Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ରାଜତନ୍ତ୍ରରୁ କେମିତି ନେପାଳ ହେଲା ଗଣତାନ୍ତ୍ରିକ ରାଷ୍ଟ୍ର ? କାହିଁକି ରହୁଛି ରାଜନୈତିକ ଅସ୍ଥିରତା ?

Sushanta Sahoo
Browse all articles by Sushanta Sahoo
·10 months ago·3 min read
ରାଜତନ୍ତ୍ରରୁ କେମିତି ନେପାଳ ହେଲା ଗଣତାନ୍ତ୍ରିକ ରାଷ୍ଟ୍ର ? କାହିଁକି ରହୁଛି ରାଜନୈତିକ ଅସ୍ଥିରତା ?

Key Points

ନେପାଳରେ ଜନ ଆନ୍ଦୋଳନର ଇତିହାସ ବେଶ ଲମ୍ବା । ସେତେବେଳେ ରାଜତନ୍ତ୍ର ବିରୋଧରେ ଜନତା ଆନ୍ଦୋଳନ କରିଥିଲେ, ଆଉ ଆନ୍ଦୋଳନ ପରେ ନେପାଳ ହୋଇଥିଲା ଗଣତାନ୍ତ୍ରିକ ରାଷ୍ଟ୍ର । ଆଉ ଗଣତାନ୍ତ୍ରିକ ରାଷ୍ଟ୍ର ହେବା ପରେ ନେପାଳରେ ଜାରି ରହିଛି ଅସ୍ଥିରତା ।

କାଠମାଣ୍ଡୁ: ଅରାଜକତା, ହିଂସା, ଅସ୍ଥିରତା ଆଉ ଇସ୍ତଫା । ନେପାଳ ପାଇଁ ଏ ସବୁ ନୂଆ ନୁହେଁ । ନେପାଳରେ ଶାସନ ପଦ୍ଧତି ସିନା ବଦଳୁଛି ହେଲେ ଆତଙ୍କର କଳାବାଦଲ ସେମିତି ଢାଙ୍କି ହୋଇ ରହୁଛି । ଏବେ ଜେନ୍-ଜିଙ୍କ ପ୍ରଦର୍ଶନର ଦ୍ଵିତୀୟ ଦିନରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କେପି ଶର୍ମା ଓଲି । ଆଉ ଏଥିରୁ ହିଁ ବୁଝି ହେଉଛି ପ୍ରଦର୍ଶନର ବ୍ୟାପକତା ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ପଡ଼ୁଥିବା ତୀବ୍ର ଚାପ ।


ନେପାଳ ଏମିତି ଏକ ଦେଶ ଯାହା ରାଜତନ୍ତ୍ର, ସାମ୍ବିଧାନିକ ରାଜତନ୍ତ୍ର ପରେ ଗଣତାନ୍ତ୍ରିକ ଶାସନ ଦେଖିଛି । ୨୦୦୮ରେ ନେପାଳକୁ ରିପବ୍ଲିକ ଗଣରାଜ୍ୟ ଘୋଷିତ କରାଯାଇଥିଲା । ତା' ପୂର୍ବରୁ ନେପାଳରେ ଥିଲା ରାଜତନ୍ତ୍ର । ନେପାଳ ରିପବ୍ଲିକ ଗଣରାଜ୍ୟ ହେବାର ମାତ୍ର ୧୭ ବର୍ଷ ହୋଇଥିବା ବେଳେ ଶପଥ ନେଲେଣି ୧୩ ଜଣ ପ୍ରଧାନମନ୍ତ୍ରୀ । ଆସନ୍ତୁ ଜାଣିବା ନେପାଳରେ କାହିଁକି ଏତେ ରାଜନୈତିକ ଅସ୍ଥିରତା ।...


ନେପାଳରେ ଜନ ଆନ୍ଦୋଳନର ଇତିହାସ ବେଶ ଲମ୍ବା । ସେତେବେଳେ ରାଜତନ୍ତ୍ର ବିରୋଧରେ ଜନତା ଆନ୍ଦୋଳନ କରିଥିଲେ, ଆଉ ଆନ୍ଦୋଳନ ପରେ ନେପାଳ ହୋଇଥିଲା ଗଣତାନ୍ତ୍ରିକ ରାଷ୍ଟ୍ର । ଆଉ ଗଣତାନ୍ତ୍ରିକ ରାଷ୍ଟ୍ର ହେବା ପରେ ନେପାଳରେ ଜାରି ରହିଛି ଅସ୍ଥିରତା । ଯେଉଁଥିପାଇଁ ଏଠି ବିଗତ ୧୭ ବର୍ଷରେ ହେଲେଣି ୧୩ ପ୍ରଧାନମନ୍ତ୍ରୀ ।


ନେପାଳରେ ରାଜତନ୍ତ୍ର


୨୦୦୮ ମସିହା ପୂର୍ବରୁ ନେପାଳରେ ଥିଲା ରାଜତନ୍ତ୍ର । ଆଉ ରାଜତନ୍ତ୍ରରୁ ରିପବ୍ଲିକ ଗଣରାଜ୍ୟ ହେବା ଲାଗି ନେପାଳକୁ କରିବାକୁ ପଡ଼ିଛି ଅନେକ ସଂଘର୍ଷର ସାମ୍ନା । ନେପାଳରେ ଥିବା ଛୋଟ ଛୋଟ ରାଜ୍ୟକୁ ମିଶାଇ ରାଜତନ୍ତ୍ର ଗଢ଼ି ଉଠିଥିଲା । ରାଜତନ୍ତ୍ର ପରମ୍ପରା ବେଶ ମଜଭୁତ ଥିବାବେଳେ ରାଜାଙ୍କୁ ଦେବତା ଭଳି ମାନୁଥିଲେ ଲୋକେ । ଏବେ ଯଦିଓ ଗଣତନ୍ତ୍ର ପାଇଁ ପ୍ରୟାସ ହୋଇଛି ସଫଳତା ମିଳି ନାହିଁ ।.


ରାଜତନ୍ତ୍ରକୁ ପ୍ରଥମ ବିରୋଧ କେବେ ?


ନେପାଳରେ ରାଜତନ୍ତ୍ର ଠାରୁ ଲୋକଙ୍କ ମୋହ ଧିରେ ଧିରେ ଭଙ୍ଗ ହୋଇଥିଲା । ୧୯୬୬ରେ ଏହାର ସୁଯୋଗ ନେଇ କମ୍ୟୁନିଷ୍ଟ ପାର୍ଟି ରାଜତନ୍ତ୍ରକୁ ଶେଷ କରିବା ପାଇଁ କରିଥିଲା ସଶସ୍ତ୍ର ବିରୋଧ । ଆଉ ବିରୋଧ ପ୍ରଦର୍ଶନରୁ ନେପାଳରେ ସୃଷ୍ଟି ହୋଇଥିଲା ଗୃହଯୁଦ୍ଧ ସ୍ଥିତି । ଯେଉଁଥିରେ ୧୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୦୧ ମସିହାରେ ରାଜା ବୀରେନ୍ଦ୍ରଙ୍କ ସମେତ ଶାହି ପରିବାରର ୯ ଜଣଙ୍କୁ ହତ୍ୟା କରାଯାଇଥିଲା । ଏହା ପରେ ରାଜା ହୋଇଥିଲେ ଜ୍ଞାନେନ୍ଦ୍ର । ହେଲେ ତାଙ୍କ ଶାସନ ସେତେ ପ୍ରଭାବଶାଳୀ ନ ଥିଲା । ଯାହା ଫଳରେ ଜନତାଙ୍କ ଆକ୍ରୋଶ ବଢ଼ିଥିଲା ଆଉ ସେବେଠୁ ଆରମ୍ଭ ହୋଇଥିଲା ନେପାଳକୁ ଗଣତାନ୍ତ୍ରିକ ରାଷ୍ଟ୍ର କରିବାର ଦାବି ।


୨୦୦୮ରେ ନେପାଳ ହେଲା ଗଣରାଜ୍ୟ


ରାଜା ଜ୍ଞାନେନ୍ଦ୍ରଙ୍କ ବିରୋଧରେ ୨୦୦୬ରେ ତେଜିଥିବା ଜନ ଆନ୍ଦୋଳନ ୨୦୦୮ରେ ସଫଳ ହୋଇଥିଲା । ଆଉ ସେହି ବର୍ଷ ସମ୍ବିଧାନ ସଭା ନେପାଳକୁ ସଂଘୀୟ ଲୋକତାନ୍ତ୍ରିକ ଗଣରାଜ୍ୟ ଘୋଷଣା କରିଥିଲା । ଏଥିସହ ନେପାଳରେ ଚାଲି ଆସିଥିବା ୨୪୦ ବର୍ଷ ତଳର ରାଜତନ୍ତ୍ର ଶାସନରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ । ନେପାଳ ଗଣତାନ୍ତ୍ରିକ ରାଷ୍ଟ୍ର ଘୋଷଣା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ପୁଷ୍ପ କମଲ ଦହଲ । ଆଉ ନେପାଳର ପ୍ରଥମ ସରକାରରୁ ହିଁ ଲାଗି ରହିଥିଲା ରାଜନୈତିକ ଅସ୍ଥିରତା ।


ରାଜନୈତିକ ଅସ୍ଥିରତା କାହିଁକି ?


ନେପାଳରେ ରାଜନୈତିକ ଅସ୍ଥିରତାର ପ୍ରମୁଖ କାରଣ ହେଉଛି ମେଣ୍ଟ ରାଜନୀତି । ନିର୍ବାଚନରେ କୌଣସି ଦଳକୁ ପ୍ରାୟତଃ ସ୍ପଷ୍ଟ ବହୁମତ ମିଳି ନଥାଏ । ଫଳରେ ମେଣ୍ଟ ସରକାର ଗଠନ ହୁଏ, ଯାହା ଅସ୍ଥିରତା ମଧ୍ୟରେ ଗତି କରି ଭାଙ୍ଗିଯାଏ । ତା'ଛଡ଼ା ନେପାଳର ଭୌଗଳିକ ବିବିଧତା ଓ ସ୍ଥାନୀୟ ବାସିନ୍ଦାଙ୍କ ଆବଶ୍ୟକତା ଭିନ୍ନ । ଅସ୍ଥିର ସରକାର ଯୋଗୁଁ ପ୍ରଧାନମନ୍ତ୍ରୀ ବାରମ୍ବାର ବଦଳିଥାଆନ୍ତି । ଆଉ ଏହି ରାଜନୈତିକ ଅସ୍ଥିରତା ଅନେକ ସମୟରେ ନୂଆ ଆନ୍ଦୋଳନକୁ ଜନ୍ମ ଦିଏ, ସରକାର ଭାଙ୍ଗି ଦିଏ ।


ଗଣତାନ୍ତ୍ରିକ ରାଷ୍ଟ୍ର ହେବା ପରେ ଆଜି ପର୍ଯ୍ୟନ୍ତ ନେପାଳ ପ୍ରଧାନମନ୍ତ୍ରୀ ଭାବେ ଯେଉଁମାନେ ବି ଦାୟିତ୍ଵ ନେଇଛନ୍ତି ସେମାନଙ୍କ କାର୍ଯ୍ୟକାଳ ସଂକ୍ଷିପ୍ତ ରହିଛି । ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଟଣାଓଟରା ଯୋଗୁଁ ଜଣେ ବି ପ୍ରଧାନମନ୍ତ୍ରୀ ପଦରେ ୫ ବର୍ଷ ରହି ପାରିନାହାନ୍ତି । ଏକମାତ୍ର କେପି ଶର୍ମା ଓଲି ୩ ଥର ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିଥିବା ବେଳେ ୨୦୧୮ରେ ଦ୍ଵିତୀୟ ପାଳିରେ ସର୍ବାଧିକ ୩ ବର୍ଷ ୮୮ ଦିନ ଧରି ଶାସନ କରିଥିଲେ । ଏବେ ତୃତୀୟ ପାଳିରେ ଜେନ୍-ଜିଙ୍କ ଆନ୍ଦୋଳନ ପାଇଁ କେପି ଶର୍ମା ଓଲି ମାତ୍ର ୧ ବର୍ଷ ୫୬ ଦିନରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ଗଣତାନ୍ତ୍ରିକ ରାଷ୍ଟ୍ରରେ କେବେ, କିଏ ପ୍ରଧାନମନ୍ତ୍ରୀ ?

Sponsored