War History of USA / ଯୁଦ୍ଧ କରି କେତେ ଦେଶଙ୍କୁ ବର୍ବାଦ କରିଛି ଆମେରିକା? ତାଲିକାରେ କେଉଁଠି ରହିଛି ଇରାନ୍?
·3 weeks ago·3 min read

Key Points
୧୭୭୬ ମସିହାରେ ସ୍ୱାଧିନ ହେବା ପର ଠାରୁ ୨୦୨୬ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ପ୍ରାୟ ୪ ଶହରୁ ଅଧିକ ସାମରିକ ହସ୍ତକ୍ଷେପ କରିସାରିଛି ଆମେରିକା। ଏହି କାର୍ଯ୍ୟାନୁଷ୍ଠାନର ଏକ ବଡ଼ ଅଂଶ ୧୯୫୦ ମସିହାରେ ପରେ ହେଇଥିଲା।
List of Wars Involving the USA: ମଧ୍ୟ ପ୍ରାଚ୍ୟରେ ଇସ୍ରାଏଲ-ଆମେରିକା ସହ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷର ନିଆଁ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏବେ ଇରାନ ଉପରେ ହୋଇଥିବା ଆକ୍ରମଣ ଏବେ ବିଶ୍ୱବ୍ୟାପୀ ଆମେରିକୀୟ ସାମରିକ ହସ୍ତକ୍ଷେପର ଇତିହାସ ବିଷୟ ବର୍ତ୍ତମାନ ବିଶ୍ୱ ରାଜନୀତିରେ ବିତର୍କର ବିଷୟ ଭାବେ ଉଭା ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରଠାରୁ, ଆମେରିକା ବିଶ୍ୱର ବିଭିନ୍ନ ଦେଶ ବିରୋଧରେ ବିଭିନ୍ନ ବାହାନା ଦେଖାଇ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିଛି ଐତିହାସିକ ରେକର୍ଡ ଦର୍ଶାଉଛି ଯେ ଆମେରିକା ବିଶ୍ୱବ୍ୟାପୀ ଶହ ଶହ ସାମରିକ ହସ୍ତକ୍ଷେପରେ ସାମିଲ ହୋଇଛି।
ଆମେରିକୀୟ ସାମରିକ ହସ୍ତକ୍ଷେପର ବୈଶ୍ୱିକ ତାଲିକା
ୟୁନାଇଟେଡ୍ ଷ୍ଟେଟ୍ସ୍ କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସ୍ ଏବଂ ଇଣ୍ଡିପେଣ୍ଡଣ୍ଟ ଭଳି ସଂସ୍ଥା ଦ୍ୱାରା କରାଯାଇଥିବା ଗବେଷଣା ଅନୁଯାୟୀ, ଯୁକ୍ତରାଷ୍ଟ୍ର ୧୭୭୬ ମସିହାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ପ୍ରାୟ ୪ ଶହରୁ ଅଧିକ ସାମରିକ ହସ୍ତକ୍ଷେପ କରିସାରିଛି। ଏହି କାର୍ଯ୍ୟାନୁଷ୍ଠାନର ଏକ ବଡ଼ ଅଂଶ ୧୯୫୦ ମସିହାରେ ପରେ ହେଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ଏକ ବିଶ୍ୱରେ ମହାଶକ୍ତି ଭାବେ ଉଭା ହୋଇଥିଲା। କେବଳ ୧୯୪୫ ମସିହାରୁ ଆମେରିକା ଅତି କମରେ ପ୍ରାୟ ୩୦ ଦେଶରେ ବୋମା ମାଡ଼ କରିସାରିଛି। ବିଶ୍ୱର ପ୍ରାୟ ୯୬ ଦେଶରେ କୌଣସି ନାଁ କୌଣସି ପ୍ରକାରର ସାମରିକ ହସ୍ତକ୍ଷେପ କରିଛି। ଏହି ହସ୍ତକ୍ଷେପରେ ପ୍ରତ୍ୟକ୍ଷ ଯୁଦ୍ଧ, ବାୟୁ ମାର୍ଗରୁ ଆକ୍ରମଣ, ନୌସେନା କାର୍ଯ୍ୟାନୁଷ୍ଠାନ, ସହଯୋଗୀଙ୍କ ପାଇଁ ସାମରିକ ସମର୍ଥନ ଏବଂ ରାଜନୈତିକ ଘଟଣାକୁ ପ୍ରଭାବିତ କରିବା ପାଇଁ ଗୁପ୍ତ ଅଭିଯାନ ଅନ୍ତର୍ଭୂକ୍ତ ରହିଛି।
ଆମେରିକୀୟ ସାମରିକ ଅଭିଯାନ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶ
ଆମେରିକା କିଛି ଦେଶରେ ବିଶେଷ ଭାବରେ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସବୁଠାରୁ ଅଧିକ ପ୍ରଭାବିତ ହେଉଛି ଭିଏତନାମ, ଇରାକ, ଆଫଗାନିସ୍ତାନ ଏବଂ ଲାଓସ। ୧୯୫୫ ମସିହାରୁ ଆରମ୍ଭ ୧୯୭୫ ପର୍ଯ୍ୟନ୍ତ ପ୍ରାୟ ୨୦ ବର୍ଷ ଧରି ଚାଲିଥିବା ଭିଏତନାମ ଯୁଦ୍ଧରେ ଆମେରିକା ସମଗ୍ର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ବୋମା ଅପେକ୍ଷା ଅଧିକ ବୋମାମାଡ଼ କରିଥିଲା। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଭିଏତନାମର ପଡୋଶୀ ଲାଓସ ରହିଛି। ଯେଉଁଠି ସର୍ବାଧିକ ବୋମାମାଡ଼ କରାଯାଇଥିଲା। କାରଣ ଶୀତଳ ଯୁଦ୍ଧ ସମୟରେ ସେଠାରେ ଲକ୍ଷ ଲକ୍ଷ ଟନ୍ ବିସ୍ଫୋରକ ପକାଯାଇଥିଲା।
ଏହା ପରେ ୨୦୦୦ ମସିହା ପର ଠାରୁ ଆଫଗାନିସ୍ତାନ ଏବଂ ଇରାକ ମାଟିରେ ଆମେରିକା ପକ୍ଷରୁ ଆରମ୍ଭ ହୋଇଥିଲା ବୈଶ୍ୱିକ ଆତଙ୍କବାଦ ବିରୋଧି ସଂଗ୍ରାମ। ଯାହାର ପରିଣାମ ସ୍ୱରୂପ ଉଭୟ ଦେଶ ଭିତ୍ତିଭୂମି ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ଏଠାରେ ଦୀର୍ଘକାଳୀନ ରାଜନୈତିକ ସବ ଅର୍ଥନୈତିକ ଅସ୍ଥିରତା ସୃଷ୍ଟି ହୋଇଥିଲା। ଏହି ସଂଘର୍ଷର ସବୁଠାରୁ କ୍ଷତି ହେଉଛି ଉଭୟ ଦେଶର ବ୍ୟାପକ ବିସ୍ଥାପନ ସମସ୍ୟା ସୃଷ୍ଟି ହୋଇଥିଲା।
ଆମେରିକା ଦ୍ୱାରା ହୋଇଥିବା ରାଜନୈତିକ ହସ୍ତକ୍ଷେପ
ସାମରିକ ହସ୍ତକ୍ଷେପ ବ୍ୟତୀତ ଆମେରିକା ଅନେକ ଦେଶରେ ରାଜନୈତିକ ହସ୍ତକ୍ଷେପ ଏବଂ ଶାସନ ପରିବର୍ତ୍ତନକୁ ସମର୍ଥନ କରୁଥିବାର ଅଭିଯୋଗ ହୋଇଛି। ଏହାର ସବୁଠାରୁ ପ୍ରସିଦ୍ଧ ଉଦାହରଣ ହେଉଛି ୧୯୫୩ ମସିହାରେ ହୋଇଥିବା ଇରାନ ବିଦ୍ରୋହ। ଯେଉଁଠାରେ ଆମେରିକୀୟ ବିଦେଶୀ ଗୁଇନ୍ଦା ସଂସ୍ଥା ସିଆଇଏ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ମହମ୍ମଦ ମୋସାଦେଗଙ୍କୁ ଗାଦିଚ୍ୟୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ସେହିପରି ୧୯୭୩ ମସିହାରେ ଲାଟିନ୍ ଆମେରିକୀୟ ଦେଶ ଚିଲିରେ, ଆମେରିକାର ସମ୍ପୃକ୍ତି ବିଷୟରେ ସମାନ ଅଭିଯୋଗ ଆସିଛି। ଯେଉଁଠାରେ ସାଲଭାଡୋର ଆଲେଣ୍ଡେଙ୍କ ସରକାରକୁ ଗାଦିଚ୍ୟୁତ କରାଯାଇଥିଲା। ଏହା ବ୍ୟତୀତ ୨୦୧୧ ମସିହାରେ ଇଜିପ୍ଟ ରାଷ୍ଟ୍ରପତି ହୋସନି ମୁବାରକ ଏବଂ ଲିବିଆର ଏକଛତ୍ରବାଦୀ ଶାସକ ମୁଅମ୍ମାର ଗଦ୍ଦାଫିଙ୍କୁ ଗାଦିଚ୍ୟୁତ କରିଥିଲା ଆମେରିକା।
ଆମେରିକୀୟ ହସ୍ତକ୍ଷେପ ତାଲିକାରେ କେଉଁଠି ରହିଛି ଇରାନ?
ଇରାନ ସେହି ଦେଶ ତାଲିକାରେ ସାମିଲ ରହିଛି ଯେଉଁଠାରେ ଆମେରିକା ରାଜନୈତିକ ଏବଂ ସାମରିକ ଭାବରେ ଅନେକ ଥର ହସ୍ତକ୍ଷେପ କରିଛି। ୧୯୫୩ ମସିହାରେ ଘଟିଥିବା ବିଦ୍ରୋହ ପର ଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ଉଠିଥିଲା। ଏହି ଘଟଣା ପାଇଁ ଇରାନର ରାଜନୈତିକ ପାଣିପାଗରେ ପରିବର୍ତ୍ତନ ଆସିଥିଲା। ଏହା ପରେ ୧୯୮୮ ମସିହାରେ "ଅପରେସନ୍ ପ୍ରେଇଙ୍ଗ ମାଣ୍ଟିସ୍" (Operation Praying Mantis) ସମୟରେ ଆମେରିକା-ଇରାନ୍ ସିଧାସଳଖ ସାମରିକ ସଂଘର୍ଷ ହୋଇଥିଲା। ପାରସ୍ୟ ଉପସାଗରରେ ଆମେରିକୀୟ ନୌସେନା ଇରାନୀ ସୈନ୍ୟବାହିନୀ ସହ ମୁହାଁମୁହିଁ ହୋଇଥିଲା। ଏବେ ପୁଣି ଥରେ ଇରାନ ପଛରେ ପଡ଼ିଯାଇଛି ଆମେରିକା। "ଅପରେସନ୍ ଏପିକ୍ ଫ୍ୟୁରି" (Operation Epic Fury) ଅଧିନରେ ଇରାନ ବିରୋଧରେ ସିଧାସଳଖ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି ଆମେରିକା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories