Return to US Within Hours / H-1B ଭିସା ଧାରୀଙ୍କୁ ଜରୁରୀ ଇମେଲ୍, ୨୪ ଘଣ୍ଟାରେ ଆମେରିକା ଫେରି ଆସିବାକୁ ନିର୍ଦ୍ଦେଶ

Key Points
H-1B ଭିସାରେ ନିୟମ ପରିବର୍ତ୍ତନ ପରେ ଟେକ୍ ଦୁନିଆରେ ହଇଚଇ । ନିଜ କର୍ମଚାରୀଙ୍କୁ ଜରୁରୀ ଇମେଲ ପଠାଇଲେ କମ୍ପାନୀ । ୨୪ ଘଣ୍ଟାରେ ଆମେରିକା ଫେରିବାକୁ ନିର୍ଦ୍ଦେଶ ।
ପ୍ରଥମେ ଟାରିଫ୍ ଆଉ ଏବେ H-1B ଭିସା । 'H-1B' ଭିସା ନିୟମରେ ବଡ଼ ପରିବର୍ତ୍ତନ କରିଛି ଆମେରିକା । ସେପ୍ଟେମ୍ବର ୨୧ରୁ ଏହି ନୂଆ ନିୟମ ଲାଗୁ ହେବ । H-1B ଭିସା ଉପରେ ନୂତନ ଫି' ନିୟମ କାର୍ଯ୍ୟକାରୀ ହେବା ପୂର୍ବରୁ, ଆମେରିକୀୟ ଆଇଟି କମ୍ପାନୀ ସେମାନଙ୍କର ବିଦେଶୀ କର୍ମଚାରୀମାନଙ୍କୁ, ବିଶେଷକରି ଭାରତୀୟ କର୍ମଚାରୀମାନଙ୍କୁ ଗୋଟିଏ ଦିନ ମଧ୍ୟରେ ଆମେରିକା ଆସିବାକୁ ଅନୁରୋଧ କରି ଏକ ଇମେଲ୍ ନିର୍ଦ୍ଦେଶନାମା ପଠାଇଛନ୍ତି ।
ମେଟା ଏବଂ ମାଇକ୍ରୋସଫ୍ଟ ଭଳି ଟେକ୍ ଜାଏଣ୍ଟମାନେ ସେମାନଙ୍କ କର୍ମଚାରୀମାନଙ୍କୁ ଦେଶ ଛାଡି ନଯିବାକୁ ଅନୁରୋଧ କରିଛନ୍ତି। ଶନିବାର ସକାଳେ ଟ୍ରମ୍ପଙ୍କ H1-B ଭିସା ଫି ବୃଦ୍ଧି ପରେ, ମେଟା ଏବଂ ମାଇକ୍ରୋସଫ୍ଟ କର୍ମଚାରୀମାନଙ୍କୁ ୧୪ ଦିନ ପାଇଁ ଆମେରିକାରୁ ବାହାରକୁ ନ ଯିବାକୁ ଅନୁରୋଧ କରିଛନ୍ତି ।
ମେଟା ଏବଂ ମାଇକ୍ରୋସଫ୍ଟ ଆମେରିକା ବାହାରେ ରହୁଥିବା ସମସ୍ତ କର୍ମଚାରୀଙ୍କୁ ଇମେଲ୍ ପଠାଇ ୨୪ ଘଣ୍ଟା ମଧ୍ୟରେ ଆମେରିକା ଫେରିବାକୁ ଅନୁରୋଧ କରିଛନ୍ତି । ଏମିତିକି ଯେଉଁମାନଙ୍କ ପାଖରେ H1-B ଭିସା ରହିଛି ସେମାନଙ୍କୁ ୧୪ ଦିନ ପାଇଁ ଦେଶ ଛାଡି ନଯିବାକୁ କୁହାଯାଇଛି ।
ଇମେଲ୍ ମାଧ୍ୟମରେ ବିଦେଶୀ କର୍ମଚାରୀମାନଙ୍କୁ ଏକ ନୋଟିସ ମଧ୍ୟ ଜାରି କରାଯାଇଛି । ମେଟା H1-B ଏବଂ H4 ଭିସା କର୍ମଚାରୀମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଆମେରିକା ଫେରିବାକୁ ଅନୁରୋଧ କରିଛି । ମାଇକ୍ରୋସଫ୍ଟ ଏହାର H1-B ଭିସା କର୍ମଚାରୀମାନଙ୍କୁ ୧୪ ଦିନ ପାଇଁ ଦେଶ ଛାଡି ନଯିବାକୁ ପରାମର୍ଶ ଦେଇଛି, ନଚେତ୍ ସେମାନେ ଫେରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ସେହିପରି ଆମେରିକାରେ ଆମାଜନ୍ କମ୍ପାନୀରେ ସର୍ବାଧିକ H1-B ଭିସା ଧାରୀ ରହିଛନ୍ତି । ରାଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଆମାଜନ୍ ମଧ୍ୟ ତା'ର ସମସ୍ତ କର୍ମଚାରୀଙ୍କୁ ଏକ ନୋଟିସ୍ ଜାରି କରି ତୁରନ୍ତ ଆମେରିକା ଫେରିଆସିବାକୁ କହିଛି ।
📱 Get Argus News App
✨
ଆମେରିକାରେ Amazon ରେ ସର୍ବାଧିକ H1-B ଭିସା ଧାରକ ଅଛନ୍ତି। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଆମାଜନ ସମସ୍ତ କର୍ମଚାରୀଙ୍କୁ ଏକ ନୋଟିସ ଜାରି କରି କହିଛି।
H-1B ଭିସା ଧାରୀଙ୍କ ମଧ୍ୟରୁ ୭୦% ଭାରତୀୟ କର୍ମଚାରୀ । H-1B ଭିସା ଉପରେ ଟ୍ରମ୍ପଙ୍କ ନୂତନ ଫି ନିୟମ ଭାରତୀୟ ଟେକ୍ ସର୍କଲରେ ହଇଚଇ ସୃଷ୍ଟି କରିଛି । H-1B ଭିସା ପାଉଥିବା କର୍ମଚାରୀଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ଭାରତୀୟ ନାଗରିକ, ତେଣୁ ଏହି ଘୋଷଣା ଭାରତର IT କ୍ଷେତ୍ର ଉପରେ ଏକ ବଡ଼ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।
ଟ୍ରମ୍ପଙ୍କ ଏହି ନିୟମ କ’ଣ?
୨୧ ସେପ୍ଟେମ୍ବର, ୨୦୨୫ ରୁ ଆମେରିକୀୟ କମ୍ପାନୀଗୁଡ଼ିକୁ ଜଣେ ବିଦେଶୀ କର୍ମଚାରୀଙ୍କ ପ୍ରବେଶ କିମ୍ବା ପୁନଃପ୍ରବେଶ ପାଇଁ ପ୍ରତ୍ୟେକ H-1B ଆବେଦନ ଉପରେ $୧୦୦,୦୦୦ (ପ୍ରାୟ ୮୮.୧୦ ଲକ୍ଷ ଟଙ୍କା) ଦେବାକୁ ପଡିବ। ଏହି ନିୟମ ସମସ୍ତ ବିଦେଶୀ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ଯେଉଁମାନେ H-1B ଭିସା ରଖିଛନ୍ତି କିମ୍ବା ଆବେଦନ କରୁଛନ୍ତି। ଯଦି ଜଣେ କର୍ମଚାରୀ H-1B ଭିସା ଧାରକ ଏବଂ ଭାରତ ଗସ୍ତ ପାଇଁ ଆସିଛନ୍ତି, ତେବେ ଏହି ନିୟମ ତାଙ୍କ ପାଇଁ ପ୍ରଯୁଜ୍ୟ ହେବ ଯଦିଓ ସେ ପୁଣି ଥରେ ଆମେରିକା ଯାଆନ୍ତି ଏବଂ ଯେପର୍ଯ୍ୟନ୍ତ ତାଙ୍କ କମ୍ପାନୀ ଏହି ପରିମାଣ ଦେଇନାହାଁନ୍ତି, ସେପର୍ଯ୍ୟନ୍ତ ସେ ଆମେରିକାରେ ପ୍ରବେଶ କରିପାରିବେ ନାହିଁ।
Related Topics
Explore more stories