Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Husbands / ଏହି ଦେଶରେ ପୁରୁଷଙ୍କ ଅଭାବ, ଭଡାରେ ଯାଆନ୍ତି 'ସ୍ୱାମୀ'

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଏହି ଦେଶରେ ପୁରୁଷଙ୍କ ଅଭାବ, ଭଡାରେ ଯାଆନ୍ତି 'ସ୍ୱାମୀ'
Husbands

Key Points

ଏହି ଦେଶରେ ପୁରୁଷଙ୍କ ଅଭାବ
ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା
ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସଂଖ୍ୟା ଅନେକ ସ୍ଥାନରେ କମ୍‌ ଥାଏ। କିନ୍ତୁ ଏହାର ମାନେ ଏହା ନୁହେଁ ଯେ, ଆମେ ନିଜ ସ୍ୱାମୀଙ୍କୁ ଭଡାରେ ଦେବା। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ହେଲେ ଏହା ସତ। ଏପରି ଏକ ଦେଶ ଅଛି, ଯେଉଁଠି ସ୍ୱାମୀଙ୍କୁ ଭଡାରେ ନେଉଛନ୍ତି ମହିଳା। ୟୁରୋପୀୟ ଦେଶ ଲାଟଭିଆରେ ଏଭଳି କାମ ଦେଖିବାକୁ ମିଳିଛି। ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର ଦୈନନ୍ଦିନ ମରାମତି ଏବଂ କାର୍ଯ୍ୟ ପାଇଁ ଅନେକ ମହିଳା ଅସ୍ଥାୟୀ ଭାବରେ ‘ସ୍ୱାମୀ’ ଭଡ଼ାରେ ନେଉଛନ୍ତି।

ପୁରୁଷ ସାଥୀଙ୍କ ଅନୁପସ୍ଥିତିରେ ଘରର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲାଟଭିଆର ମହିଳାମାନେ ହ୍ୟାଣ୍ଡିମେନ୍ ଭଡ଼ାରେ ନେଉଥିବା ସେବାଗୁଡ଼ିକର ସାହାଯ୍ୟ ନେଉଛନ୍ତି। ପୁରୁଷଙ୍କୁ ଭଡାରେ ନେବା ପାଇଁ ଭିନ୍ନ ଭିନ୍ନ ଆପ୍‌ ମଧ୍ୟ ରହିଛି। ଏହାସହ ଅଧିକ ପେମେଣ୍ଟ ମଧ୍ୟ ଦିଆଯାଇଥାଏ। ଏହି ଧାରା କେବଳ ଲାଟଭିଆରେ ସୀମିତ ନୁହେଁ; ୨୦୨୨ରେ ବ୍ରିଟେନରେ ମଧ୍ୟ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଅଜବ ଘରକାମ ପାଇଁ ‘ଭଡ଼ାରେ’ ଦେବା ଖବର ଚର୍ଚ୍ଚାର ବିଷୟ ହୋଇଥିଲା।

କାହିଁକି ଏତେ ସଂଖ୍ୟାରେ କମ୍‌ ପୁରୁଷ:

ବିଶେଷଜ୍ଞଙ୍କ ମତରେ, ଧୂମପାନର ଅଧିକ ହାର ଏବଂ ଜୀବନଶୈଳୀ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ପୁରୁଷଙ୍କର କମ୍ ଆୟୁଷ ହେଉଛି ଏହି ଲିଙ୍ଗଗତ ଅସନ୍ତୁଳନର ମୁଖ୍ୟ କାରଣ। ଲାଟଭିଆର ପ୍ରାୟ ୩୧% ପୁରୁଷ ଧୂମପାନ କରୁଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହା ମାତ୍ର ୧୦% ରହିଛି। ଯୋଉଁଥିପାଇଁ ପୁରୁଷଙ୍କ ସଂଖ୍ୟା ଏଠାରେ କମ୍‌ ରହିଛି। ତଥ୍ୟ ଅନୁଯାୟୀ, ଲାଟଭିଆରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୧୫.୫% ଅଧିକ, ଯାହା ୟୁରୋପୀୟ ୟୁନିଅନ୍ ହାରାହାରି ଠାରୁ ତିନି ଗୁଣରୁ ଅଧିକ। ବିଶେଷ କରି ୬୫ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ଠାରୁ ଦୁଇ ଗୁଣ ଅଧିକ। କାର୍ଯ୍ୟକ୍ଷେତ୍ର ଏବଂ ଦୈନନ୍ଦିନ ଜୀବନରେ ପୁରୁଷଙ୍କ ଅଭାବ ସ୍ପଷ୍ଟ ଭାବରେ ଦେଖାଯାଉଛି। ଅନେକ ମହିଳା ସାଥୀ ଖୋଜିବା ପାଇଁ ବିଦେଶ ଯାତ୍ରା କରୁଛନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି।''

ଏଥିସହ ପଢ଼ନ୍ତୁ: ଧର୍ମନିରପେକ୍ଷ ଦେଶ ରୁଷର ରାଷ୍ଟ୍ରପତି କ’ଣ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ?

Komanda24 ଭଳି ପ୍ଲାଟଫର୍ମଗୁଡ଼ିକ “Men With Golden Hands” ନାମକ ସେବା ପ୍ରଦାନ କରୁଛନ୍ତି, ଯେଉଁଥିରେ ପ୍ଲମ୍ବିଂ, କାଠ କାମ, ମରାମତି, ଏବଂ ଟିଭି ଇନଷ୍ଟଲେସନ୍ ଭଳି କାମ କରାଯାଏ। ଅନ୍ୟ ଏକ ସେବା Remontdarbi.lv ମହିଳାମାନଙ୍କୁ ଅନ୍‌ଲାଇନ୍ କିମ୍ବା ଫୋନ୍ ମାଧ୍ୟମରେ “ଏକ ଘଣ୍ଟା ପାଇଁ ସ୍ୱାମୀ” ବୁକ୍ କରିବାର ସୁଯୋଗ ଦେଉଛି। କର୍ମଚାରୀମାନେ ଘରର ପରଦା ଠିକ୍ କରିବା, ରଙ୍ଗ କରିବା, ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଶୀଘ୍ର ଆସି ପହଞ୍ଚୁଛନ୍ତି। ଏହାସହ ସମସ୍ତ କାମ ସାରି ଭଲ ମାତ୍ରାରେ ପେମେଣ୍ଟ ନେଇ ଚାଲିଯାଆନ୍ତି। ଏହାସହ ଯଦି ବି ଭଡାରେ ଆସିଥିବା କୌଣସି ପୁରୁଷ କାହାର କିଛି କ୍ଷତି କରିଥାଏ, ତେବେ ସଙ୍ଗେ ସଙ୍ଗେ ତାଙ୍କ ଉପରେ ଆଇନଗତ ଆକ୍ସନ ମଧ୍ୟ ନିଆଯାଏ। ତେଣୁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ଆପ୍‌ ଗୁଡିକୁ ଉପଲବ୍ଧ କରାଯାଇଥିବା ସୂଚନା ରହିଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Husbands | Shortage Of Men Pushes Women In This Country To 'Rent' Husbands | Argus News | Argus News