Videos
|
International

Geopolitics / ଗ୍ରୀନଲାଣ୍ଡ ପାଇଁ ଏକାଠି ହେଲା ୟୁରୋପ; ଆମେରିକାର ଧମକ ପରେ ସୈନ୍ୟ ପଠାଇଲେ ବ୍ରିଟେନ, ଜର୍ମାନୀ ସହ ୬ ଦେଶ

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଗ୍ରୀନଲାଣ୍ଡ ପାଇଁ ଏକାଠି ହେଲା ୟୁରୋପ; ଆମେରିକାର ଧମକ ପରେ ସୈନ୍ୟ ପଠାଇଲେ ବ୍ରିଟେନ, ଜର୍ମାନୀ ସହ ୬ ଦେଶ
Greenland Crisis | Europe vs US

Key Points

ଗ୍ରୀନଲାଣ୍ଡରେ ଭୂ-ରାଜନୈତିକ ଅସ୍ଥିରତା ଭିତରେ ୟୁରୋପୀୟ ଦେଶ ସୀମିତ ସୈନ୍ୟ ପଠାଇଛନ୍ତି । ଯାହାକି ଆମେରିକା, ଋଷ ଓ ଚୀନ ଆଦି ୩ ଦେଶକୁ ମିଳିତ ଭାବେ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି ।
ନୂଆଦିଲ୍ଲୀ: ଗ୍ରୀନଲାଣ୍ଡକୁ ଆମେରିକା ରାଷ୍ଟ୍ରପତି ନିୟନ୍ତ୍ରଣକୁ ନେବାକୁ ଚାହୁଁଛନ୍ତି । ଯାହାକୁ ନେଇ ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ବୟାନ ଦେଉଥିବା ବେଳେ ଗ୍ରୀନଲାଣ୍ଡରେ ହଲଚଲ୍ ଦେଖିବାକୁ ମିଳିଛି । ଗ୍ରୀନଲାଣ୍ଡକୁ ସମର୍ଥନ ଦେଇ ୟୁରୋପୀୟ ଦେଶର ସୈନିକ ପହଞ୍ଚିବାରେ ଲାଗିଛନ୍ତି ।

ଯଦିଓ ପୂର୍ବରୁ ଗ୍ରୀନଲାଣ୍ଡରେରେ ଆମେରିକାର ଯବାନଙ୍କ ତୁଳନାରେ ୬ ଦେଶ ପଠାଇଥିବା ସୈନିକଙ୍କ ସଂଖ୍ୟା କମ୍ ତଥାପି ଏହା ଟ୍ରମ୍ପଙ୍କୁ ଏକ ପ୍ରକାର କାଉଣ୍ଟର । ଏବେ ଗ୍ରୀନଲାଣ୍ଡକୁ ଜର୍ମାନୀ ୧୩ ସୈନିକ ପଠାଇଥିବା ବେଳେ ବ୍ରିଟେନ୍ ଜଣେ ଯବାନଙ୍କୁ ପଠାଇଛି ।

ଏଥିସହ ପଢ଼ନ୍ତୁ: ଭେନେଜୁଏଲା ପରେ ଗ୍ରୀନଲାଣ୍ଡକୁ ନିୟନ୍ତ୍ରଣକୁ ନେବ ଆମେରିକା ! ଟ୍ରମ୍ପ କଲେ ବଡ଼ ଘୋଷଣା

ଗ୍ରୀନଲାଣ୍ଡରେ ଭୂ-ରାଜନୈତିକ ଅସ୍ଥିରତା ଭିତରେ ୟୁରୋପୀୟ ଦେଶ ସୀମିତ ସୈନ୍ୟ ପଠାଇଛନ୍ତି । ଯାହାକି ଆମେରିକା, ଋଷ ଓ ଚୀନ ଆଦି ୩ ଦେଶକୁ ମିଳିତ ଭାବେ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି । ପ୍ରଶ୍ନ ଉଠୁଛି ଏତେ କମ ସଂଖ୍ୟାରେ ଆସିଥିବା ସୈନିକ କ'ଣ ଆଣ୍ଟାକର୍ଟିକା ଉପରେ ସଂକଟକୁ ଟାଳି ପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ବ୍ରିଟେନ୍ ଓ ଜର୍ମାନୀ ସହ ୬ ଦେଶର ସୈନିକ ଗ୍ରୀନଲାଣ୍ଡରେ ଚାଲିଥିବା ମିଳିତ ସୈନ୍ୟ ଅଭ୍ୟାସ ପାଇଁ ପହଞ୍ଚିଛନ୍ତି । ଯାହାର ଉଦ୍ଦେଶ୍ୟ ଡେନମାର୍କ ସୈନ୍ୟ ଅଭ୍ୟାସ ପ୍ରସ୍ତୁତିରେ ସହଯୋଗ କରିବା । ଏଭଳି ସ୍ଥିତିରେ ୟୁରୋପୀୟ ଦେଶର ସୀମିତ ଯବାନଙ୍କୁ ମୁତୟ ଆମେରିକାକୁ ଏକ ପ୍ରକାର ବାର୍ତ୍ତା ବୋଲି ଆଲୋଚନା ହେଉଛି ।

ଟ୍ରମ୍ପ ଗ୍ରୀନଲାଣ୍ଡକୁ ନିୟନ୍ତ୍ରଣ କରିବା ନେଇ ଏକାଧିକ ଥର ବୟାନ ଦେଲେଣି । ଗୁରୁବାର ଡେନମାର୍କ ଓ ଗ୍ରୀନଲାଣ୍ଡ ଅଧିକାରୀ ଆମେରିକାର ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ଆଲୋଚନାରେ ଗତିରୋଧ ନେଇ କୌଣସି ନିଷ୍କର୍ସ ମିଳିନି । ବରଂ ବୈଠକ ପରେ ଟ୍ରମ୍ପ ଦୋହରାଇଛନ୍ତି, "ଯଦି ଋଷ କିମ୍ବା ଚୀନ ଗ୍ରୀନଲାଣ୍ଡକୁ ଅକ୍ତିଆର୍ କରିବାକୁ ଚାହାନ୍ତି ତାହେଲେ ରକ୍ଷା କରିବା ଲାଗି ଡେନମାର୍କ ସକ୍ଷମ ହେବ ନାହିଁ ।"

ଏବେ ଡେନମାର୍କର ମିଳିତ ଆଣ୍ଟାକର୍ଟିକା କମାଣ୍ଡରେ ଦ୍ଵୀପରେ ପ୍ରାୟ ୧୫୦ ସୈନ୍ୟ ଅଛନ୍ତି । ଏବେ ଜର୍ମାନୀ, ଫ୍ରାନ୍ସ, ସ୍ଵିଡେନ୍‍, ନରୱେ. ଫିନଲାଣ୍ଡ ଓ ନେଦରଲାଣ୍ଡ ସୈନ୍ୟ ଅଭାସ୍ୟ ଆରମ୍ଭ ପାଇଁ ଯବାନଙ୍କୁ ପଠାଉଛନ୍ତି ।

ଆମେରିକାକୁ ବାର୍ତ୍ତା

ରୟାଲ୍ ଡେନିଶ ଡିଫେନ୍ସ କଲେଜର ଆସୋସିଏଟ୍ ପ୍ରଫେସର ମାର୍କ ଜ୍ୟାକବସେନ କହିଛନ୍ତି, "ଗ୍ରୀନଲାଣ୍ଡରେ ୟୁରୋପୀୟ ସେନା ମୁତୟନ ଆମେରିକାକୁ ୨ଟି ବାର୍ତ୍ତା ଦେଉଛି । ଗୋଟିଏ ହେଉଛି ରୋକିବାକୁ ପଡ଼ିବ । ଦେଖାଇବାକୁ ପଡ଼ିବ ଆମେରିକା ସୈନ୍ୟ କିଛି କରିବାକୁ ଚାହିଁଲେ ଆମେ ଗ୍ରୀନଲାଣ୍ଡର ରକ୍ଷା ପାଇଁ ପ୍ରସ୍ତୁତ ।"

ଏଥିସହ ପଢ଼ନ୍ତୁ: 'ଆମ ଉପରେ ଆମେରିକାର ହକ୍ ନାହିଁ': ଟ୍ରମ୍ପଙ୍କ ଉପରେ ବର୍ଷିଲେ ମହିଳା ପ୍ରଧାନମନ୍ତ୍ରୀ

ସେହିଭଳି ଦ୍ଵିତୀୟ ମେସେଜ ହେଉଛି "ଚୀନ-ଋଷ ଭଳି ସମ୍ଭାବ୍ୟ ବିପଦକୁ ଆମେ ଗମ୍ଭୀରତାର ସହ ନେଉଛୁ । ଆମେ ଗ୍ରୀନଲାଣ୍ଡରରେ ଉପସ୍ଥିତି ବଢାଇବୁ । ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ୍ କରି ତୀକ୍ଷଣ ନଜର ରଖିବୁ ।"

ଗ୍ରୀନଲାଣ୍ଡକୁ ୟୁରୋପୀୟ ଦେଶର ସୈନିକ ଆସିବା ନେଇ ଡେନମାର୍କର ପ୍ରତିରକ୍ଷା ମନ୍ତ୍ରୀ ଲୁଣ୍ଡ ପାଲସନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଆଣ୍ଟାକର୍ଟିକାର ସୁରକ୍ଷା କେବଳ ଡେନମାର୍କ ସାମ୍ରାଜ୍ୟର ପ୍ରସଙ୍ଗ ନାହିଁ । ବରଂ ଏହା ନାଟୋର ସମସ୍ତ ଦେଶ ପାଇଁ ।"

Related Topics

Explore more stories