Iran Missile / ପରମାଣୁ ବୋମାଠୁ ଭୟଙ୍କର ମିଶାଇଲ ପକାଇଲା ଇରାନ୍

Key Points
୧୨୦ ଦେଶ ଭୟରେ
ପରମାଣୁ ବୋମାଠୁ ଭୟଙ୍କର ମିଶାଇଲ ପକାଇଲା ଇରାନ୍
୨୦୦୦ କିଲୋର ମିଶାଇଲରେ ଇରାନ କଲା ଆକ୍ରମଣ
ଏହି ମିଶାଇଲକୁ ଭୟ କରନ୍ତି ୧୨୦ରୁ ଅଧିକ ଦେଶ
ଯେଉଁ ଅସ୍ତ୍ରକୁ କେହି ବ୍ୟବହାର କରୁନଥିଲେ । ଯେଉଁ ଅସ୍ତ୍ର ବ୍ୟବହାର କଲେ କୁଢ଼ କୁଢ଼ ମୃତ ଦେହ ଗଦା ହୋଇଯାଏ । ସେହି ଅସ୍ତ୍ରକୁ ଏବେ ଇରାନ୍ ବ୍ୟବହାର କରୁଛି । ଇସ୍ରାଏଲ ଏବଂ ଆମେରିକାରେ ତାଣ୍ଡବ ରଚୁଛି ଇରାନ୍ । ଏମିତି ଅସ୍ତ୍ର ବ୍ୟବହାର କରୁଛି ଯାହାକୁ ଦେଖି ଏବେ ୧୨୦ରୁ ଅଧିକ ଦେଶ ଭୟରେ । କାରଣ ଏହି ଅସ୍ତ୍ରକୁ ବ୍ୟବହାର କରିବା ପାଇଁ ୧୨୦ରୁ ଅଧିକ ଦେଶ ବାରଣ କରିଦେଇଛନ୍ତି । କିନ୍ତୁ ଏବେ ଇରାନ୍ ବ୍ୟବହାର କରିଛି ଘାତକ ଅସ୍ତ୍ର । ଇରାନ ଏବେ ନର ସଂହାର ଚରିଛି ଇସ୍ରାଏଲରେ । ୨ ହଜାର କିଲୋର ମିଶାଇଲ ପକାଉଛି ଇସ୍ରାଏଲ ଉପରେ । ସେଥିରୁ ବାହାରୁଛି ଛୋଟି ଛୋଟି ହଜାର ହଜାର ବୋମା । ଯାହାକି ଗଦା କରିଦେଉଛି ଲକ୍ଷ ଲକ୍ଷ ସଂଖ୍ୟାରେ ମୃତଦେହ।
ଇରାନ୍ ବ୍ୟବହାର କରୁଥିବା ୨ହଜାର କେଜିର କ୍ଲଷ୍ଟର ମିଶାଇଲ । ଏହି ମିଶାଇଲ ଭିତରେ ରହିଛି ଅନେକ ଛୋଟ ଛୋଟ ଘାତକ ବୋମା । ଥରେ ଆକ୍ରମଣ ହେଲେ ହଜାରେରୁ ଅଧିକ ଥର ବିସ୍ଫୋରଣ ହେଉଛି। ଏବେ ଏହି ଘାତକ ମିଶାଇଲକୁ ବ୍ୟବହାର କରୁଛି ଇରାନ୍। ସୂଚନା ମୁତାବକ ବିଶ୍ୱର ୧୨୦ ରୁ ଅଧିକ ଦେଶ ଏହି ମିଶାଇଲକୁ ନିସିଦ୍ଧ କରିଥିଲେ । ଏହି ବିନାଶକାରୀ ଅସ୍ତ୍ର ଗୋଟିଏ ଆକ୍ରମଣରେ ବିଶାଳ ନରସଂହାର କରିପାରେ । ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ। ଆଉ ଇରାନ ଏବେ ଏହି ସମାନ ବିନାଶକାରୀ ମିଶାଇଲ ବ୍ୟବହାର କରୁଛି ଇସ୍ରାଏଲରେ ବିନାଶ ଘଟାଇବା ପାଇଁ ।
ଏହି କ୍ଲଷ୍ଟର ମିଶାଇଲ ଗତ ୨୪ ଘଣ୍ଟା ହେବ ଇସ୍ତ୍ରାଏଲ ଉପରେ ଆକ୍ରମଣ କରୁଛି ଇରାନ। ଇସ୍ରାଏଲ କେବେ ଭାବି ନଥିଲା ଇରାନ ଏହି ଗାତକ ଅସ୍ତ୍ର ବ୍ୟବହାର କରିବ ବୋଲି । ଯେଉଁ ଅସ୍ତ୍ରକୁ ଯୁଦ୍ଧରେ ପ୍ରୟୋଗ କରିବା ମନା ସେହ ଅସ୍ତ୍ରକୁ ଇରାନ୍ ବ୍ୟବହାର କରିଦେଇଛି। ଇରାନର କ୍ଲଷ୍ଟର ବୋମା ଇସ୍ରାଏଲକୁ ମଧ୍ୟ କଷ୍ଟ ଦେଇଛି ।
ଯଦି ଦେଖିବା କ୍ଲଷ୍ଟର ମିଶାଇଲ ଏକ ବିଶେଷ ପ୍ରକାରର ଅସ୍ତ୍ର। ଯାହା ଅନେକ ଛୋଟ ଛୋଟ ବୋମା ଦ୍ବାରା ପରିପୂର୍ଣ୍ଣ। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଏହି ମିଶାଇଲ ମଝି ଆକାଶରେ ବିସ୍ଫୋରଣ ହୋଇଥାଏ। ଫଳରେ ବିଭିନ୍ନ ଦିଗରେ ଛିଟିକି ପଡ଼ିଥାଏ ଛୋଟ ଛୋଟ ଘାତକ ବୋମା। ଏହାର ଅର୍ଥ ହେଉଛି ଇରାନ ଗୋଟିଏ କ୍ଷେପଣାସ୍ତ୍ର ଦ୍ୱାରା ଇସ୍ରାଏଲୀ ମାଟିରେ ଅନେକ ବିସ୍ଫୋରଣ ଘଟାଉଛି। ଏହି ଇରାନୀ ବୋମାମାଡ଼ ଏବେ ନେତାନ୍ୟାହୁଙ୍କୁ ଚକିତ କରିଛି ।
କାରଣ କ୍ଲଷ୍ଟର ବୋମା ବ୍ୟବହାର ହେଲେ ଏହା ଏକା ସାଙ୍ଗରେ ବିସ୍ଫୋରଣ ହୁଏ ନାହିଁ। ମାଟି ତଳେ ଏହା ବର୍ଷ ବର୍ଷ ପୋତି ହୋଇ ରହିଲା ପରେ ବି ବିସ୍ଫୋଣ ହୋଇଥାଏ।
ଏଥିସହ ପଢ଼ନ୍ତୁ: ଇସ୍ରାଏଲରେ ପଡ଼ୁଛି ଏବେ ଇରାନ୍ର ଶହ ଶହ ମିଶାଇଲ ଏବଂ ଡ୍ରୋନ୍
📱 Get Argus News App
✨Related Topics
Explore more stories