Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ମୁଁ ଭାରତ ପାଖରେ ଋଣୀ'; ଇସ୍ରାଏଲ ପିଏମ ନେତାନ୍ୟାହୁଙ୍କ ପ୍ରେମ ଜୀବନର ଚମକଦାର ଖୁଲାସା

International

Israel PM Love Life / 'ମୁଁ ଭାରତ ପାଖରେ ଋଣୀ'; ଇସ୍ରାଏଲ ପିଏମ ନେତାନ୍ୟାହୁଙ୍କ ପ୍ରେମ ଜୀବନର ଚମକଦାର ଖୁଲାସା

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
'ମୁଁ ଭାରତ ପାଖରେ ଋଣୀ'; ଇସ୍ରାଏଲ ପିଏମ ନେତାନ୍ୟାହୁଙ୍କ ପ୍ରେମ ଜୀବନର ଚମକଦାର ଖୁଲାସା
Israel PM Love Life

Key Points

ଭାରତ ପାଖରେ ଋଣୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ଖୋଲି କହିଦେଲେ ନିଜ ଲଭ୍ ଷ୍ଟୋରୀ
ମୋଦିଙ୍କ ଆଗରେ କହିଲେ ସତ
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ 'ଭାରତ ପାଖରେ ଋଣୀ' ବୋଲି କହିଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ଗସ୍ତ କରିଥିଲେ । ଏହି ସମୟରେ ନେତାନ୍ୟାହୁ ପ୍ରେସ୍ କନଫରେନ୍ସରେ ଯୋଗଦେଇ ନିଜ ଲଭ୍ ଲାଇଫର ଖୁଲାସା କରି ପୁରୁଣା ସ୍ମୃତିକୁ ତାଜା କରିଛନ୍ତି । କିପରି ସେ ପତ୍ନୀ ସାରାଙ୍କୁ ଏକ ରେସ୍ତୋରାଁରେ ଭେଟିଥିଲେ ଓ ଏହା ସହିତ ଭାରତର କନେକ୍ସନ ଥିବା କହି ସେ ନିଜକୁ ଦେଶ ନିକଟରେ ଋଣୀ ବୋଲି କହିଛନ୍ତି ।

  • ଟେବୁଲ୍ ନମ୍ବର-୮
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ନିଜ ଯୁବାବସ୍ଥାର ସେହି ମୁହୂର୍ତ୍ତକୁ ମନେ ପକାଇଛନ୍ତି, ଯେତେବେଳେ ସେ ପ୍ରଥମ ଥର ଲାଗି ପତ୍ନୀ ସାରାଙ୍କୁ ଏକ ଭାରତୀୟ ରେସ୍ତୋରାଁରେ ଭେଟିଥିଲେ । ଉକ୍ତ ରେସ୍ତୋରାଁର ଖାଦ୍ୟ ଏତେ ସ୍ଵାଦିଷ୍ଟ ଥିଲା ଯେ, ପତ୍ନୀ ସାରା ମୁଗ୍ଧ ହୋଇ ପ୍ରଥମ ଦେଖାରେ ତାଙ୍କୁ ନିଜର କରିନେଇଥିଲେ ।



ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଜଏଣ୍ଟ ପ୍ରେସ୍ କନଫରେନ୍ସରେ ନେତାନ୍ୟାହୁ କହିଥିଲେ, "ମୋ ଉପରେ ଭାରତର ଏକ ବଡ଼ ବ୍ୟକ୍ତିଗତ ଋଣ ଅଛି । ଯେତେବେଳେ ମୁଁ ପ୍ରଥମ ଥର ଲାଗି ସାରାଙ୍କୁ ଭେଟିଥିଲି, ମୋତେ ଲାଗୁଛି ଆମର ପ୍ରଥମ କିମ୍ବା ଦ୍ଵିତୀୟ ଡେଟ୍ ତେଲ ଅଭିଭର ଏକ ଇଣ୍ଡିଆନ୍ ରେଷ୍ଟୁରାଣ୍ଟରେ ହୋଇଥିଲା । ସାରା ପ୍ରଥମ ଥର ଲାଗି ଭାରତୀୟ ଖାଦ୍ୟ ଖାଇଥିଲେ । ସେଠାକାର ଖାଦ୍ୟ ବହୁତ ସ୍ଵାଦିଷ୍ଟ ଥିଲା । ଏଥିଲାଗି ଉକ୍ତ ଡେଟ୍ ଆମର ସଫଳ ହୋଇଥିଲା । "

  • କିଏ ଇସ୍ରାଏଲର 'କରି କ୍ଵିନ୍' ?
ସେହି ଭାରତୀୟ ରେସ୍ତୋରାଁକୁ ରୀନା ପୁଷ୍କରଣା ଚଲାଉଥିଲେ । ଇସ୍ରାଏଲର 'କରି କ୍ଵିନ୍' ଭାବେ ଜଣାଶୁଣା ରୀନା ଭାରତୀୟ ବଂଶୋଦ୍ଭବ ହୋଇଥିବାବେଳେ ଜଣେ ପ୍ରସିଦ୍ଧ ସେଫ୍ ଓ ମହିଳା ବ୍ୟବସାୟୀ । ଇସ୍ରାଏଲ ଲୋକଙ୍କୁ ଭାରତୀୟ ଖାଦ୍ୟ ଚଖାଇବାର ଶ୍ରେୟ ତାଙ୍କୁ ଯାଏ ବୋଲି ନେତାନ୍ୟାହୁ ଉକ୍ତ କନଫରେନ୍ସରେ ମୋଦିଙ୍କୁ ଅବଗତ କରାଇଥିଲେ । ରୀନାଙ୍କ କହିବାନୁସାରେ ନେତାନ୍ୟାହୁ ଭାରତୀୟ ଖାଦ୍ୟର ଜଣେ ବଡ଼ ପ୍ରଶଂସକ । ସେ ପ୍ରତି ୨ ସପ୍ତାହରେ ଥରେ ଭାରତୀୟ ଖାଦ୍ୟ ଅର୍ଡର କରନ୍ତି । ତାଙ୍କର ବଟର୍ ଚିକେନ୍ ଓ କଢାଇ ଚିକେନ୍ ବହୁତ ପସନ୍ଦ । 

  • ମୋଦିଙ୍କ ପାଇଁ ରୀନା କରିଥିଲେ ରୋଷେଇ
ପ୍ରଧାନମନ୍ତ୍ରୀ ମୋଦି ଫେବୃଆରୀ ୨୫ ଓ ୨୬ ତାରିଖ ଦୁଇ ଦୁନିଆ ଇସ୍ରାଏଲ ଗସ୍ତ କରିଥିଲେ । ଏହି ସମୟରେ ଇସ୍ରାଏଲର ତାଙ୍କ ଲାଗି ରୀନା ଭାରତୀୟ ଶାକାହାରୀ ଖାଦ୍ୟ ରୋଷେଇ କରୁଥିଲେ । ରୀନା ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ତାଙ୍କୁ ଏହି ଗୁରୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । 

ଅଧିକ ଖବର ପଢନ୍ତୁ... ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, ଅନୁପ୍ରବେଶକାରୀଙ୍କୁ ବଞ୍ଚାଇବା ଲୋକେ ଆମକୁ ଦେଉଛନ୍ତି ଉପଦେଶ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Israel PM Benjamin Netanyahu recalls india link behind his love story | Argus News