Pakistan Attack / ରାତି ଅଧରେ ପାକିସ୍ତାନ କଲା ତୁହାକୁ ତୁହା ଆକ୍ରମଣ: ଗଦା ହେଲା ମୃତଦେହ

Key Points
ରାତି ଅଧରେ ପାକିସ୍ତାନ କଲା ଆକ୍ରମଣ ଗଦା ହେଲା ମୃତଦେହ
ରାତି ଅଧରେ ପାକିସ୍ତାନ କଲା ତୁହାକୁ ତୁହା ଆକ୍ରମଣ
ଆକାଶମାର୍ଗରୁ ପାକିସ୍ତାନ କଲା ବୋମା ବର୍ଷା
ଗଦା ହୋଇଗଲା ପୁଳା ପୁଳା ମୃତଦେହ
ରାତି ଅଧରେ ଥରି ଉଠିଲା ପୁରା ଦେଶ । ମୃତ ଦେହ ଏଣେ ତେଣେ ଛିଟିକି ପଡ଼ିଲା । ସମସ୍ତେ ଶୋଇଥିବା ବେଳେ ପାକିସ୍ତାନ କରିଛି ଆକ୍ରମଣ । ଗଦା କରି ଦେଇଛି ମୃତ ଦେହ । ଆକାଶରୁ ବର୍ଷା ହେଲା ବୋମା । ପାକିସ୍ତାନ କରିଛି ଆଫଗାନିସ୍ତାନ ଉପରେ ତୁହାକୁ ତୁହା ଆକ୍ରମଣ । ପ୍ରକମ୍ପିତ ହୋଇଛି କାବୁଲ । ଅନେକ ଲୋକଙ୍କର ଏଥିରେ ମୃତ୍ୟୁ ହୋଛି । ପାକିସ୍ତାନ ସେନା ଏହି ଆକ୍ରମଣ ଶ୍ରେୟ ନେଇଛି । ଇସଲାମାବାଦରେ ହୋଇଥିବା ମସଜିଦ୍ ଉପରେ ଆକ୍ରମଣ ନେଇ ପାକିସ୍ତାନ କରିଛି ଏମିତି ଏୟାର ଷ୍ଟ୍ରାଇକ ।
ପାକିସ୍ତାନ କେମିତି କରିଛି ଏୟାର ଷ୍ଟ୍ରାଇକ । ଗୋଟିଏ ପରେ ଗୋଟିଏ ବୋମା ବର୍ଷା କରିଛ ଆଫଗାନିସ୍ତାନ ଉପରେ । ଧ୍ବଂସ ହୋଇ ଯାଇଛି ଆଫଗାନିସ୍ତାନ । ୧୭ରୁ ଅଧିକ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା କହିଛି ଆଫଗାନିସ୍ତାନ ସେନା । ଆଫଗାନିସ୍ତାନର ମୋଟ ୭ଟି ସ୍ଥାନ ଉପରେ ପାକିସ୍ତାନ କରିଛି ଆକ୍ରମଣ ।
ଏହି ଆକ୍ରମଣ ଆଫାଗାନିସ୍ତାନର ଘାନିଖିଲ, ବେହସୁଦ, ଖୋଗ୍ୟାନି, ଉରଗୁନ ଏବଂ ବରମାଲ ଡିଷ୍ଟ୍ରିକ୍ଟରେ ହୋଇଛି । ସୂଚନା ମୁତାବକ କିଛି ଦିନ ପୂବରୁ ପାକିସ୍ତାନର ଇସଲାମାବାଦରେ ଏକ ମସଜିଦରେ ହୋଇଥିଲା ଆତ୍ମଘାତି ବିସ୍ଫୋରଣ । ଯେଉଁଥିରେ ପାକିସ୍ତାନର ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ପ୍ରତିଶୋଧ ନେବା ପାଇଁ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଛି ପାକିସ୍ତାନ ।
ସେପଟେ ପାକିସ୍ତାନ ସରକାର କହିଛି ଆଫଗାନିସ୍ତାନର କିଛି ସ୍ଥାନରେ ଏୟାର କରିଛି ପାକିସ୍ତାନ। ଯେଉଁଥିରେ ଆଫଗାନିସ୍ତାନର ଅେନକ ଲୋକଙ୍କର ମୃତ୍ୟୁ ହୋଇଛି । ଯେଉଁମାନେ ପାକିସ୍ତାନ ଆକ୍ରମଣରେ ସାମିଲ ଥିଲେ ସେହି ମାନଙ୍କ ଉପରେ ହୋଇଛି ଆକ୍ରମଣ । ଯଦି ଦେଖିବା ଏବେ ଆଫଗାନିସ୍ତାନ ଚୁପ ରହିବ ନାହିଁ । ପାକିସ୍ତାନ ଉପରେ କରିପାରେ ସାଂଘାତିକ ଆକ୍ରମଣ ।
ଏଥିସହ ପଢ଼ନ୍ତୁ: ପାକିସ୍ତାନରେ ଚାଲିଥିଲା ବିବାହ ଉତ୍ସବ: ହେଲା ବିସ୍ଫୋରଣ, ୫ ମୃତ
📱 Get Argus News App
✨Related Topics
Explore more stories