Global Oil Crisis Alert / ଟ୍ରମ୍ପଙ୍କ ଧମକକୁ ଡରିଲାନି ଇରାନ; କହିଲା- 'ଜାହାଜ ଛାଡ଼, ତେଲ ଲିଟରେ ଦେବୁନି'
·4 months ago·2 min read

Key Points
ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଯଦି ଇରାନ ହର୍ମୁଜ ଦେଇ ତେଲ ପରିବହନ ରୋକେ ତାହେଲେ ଆମେରିକା ଆହୁରି ଭୀଷଣ ଆକ୍ରମଣ କରିବ । ଟ୍ରମ୍ପଙ୍କ ଏହି ବୟାନର କିଛି ଘଣ୍ଟା ମଧ୍ୟରେ ଇରାନ ମାତ୍ର ୫ଟି ଶବ୍ଦରେ ଜବାବ ଦେଇଛି ।
ତେହରାନ: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଜବାବ ଦେଇଛି ଇରାନ । ଟ୍ରମ୍ପ କହିଥିଲେ, "ଯଦି ତେଲର ସପ୍ଲାଏ ରୋକାଯାଏ ତାହେଲେ ଇରାନ ଉପରେ ଭୀଷଣ ଆକ୍ରମଣ କରାଯିବ ।"
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ବୟାନର କଡ଼ା ଜବାବ ଦେଇଛି ଇରାନର ଇସଲାମିକ ରିବୋଲ୍ୟୁସନରା ଗାର୍ଡ କର୍ପସ୍ । ଟ୍ରମ୍ପଙ୍କୁ କଡ଼ା ଜବାବ ଦେଇ କହିଛି, "ହର୍ମୁଜ ଷ୍ଟ୍ରେଟ୍ ଦେଇ ଜାହାଜ କଥା ଛାଡ଼ନ୍ତୁ, ଗୋଟିଏ ଲିଟର ତେଲ ମଧ୍ୟ ବାହାରକୁ ଯିବାକୁ ଦେବୁ ନାହିଁ ।"
ଏଥିସହ ପଢ଼ନ୍ତୁ: ଇରାନ ଯୁ୍ଦ୍ଧରେ ଦୈନିକ କେତେ ଟଙ୍କା ଖର୍ଚ୍ଚ କରୁଛି ଆମେରିକା?
ବିଶେଷଜ୍ଞଙ୍କ ଅନୁସାରେ, ଇରାନ ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ ରଖିବାକୁ ଚେତାବନୀ ଦେଇ ସାରା ବିଶ୍ଵରେ ବିପଦର ଘଣ୍ଟି ବଜାଇଛି । ଆଗାମୀ ଦିନରେ ତୈଳ ସଂକଟ ଆହୁରି ବଢ଼ିବା ସହ ଦାମ୍ ମଧ୍ୟ ବଢ଼ିଯାଇପାରେ ।
ଟ୍ରମ୍ପଙ୍କ ଧମକର କିଛି ଘଣ୍ଟାରେ ଜବାବ
ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଯଦି ଇରାନ ହର୍ମୁଜ ଦେଇ ତେଲ ପରିବହନ ରୋକେ ତାହେଲେ ଆମେରିକା ଆହୁରି ଭୀଷଣ ଆକ୍ରମଣ କରିବ । ଟ୍ରମ୍ପଙ୍କ ଏହି ବୟାନର କିଛି ଘଣ୍ଟା ମଧ୍ୟରେ ଇରାନ ମାତ୍ର ୫ଟି ଶବ୍ଦରେ ଜବାବ ଦେଇଛି । କହିଛି, "ଗୋଟିଏ ଲିଟର ତେଲ ବି ମିଳିବନି ।" ଯାହାକୁ ନେଇ ଦୁନିଆରେ ଭୟର ବାତାବରଣ ଖେଳି ଯାଇଛି ।
ରାନର ଇସଲାମିକ ରିବୋଲ୍ୟୁସନରା ଗାର୍ଡ କର୍ପସ୍ କହିଛି, "ଯଦି ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍ର ଆକ୍ରମଣ ଜାରି ରୁହେ, ତାହେଲେ ହର୍ମୁଜ ଦେଇ ଗୋଟିଏ ଲିଟର ତେଲ ଯିବାକୁ ଦେବୁ ନାହିଁ ।" କେବଳ ଏତିକି ନୁହେଁ ଇରାନ ଚେତାବନୀ ଦେଇ କହିଛି, "ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଅଞ୍ଚଳରେ ସପ୍ଲାଏ ବନ୍ଦ କରି ଦିଆଯିବ ।"
ଏଥିସହ ପଢ଼ନ୍ତୁ: ଇରାନ୍ରେ ହେଲା ତୁହାକୁ ତୁହା ଏସିଡ୍ ବର୍ଷା: ଘରୁ ବାହାରିଲେ ପୋଡ଼ି ଯାଉଛି ଶରୀର
ଏହାର ଅର୍ଥ ସାଉଦି ଆରବ, ୟୁଏଇ, କୁଏତ, କତର ଓ ଇରାକ ଭଳି ଦେଶକୁ ଇରାନ ତେଲ ବିତରଣ ବନ୍ଦ କରିଦେବ । ଯାହାଫଳରେ ବିଶ୍ଵବ୍ଯାପି ତେଲର ଦର ଆହୁରି ବଢ଼ିବା ସହ ଦେଖା ଦେବ ତୈଳ ସଂକଟ ।
ଇରାନ ସହ ଚାଲିଥିବା ଯୁଦ୍ଧର ପ୍ରଭାବେ ଆମେରିକା ସହ ସାରା ଦୁନିଆରେ ଦେଖିବାକୁ ମିଳିଛି । ହର୍ମୁଜ ଦେଇ ଆସୁଥିବା ତୈଳ ଜାହାଜକୁ ଇରାନ ଅଟକାଇଲେ ୨୦ ଗୁଣ ଅଧିକ ଆକ୍ରମଣ କରାଯିବ ବୋଲି ଟ୍ରମ୍ପ କହିଛନ୍ତି । ଯଦି ଇରାନ ହର୍ମୁଜକୁ ବନ୍ଦ କରେ ଏବଂ ଆମେରିକା ପୁଣି ଭୟଙ୍କର ଆକ୍ରମଣ କରେ ତାହେଲେ ଇରାନ ପାଇଁ ମୁସ୍କିଲ୍ ବଢ଼ିଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories