଶାନ୍ତ ହୋଇଥିଲା ଏବଂ ସମସ୍ତଙ୍କ ନଜର ଏବେ ଏହି ସାକ୍ଷାତ ଉପରେ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories