Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଧ୍ୟପ୍ରାଚ୍ୟରେ ଘନେଇଲା ମହାଯୁଦ୍ଧ, ଦୁବାଇରେ ଆମେରିକା ଦୂତାବାସ ନିକଟରେ ଇରାନର ଡ୍ରୋନ୍ ଆଟାକ୍

International

Iran Drone Attack / ମଧ୍ୟପ୍ରାଚ୍ୟରେ ଘନେଇଲା ମହାଯୁଦ୍ଧ, ଦୁବାଇରେ ଆମେରିକା ଦୂତାବାସ ନିକଟରେ ଇରାନର ଡ୍ରୋନ୍ ଆଟାକ୍

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ମଧ୍ୟପ୍ରାଚ୍ୟରେ ଘନେଇଲା ମହାଯୁଦ୍ଧ, ଦୁବାଇରେ ଆମେରିକା ଦୂତାବାସ ନିକଟରେ ଇରାନର ଡ୍ରୋନ୍ ଆଟାକ୍
Iran War

Key Points

ମଧ୍ୟପ୍ରାଚ୍ୟରେ ଘନେଇଲା ମହାଯୁଦ୍ଧ
ଦୁବାଇରେ ଆମେରିକା ଦୂତାବାସ ନିକଟରେ ଇରାନର ଡ୍ରୋନ୍ ଆଟାକ୍
ବାଗଦାଦ ବିମାନ ବନ୍ଦର ନିକଟରେ ଡ୍ରୋନକୁ ମାରି ଉଡ଼ାଇଲା ଇରାକ
ଇରାନ ଏବଂ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଛି ମହାଯୁଦ୍ଧ । ଦୁବାଇରେ ଥିବା ଆମେରିକା ଦୂତାବାସ ନିକଟରେ ଇରାନର ଡ୍ରୋନ୍ ଆଟାକ୍ । ସେପଟେ ବାଗଦାଦ ବିମାନ ବନ୍ଦର ନିକଟରେ ଡ୍ରୋନକୁ ମାରି ଉଡ଼ାଇଲା ଇରାକ । ଦକ୍ଷିଣ ଲେବାନନ ରେ IDFର ଷ୍ଟ୍ରାଇକ୍ । ଧ୍ବସ୍ତ ହେଲା ହିଜବୁଲ୍ଲାର ୬୦ ଠିକଣା ।

ଏହାରି ଭିତରେ ଟ୍ରମ୍ପ ନେବାକୁ ଯାଉଛନ୍ତି ବଡ଼ ପଦକ୍ଷେପ । ହର୍ମୁଜ୍ ପ୍ରଣାଳୀକୁ ଇରାନ ଅବରୋଧ କରିବା ପରେ ସମଗ୍ର ବିଶ୍ବ ଚିନ୍ତାରେ । ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ଯୋଗାଣ ଲାଇନ୍ ହର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ଅବରୋଧ କରାଯାଇଛି । ଇରାନର IRGC ଖୋଲାଖୋଲି ଧମକ ଦେଇଛି ଯେ "ଏଠାରୁ କୌଣସି ଜାହାଜ ଯିବାକୁ ଦିଆଯିବ ନାହିଁ " । ଫଳସ୍ୱରୂପ, ପ୍ରାୟ ୯୪% ସାମୁଦ୍ରିକ ବାଣିଜ୍ୟ ବନ୍ଦ ହୋଇଯାଇଛି । ଇରାନ ଉପରେ ଆକ୍ରମଣ କରି ଏହି ଭୟଙ୍କର ସଙ୍କଟ ସୃଷ୍ଟି କରିଥିବା ଟ୍ରମ୍ପ ଏବେ ଏହାର ସମାଧାନ ପାଇଁ ସିଧାସଳଖ ଆମେରିକାର ଟ୍ରେଜେରୀ ଏବଂ ସେନାର ଦ୍ୱାର ଖୋଲି ଦେଇଛନ୍ତି ।

ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ସେ ବିଶ୍ୱର ଶକ୍ତି ଯୋଗାଣକୁ ବାଧାପ୍ରାପ୍ତ ହେବାକୁ ଦେବେ ନାହିଁ। ସେ ଉପସାଗର ଦେଇ ଯାଉଥିବା ପ୍ରତ୍ୟେକ ଜାହାଜକୁ ବୀମା ଏବଂ ଗ୍ୟାରେଣ୍ଟି ପ୍ରଦାନ କରିବାକୁ ଆମେରିକା ବିକାଶ ଆର୍ଥିକ ନିଗମ (DFC)କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତାବା ଖାମେନେଇ ଇରାନର ନୂତନ ସର୍ବୋଚ୍ଚ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଇରାନର ବିଶେଷଜ୍ଞ ମାନଙ୍କୁ ନେଇ ଗଠିତ କମିଟି ମୋଜତାବାଙ୍କୁ ଖାମେନେଇଙ୍କ ଉତ୍ତରାଧିକାରୀ ଭାବେ ବାଚିଛି । ମୋଜତାବା ଦାୟିତ୍ୱ ନେବା ପୂର୍ବରୁ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ, ମୁଖ୍ୟ ବିଚାରପତି ଏବଂ ଆୟାତୋଲ୍ଲା ଆଲିରେଜା ଆରାଫିଙ୍କୁ ନେଇ ଗଠିତ ଏକ କାଉନସିଲ୍ ଦେଶ ଚଳାଉଥିଲେ । ଇରାନରେ ସାଧାରଣତଃ ପରିବାରବାଦ କିମ୍ବା ବଂଶାନୁକ୍ରମିକ ଶାସନକୁ ବିରୋଧ କରାଯାଏ, କିନ୍ତୁ ବର୍ତ୍ତମାନର ଯୁଦ୍ଧ ପରିସ୍ଥିତିରେ ମୋଜତାବାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଫେବୃଆରୀ ୨୮, ୨୦୨୬ରେ ଆମେରିକା ଏବଂ ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ପ୍ରାଣ ହରାଇଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Argus Whatsapp Channel Mobile Top
Sponsored
Iran Drone Attack Near US Embassy in Dubai; Tensions Rise in Middle East | Argus News