Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Iran Israel Conflict / ଇସ୍ରାଏଲରେ ପଡ଼ୁଛି ଏବେ ଇରାନ୍‌ର ଶହ ଶହ ମିଶାଇଲ ଏବଂ ଡ୍ରୋନ୍‌

Rashmita Mishra
Browse all articles by Rashmita Mishra
·4 months ago·2 min read
ଇସ୍ରାଏଲରେ ପଡ଼ୁଛି ଏବେ ଇରାନ୍‌ର ଶହ ଶହ ମିଶାଇଲ ଏବଂ ଡ୍ରୋନ୍‌
Iran Israel Conflict

Key Points

ଇସ୍ରାଏଲର ଆଖି ଫୁଟାଇଦେଲା ଇରାନ୍‌ ରୋକି ପାରୁନି ମିଶାଇଲ
ଇରାନ ମିଶାଇଲକୁ କାହିଁକି ରୋକି ପାରୁନି ଇସ୍ରାଏଲ
ଇସ୍ରାଏଲ୍‌ର ଆଖି ଫୁଟାଇ ଦେଲା ଇରାନ୍‌ ମିଶାଇଲ
ନେତାନ୍ୟାହୁଙ୍କର ଏବେ ବାଉଳି ଛାଡ଼ି ଯାଇଛି
ଇସ୍ରାଏଲରେ ପଡ଼ୁଛି ଏବେ ଇରାନ୍‌ର ଶହ ଶହ ମିଶାଇଲ ଏବଂ ଡ୍ରୋନ୍‌

ଇସ୍ରାଏଲର ଆଖି ଆଉ କିଛି କାମ କରୁ ନାହିଁ । ଇସ୍ରାଏଲର ଗୋଟିଏ ପରେ ଗୋଟିଏ ଆଖି ଫୁଟାଇ ଦେଲାଣି ଇରାନ୍‌ । ଯାହାପରେ ଇରାନ୍‌ର ମିଶାଇଲକୁ ଏବେ ରୋକି ପାରୁ ନାହିଁ ଇସ୍ରାଏଲ । ଇରାନ୍‌ର ଆକ୍ରମଣରେ ଇରସ୍ରାଏଲର ଅଣ୍ଟା ଭାଙ୍ଗି ଗଲାଣି । ଦିନ ରାତି ଏବେ ଖାଲି ବିସ୍ଫୋରଣର ଶବ୍ଦ । ଶହ ଶହ ମିଶାଇଲ ଏବେ ଇସ୍ରାଏଲ ଉପରେ ପଡ଼ୁଛି । ଆକାଶରେ ଛାଇ ଯାଇଛି ଯୁଦ୍ଧର କଳା ଧୂଆଁ । ପାଉଁଷ ହେବାରେ ଲାଗିଛି ଇସ୍ରାଏଲ । କାରଣ ଇସ୍ରାଏଲ ତା ଦେଶର ସୁରକ୍ଷା ପାଇଁ ଯେଉଁ ଆଖି ଲଗାଇଥିଲା ତାହା ଆଉ ନାହିଁ । ସବୁ ଆଖିକୁ ମାରି ଧ୍ବଂସ କରି ଦେଇଛି ଇରାନ୍‌ ।

ସବୁ ହେଉଛି ଇସ୍ରାଏଲର ଆଖି ବା ଏୟାର ଡିଫେନ୍ସ ରାଡାର। ଯିଏ ଇସ୍ରାଏଲ ପାଇଁ ଗୋଟିଏ ଗୋଟିଏ ଆଖି । ଇସ୍ରାଏଲକୁ ମିଶାଇଲ ମାଡ଼ ହେଲେ ଏମାନେ ଅଟକାଇ ଥାନ୍ତି । ୫ ହଜାର କିଲୋମିଟର ଦୂରରୁ ସତର୍କ ହୋଇଯାଆନ୍ତି । କିନ୍ତୁ ଏବେ ଏହି ସବୁ ରାଡାରର ଅବସ୍ଥା ଏମିତି ହୋଇ ଯାଇଛି । ଇସ୍ରାଏଲର ସବୁ ରାଡାର ଏବେ ଧ୍ବଂସ ହୋଇ ଯାଇଛି । କେବଳ ରାଡାର ଉପରେ ଆକ୍ରମଣ କରୁଛି ଇରାନ୍‌ ।

ଟିକେ ଏହି ସବୁ ରାଡାର ସିଷ୍ଟମ ଗୁଡ଼ିକୁ ଦେଖନ୍ତୁ । ଇସ୍ରାଏଲର ଏହି ରାଡାର ବାଲାଷ୍ଟିକ ମିଶାଇଲକୁ ୫ ହଜାର କିଲୋମିଟର ଦୂରରୁ ଧରି ନେଇଥାଏ । ଏହି ସବୁ ଏୟାର ଡିଫେନ୍ସ ସିଷ୍ଟମର ମୂଲ୍ୟ ହେଉଛି ୮ଶହ କୋଟିରୁ ଆରମ୍ଭ କରି ୧୦ ହଜାର କୋଟି ପର୍ଯ୍ୟନ୍ତ। ଗୋଟିଏ ସ୍ଥାନରେ ଛିଡ଼ା କଲେ ଏହି ରାଡାର ଗୋଟିଏ ଦେଶର ଚାରି ପଟକୁ ସୁରକ୍ଷା ଦେଇଥାଏ। ରାଡାର ୫ହଜାର କିଲୋମିଟ ଦୂରରୁ ମିଶାଇଲକୁ ଟାର୍ଗେଟ କରି ଆକାଶରୁ ଖସାଇଦିଏ। ଏହି ରାଡାର ଇରାନ୍‌ର ମିଶାଇଲରୁ ଇସ୍ରାଏଲକୁ ସୁରକ୍ଷା ଦିଏ। ରାଡାର କହିଦିଏ କି ମିଶାଇଲ କେଉଁଠାରେ ପଡ଼ିବ ଏବଂ କେତେବେଳେ ପଡ଼ିବ। କିନ୍ତୁ ଇରାନ୍‌ ଏବେ ଏହି ସବୁ ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରି ଦେଇଛି। ହଜାର ହଜାର କୋଟି ଟଙ୍କା ନଷ୍ଟ କରିଦେଇଛି ଇରାନ୍‌। ଯେଉଁଥିପାଇଁ ଏବେ ଇରାନ୍‌ର ମିଶାଇଲକୁ ରୋକି ପାରୁ ନାହିଁ ଇସ୍ରାଏଲ।

ଯଦି ଦେଖିବା ଇରାନର ବାଲାଷ୍ଟିକା ମିଶାଇଲ ଘାତକ ହେବାରେ ଲାଗିଛି। ବିଭିନ୍ନ ପ୍ରକାରର ବାଲାଷ୍ଟିକ ମିଶାଇଲ ରଖିଛି ଇରାନ୍‌। ଯାହାର ସାମ୍ନା କରିବା ଇସ୍ରାଏଲ ପକ୍ଷରେ ସମ୍ଭବ ନୁହେଁ । ଫତଃ ବାଲାଷ୍ଟିକ ମିଶାଇଲ ଏବଂ ସାହିଦ ଡ୍ରୋନ୍‌ ଘାତ ପାଲଟିଛି ଇସ୍ରାଏଲ ଏବଂ ଆମେରିକା ପାଇଁ । ଫତଃ ବାଲାଷ୍ଟିକ ମିଶାଇଲକୁ ସାମ୍ନା କରି ପାରୁ ନାହିଁ ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ। କାହିଁକି ନା ଏହି ମିଶାଇଲ ଅଚାନକ ତାର ଗତି ଏବଂ ଦିଗ ବଦଳାଇ ଦେଉଛି। ଇରାନର ବାଲାଷ୍ଟିକ ମିଶାଇଲର ଭଣ୍ଡାରରେ ଏବେ ରହିଛି ହଜାର ହଜାର ବାଲାଷ୍ଟିକ ମିଶାଇ ଏବଂ ଡ୍ରୋନ୍‌। ଯାହାର ସାମ୍ନା କରିବା ଇସ୍ରାଏଲ ପକ୍ଷରେ ଅସମ୍ଭବ।

ଏଥିସହ ପଢ଼ନ୍ତୁ:  ଇରାନ୍‌ରେ ହେଲା ତୁହାକୁ ତୁହା ଏସିଡ୍‌ ବର୍ଷା: ଘରୁ ବାହାରିଲେ ପୋଡ଼ି ଯାଉଛି ଶରୀର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran Israel Conflict | Iran Launches Hundreds of Missiles and Drones Toward Israel Amid Escalating Conflict | Argus News