Videos
|
International

Vladimir Putin / ଧର୍ମନିରପେକ୍ଷ ଦେଶ ରୁଷର ରାଷ୍ଟ୍ରପତି କ’ଣ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ?

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଧର୍ମନିରପେକ୍ଷ ଦେଶ ରୁଷର ରାଷ୍ଟ୍ରପତି କ’ଣ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ?
Putin

Key Points

ଜାଣନ୍ତି କି ପୁଟିନ କେଉଁ ଧର୍ମକୁ ମାନନ୍ତି
ଧର୍ମନିରପେକ୍ଷ ଦେଶ ରୁଷର ରାଷ୍ଟ୍ରପତି କ’ଣ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ?


ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ଦୁଇ ଦିନିଆ ଭାରତ ଗସ୍ତ ପରେ ତାଙ୍କ ବିଷୟରେ ଅନେକ କିଛି ଆଲୋଚନା ହେଉଛି। କେତେବେଳେ ତାଙ୍କ ଗାଡି ବିଷୟରେ ହେଉ ଅବା ସେ ପିନ୍ଧୁଥିବା ଦାମୀ ଘଣ୍ଟା ବିଷୟରେ ହେଉ । ବର୍ତ୍ତମାନ ଆଉ ଏକ ଖବର ଚର୍ଚ୍ଚାର ବିଷୟ ପାଲଟିଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ପୁଟିନ ତାଙ୍କର ରାଜନୈତିକ ରଣନୀତି ଏବଂ କଠିନ ନିଷ୍ପତ୍ତି ପାଇଁ ସାରା ବିଶ୍ୱରେ ଜଣାଶୁଣା। ହେଲେ ପୁଟିନ୍‌ ଇଶ୍ୱରଙ୍କୁ ବିଶ୍ୱାସ କରନ୍ତି କି ନାଇଁ ?

ରୁଷ ରାଷ୍ଟ୍ରପତି ପୁଟିନଙ୍କ ଧର୍ମ ବିଷୟରେ କହିବାକୁ ଗଲେ, ସେ ଧାର୍ମିକ ସ୍ୱଭାବର, କାରଣ ତାଙ୍କୁ ପ୍ରାୟତଃ ବଡ଼ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ଏବଂ ପ୍ରାର୍ଥନା ସଭାରେ ଯୋଗଦେବାର ଦେଖାଯାଏ। କିନ୍ତୁ ଆପଣ ଜାଣନ୍ତି କି ରୁଷ ରାଷ୍ଟ୍ରପତି ପୁଟିନ କେଉଁ ଧର୍ମ ପାଳନ କରନ୍ତି? ରୁଷ ଆନୁଷ୍ଠାନିକ ଭାବରେ ଏକ ଧର୍ମନିରପେକ୍ଷ ଦେଶ, କିନ୍ତୁ ଭ୍ଲାଦିମିର ପୁଟିନ ରୁଷୀୟ ଅର୍ଥୋଡକ୍ସ ଖ୍ରୀଷ୍ଟିଆନିଟି ପାଳନ କରନ୍ତି। ଭ୍ଲାଦିମିର ପୁଟିନ କ’ଣ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି? ୨୦୦୭ ମସିହାରେ ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କୁ ତାଙ୍କର ବ୍ୟକ୍ତିଗତ ଧାର୍ମିକ ବିଶ୍ୱାସ ବିଷୟରେ ପଚରାଯାଇଥିଲା, ସେ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ। ଏହାସହ କହିଥିଲେ କି ହଁ, ମୁଁ ଇଶ୍ୱରଙ୍କୁ ବହୁତ ବିଶ୍ୱାସ କରେ। କୁହାଯାଏ ଯେ ତାଙ୍କ ମାଆ ଜଣେ ଖ୍ରୀଷ୍ଟିଆନ ଥିଲେ। ପୁଟିନ ମଧ୍ୟ ସବୁବେଳେ ତାଙ୍କ ବେକରେ କ୍ରସ୍ ପିନ୍ଧନ୍ତି, ଯାହା ତାଙ୍କ ଖ୍ରୀଷ୍ଟିଆନ ଧର୍ମ ପ୍ରତି ଆଗ୍ରହକୁ ସୂଚିତ କରେ ।

ଏଥିସହ ପଢ଼ନ୍ତୁ: ଆତଙ୍କବାଦ ବିରୋଧରେ ଏକାଠି ଲଢ଼ିବେ ଭାରତ-ଋଷ; ପାକିସ୍ତାନ ପାଇଁ ବଡ଼ ବାର୍ତ୍ତା

ସେପଟେ ୟୁକ୍ରେନ୍‌କୁ ଫେରିବ ଶାନ୍ତି । ଶାନ୍ତି ଆଲୋଚନା ଦିଗରେ ଆଗକୁ ବଢ଼ୁଛି ଋଷିଆ । ୨୦୨୨ ଫେବ୍ରୁଆରୀରେ ଆରମ୍ଭ ହୋଇଥିବା ୟୁକ୍ରେନ୍ ଯୁଦ୍ଧର ଅନ୍ତ ଦିଗରେ ମସ୍କୋ ଉଦ୍ୟମ କରୁଛି । ଏନେଇ ଥିବା ପ୍ରସ୍ତାବକୁ ରୁଷର ରାଷ୍ଟ୍ରପତି ପୁଟିନ ଭାରତ ସହ ସେୟାର୍ କରିଛନ୍ତି । ଶୁକ୍ରବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ଭେଟ ହୋଇ ଆଲୋଚନା କରିଛନ୍ତି । ହାଇଦ୍ରାବାଦ ହାଉସରେ ପିଏମ୍ ନରେନ୍ଦ୍ର ମୋଦି, ଋଷ ରାଷ୍ଟ୍ରପତି ପୁଟିନଙ୍କ ସ୍ଵାଗତ କରି ହାତ ମିଳାଇଥିଲେ । ଦ୍ଵିପାକ୍ଷିକ ବୈଠକ ପୂର୍ବରୁ ଭାରତ ଆସିଥିବାରୁ ପୁଟିନଙ୍କୁ ଧନ୍ୟବାଦ ଦେଇଥିଲେ ପିଏମ୍ ମୋଦି । ଏହାପରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ନେତା ମତ ରଖିଥିଲେ । ତେବେ ପୁଟିନଙ୍କ ଭାରତ ଗସ୍ତ ନିଶ୍ଚିନ୍ତ ଭାବରେ ଏକ ବଡ଼ ପରିବର୍ତ୍ତନ ଆଣିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ବିଦେଶ ଖବର: 

(ଏଠାରେ ପ୍ରଦାନ କରାଯାଇଥିବା ସମସ୍ତ ସୂଚନା ସାମାଜିକ ଏବଂ ଧାର୍ମିକ ବିଶ୍ୱାସ ଉପରେ ଆଧାରିତ। କାହାକୁ ଆକ୍ଷେପ କରିବା ଆମର ଉଦ୍ଦେଶ୍ୟ ନୁହେଁ )

Related Topics

Explore more stories