Gold Reserves / ତେଲ ପରେ ସୁନାରେ ବିଶ୍ଵକୁ ନଚାଇବ ସାଉଦି ଆରବ; ବାଲି ତଳେ 'ସୁନା ସାମ୍ରାଜ୍ୟ'
·2 months ago·2 min read

Key Points
ସାଉଦି ଆରବର ଏହି ସୁନା ଖଣି ସନ୍ଧାନ କେବଳ ତଥ୍ୟ ସୀମିତ ନୁହେଁ । ବରଂ ତେଲ ଉପରେ ନିର୍ଭର ସାଉଦି ଆରବର ଅର୍ଥନୀତିକୁ ନୂଆ ରଣନୀତି ପାଇଁ ସକ୍ଷମ କରିଛି ।
ଦୁବାଇ: ତେଲର ଦମରେ ବିଶ୍ଵ ରାଜନୀତି ସହ ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ସାଉଦି ଆରବକୁ ମିଳିଛି ନୂଆ ଶକ୍ତି । ବିସ୍ତୀର୍ଣ୍ଣ ମରୁଭୂମରେ ଛପି ରହିଥିବା ଖଣିଜ ସମ୍ପଦ ଏବେ ସାରା ଦୁନିଆର ଧ୍ୟାନ ଆକର୍ଷଣ କରିଛି । ସାଉଦି ଆରବର ସରକାରୀ ଖନନ କମ୍ପାନୀ ମଆଦେନ (Maaden) ସ୍ପଷ୍ଟ କରିଛି ଯେ, ଦେଶର ୪ଟି ବଡ଼ ଅଞ୍ଚଳରେ ରହିଛି ୭୮ ଲକ୍ଷ ଆନ୍ସ ସୁନା ।
ଏବେ ହୋଇଥିବା ଡ୍ରିଲିଂ ଓ ପର୍ଯ୍ୟବେକ୍ଷଣରୁ ୪ ସୁନା ଖଣିରେ ୨୨୧ ଟନ୍ (୨ ଲକ୍ଷ ୨୧ ହଜାର କେଜି) ଓଜନର ସୁନା ଥିବା ଜଣାପଡ଼ିଛି । ତେବେ ସାଉଦି ଆରବର ଏହି ସୁନା ଖଣି ସନ୍ଧାନ କେବଳ ତଥ୍ୟ ସୀମିତ ନୁହେଁ । ବରଂ ତେଲ ଉପରେ ନିର୍ଭର ସାଉଦି ଆରବର ଅର୍ଥନୀତିକୁ ନୂଆ ରଣନୀତି ପାଇଁ ସକ୍ଷମ କରିଛି । ଯାହାକି ସାଉଦି ଆରବର ବଳିଷ୍ଠ ଅର୍ଥନୀତିକୁ ଆହୁରି ମଜଭୁତ୍ କରିବ ।
ଏଥିସହ ପଢ଼ନ୍ତୁ: ପାଇଥିବା ନୋବେଲ ଶାନ୍ତି ପୁରସ୍କାରକୁ ଦେଇଦେଲେ ଭେନେଜୁଏଲାର ମାରିଆ; ଖୁସିରେ ଗଦ ଗଦ ଟ୍ରମ୍ପ
କେଉଁଠି କେଉଁଠି ସୁନା ?
ଉଦି ଆରବର ସରକାରୀ ଖନନ କମ୍ପାନୀ ମଆଦେନ (Maaden) ଅନୁସାରେ ଦେଶର ୪ଟି ସ୍ଥାନରେ ସୁନାର ଭଣ୍ଡାର ରହିଛି । ମନସୁରା ମସ୍ସାରା, ଉଋକ ୨୦/୨୧, ଉମ୍ମ ଅସ ସଲାମ, ୱାଦି ଅଲ ଜାରେ ମିଳିଛି ସୁନା ଖଣିର ସନ୍ଧାନ ।
କେବଳ ୱାଦି ଅଲ ଜାରୁ ଅନୁମାନର ବଡ଼ ଅଂଶ ସୁନା ବାହାରିବା ସମ୍ଭାବନା ରହିଛି । ମଆଦେନର କହିବା ଅନୁସାରେ, ଏହି ଅନୁସନ୍ଧାନ କେବଳ ପୁରୁଣା ଖଣି ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ନୂଆ ଅଞ୍ଚଳ ଓ ପ୍ରାରମ୍ଭିକ ଖନନରୁ ଅନେକ ସମ୍ଭାବନା ଦେଖା ଦେଇଛି ।
ଖଣିଜ ବିଶେଷଜ୍ଞଙ୍କ ଅନୁସାରେ, ସାଉଦଦି ଆରବର ଆରବିଆନ୍ ଶିଲ୍ଡରେ ପୂର୍ବରୁ ହିଁ ସୁନା, ତମ୍ବା ଓ ଅନ୍ୟ ଦୁର୍ଲଭ ଧାତୁ ବିପୁଳ ପରିମାଣରେ ରହିଛି । ଏବେ ହୋଇଥିବା ଅନୁସନ୍ଧାନ ସେହି ଧାରଣାକୁ ଆହୁର ମଜଭୁତ୍ କରିଛି ।
ଏଥିସହ ପଢ଼ନ୍ତୁ: ଗ୍ରୀନଲାଣ୍ଡ ପାଇଁ ଏକାଠି ହେଲା ୟୁରୋପ; ଆମେରିକାର ଧମକ ପରେ ସୈନ୍ୟ ପଠାଇଲେ ବ୍ରିଟେନ, ଜର୍ମାନୀ ସହ ୬ ଦେଶ
ବିଶ୍ଵର ନଜର, ଆସିବ ବିଦେଶୀ ପୁଞ୍ଜି
ତେବେ ସାଉଦି ଆରବର ସୁନା ସନ୍ଧାନ ଦେଶକୁ ଶୀର୍ଷ ସୁନା ଉତ୍ପାଦକ ସୂଚୀକୁ ଆଣି ନାହିଁ । କିନ୍ତୁ ବିଶ୍ଵ ସ୍ତରରେ ଏକ ଗେମ୍ ଚେଞ୍ଜର୍ ସଂକେତ ଦେଇଛି । ବିଶେଷଜ୍ଞଙ୍କ ଅନୁସାରେ, ଏବେ ସାଉଦି ଆରବ ପ୍ରତି ବିଦେଶୀ ମାଇନିଂ କମ୍ପାନୀ ଆକୃଷ୍ଟ ହେବେ । ନୂଆ ଟେକ୍ନୋଲୋଜି ଓ ଭିତ୍ତିଭୂମିରେ ନିବେଶ ବଢ଼ିବ । ସ୍ଥାନୀୟ ଯୁବବର୍ଗଙ୍କ ପାଇଁ ଟ୍ରେନିଂ ସହ ରୋଜଗାର ସୁଯୋଗ ସୃଷ୍ଟି ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories