|
logo
Live
Argus News App
GET APP

Argus News - ରାତିକରେ ୟୁକ୍ରେନ୍ ଉପରେ ଋଷ ମାଡ଼ କଲା ୫୯୫ ଡ୍ରୋନ୍‍, ୪୮ ମିସାଇଲ୍

International

Ukraine War / ରାତିକରେ ୟୁକ୍ରେନ୍ ଉପରେ ଋଷ ମାଡ଼ କଲା ୫୯୫ ଡ୍ରୋନ୍‍, ୪୮ ମିସାଇଲ୍

Sushanta Sahoo
Browse all articles by Sushanta Sahoo
·6 months ago·2 min read
ରାତିକରେ ୟୁକ୍ରେନ୍ ଉପରେ ଋଷ ମାଡ଼ କଲା ୫୯୫ ଡ୍ରୋନ୍‍, ୪୮ ମିସାଇଲ୍

Key Points

ସାରା ରାତି ଅନିଦ୍ରା ରହିଲା ୟୁକ୍ରେନ୍ । ରାତିରେ ୫୯୫ ଡ୍ରୋନ୍‍, ୪୮ ମିସାଇଲ୍ ମାଡ଼ । ଯୁଦ୍ଧ ଭିତରେ ୟୁକ୍ରେନ୍ ଉପରେ ଋଷ କରିଛି ବଡ଼ ଆକ୍ରମଣ । ଯେଉଁଥିରେ ଶତାଧିକ ଲୋକ ଆହତ ହୋଇଥିବା ବେଳେ କ୍ଷତିଗ୍ରସ୍ତ ହୋଇଛି ବଡ଼ ବଡ଼ ଅଟ୍ଟାଳିକା ।

କିଭ୍: ୟୁକ୍ରେନ୍‌ ଉପରେ ପୁଣି ବଡ଼ ଆକ୍ରମଣ । ସାରା ରାତି ଅନିଦ୍ରା ରହିଲା ୟୁକ୍ରେନ୍ । ରାତିରେ ୫୯୫ ଡ୍ରୋନ୍‍, ୪୮ ମିସାଇଲ୍ ମାଡ଼ । ଯୁଦ୍ଧ ଭିତରେ ୟୁକ୍ରେନ୍ ଉପରେ ଋଷ କରିଛି ବଡ଼ ଆକ୍ରମଣ । ଯେଉଁଥିରେ ଶତାଧିକ ଲୋକ ଆହତ ହୋଇଥିବା ବେଳେ କ୍ଷତିଗ୍ରସ୍ତ ହୋଇଛି ବଡ଼ ବଡ଼ ଅଟ୍ଟାଳିକା । ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।


ରବିବାର ରାତି ଅନିଦ୍ରା ରହିଛି ୟୁକ୍ରେନ୍ ରାଜଧାନୀ କିଭ୍ । ଋଷ ପକ୍ଷରୁ ଘନ ଘନ ଡ୍ରୋନ୍ ଓ ମିସାଇଲ୍ ମାଡ଼ କିଭ୍‌କୁ ଅସ୍ତବ୍ୟସ୍ତ କରି ରାତି ଉଜାଗର କରିବାକୁ ବାଧ୍ୟ କରିଛି । ଗତ ମାସରେ ୟୁକ୍ରେନ୍ ଉପରେ ଆକାଶ ମାର୍ଗରୁ ଋଷ ବଡ଼ ଧରଣର ଆକ୍ରମଣ କରିଥିଲା । ଯେଉଁଥିରେ ପ୍ରାଣ ହରାଇଥିଲେ ୨୧ ଜଣ । ଆଉ ଉକ୍ତ ଆକ୍ରମଣ ପରେ ଦ୍ଵିତୀୟ ବଡ଼ ଆକ୍ରମଣ କରିଛି ଋଷ ।


ଏଥିସହ ପଢ଼ନ୍ତୁ: Russia-Ukraine: ସରିବନି ଏ ଯୁଦ୍ଧ ! ପୁଣି ୟୁକ୍ରେନ୍‌ ଆକାଶରୁ ନିଆଁ ବର୍ଷା କଲା ଋଷ...


ଆକ୍ରମଣ ନେଇ କିଭ୍ ସହରର ପ୍ରଶାସନ ପ୍ରମୁଖ ତୈମୁର ତକାଚେଙ୍କୋ ରବିବାର କହିଛନ୍ତି, "ସହରର ଜନବସତି ଅଞ୍ଚଳରେ ଏହି ଆକ୍ରମଣ କରାଯାଇଛି । ମୃତକଙ୍କ ମଧ୍ୟରେ ୧୨ ବର୍ଷର ଜଣେ ଝିଅ ଅଛି ।" ରାତି ଅଧରେ କିଭ୍‌ ସହରର କେନ୍ଦ୍ର ଭାଗରେ ଋଷ ଏୟାରଷ୍ଟ୍ରାଇକ୍ କରିଛି । କିଭ୍‌ର ଆକାଶ ପୂରା ଧୂଆଁମୟ ହୋଇ ଉଠିଥିଲା ।


ଆକ୍ରମଣ ନେଇ ୟୁକ୍ରେନ୍‌ର ବାୟୁ ସେନା କହିଛି, "ଋଷ ମୋଟ ୫୯୫ ବିସ୍ଫୋରଣକାରୀ ଡ୍ରୋନ୍ ଓ ନକଲି ଅସ୍ତ୍ରଶସ୍ତ୍ର ଓ ୪୮ ମିସାଇଲ୍ ମାଡ଼ କରିଛି । ଆଉ ଏଥିରୁ ଆମ ଏୟାର ଡିଫେନ୍ସ ସିଷ୍ଟମ ୫୬୬ଟି ଡ୍ରୋନ୍ ଓ ୪୫ଟି ମିସାଇଲ୍‌କୁ ପ୍ରତିହତ କରିବାରେ ସଫଳ ହୋଇଛି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: Ukraine-Russia war: ୟୁକ୍ରେନ୍‌ ସ୍ଵାଧୀନତାର ୩୪ ବର୍ଷ ପୂର୍ତ୍ତିରେ ଋଷର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ


ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, "କିଭ୍ ସହ ଜାପୋରିଜିଆ, ଖମେଲନିତ୍ସକି, ସୁମି, ମୟକୋଲାଇବ, ଚେର୍ନିହାଇବ ଓ ଓଡ଼େସାକୁ ଟାର୍ଗେଟ୍ କରିଛି ଋଷ । ଏହି ଆକ୍ରମଣରେ ପ୍ରାୟ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।"


ଜେଲେନସ୍କି ଆହୁରି କହିଛନ୍ତି, ଏହି ଆକ୍ରମଣ ଜାତିସଂଘ ମହାସଭା ସପ୍ତାହ ବୈଠକର ସମାପ୍ତ ସମୟରେ ହୋଇଛି । ଆଉ ଆକ୍ରମଣ କରି ଋଷ ନିଜ ଅସଲ ପରିଚୟ ପ୍ରମାଣିତ କରିଛି । ଯୁଦ୍ଧ ସହ ହତ୍ୟା ଜାରି ରଖିବାକୁ ମସ୍କୋ ଚାହୁଁଛି । ଋଷକୁ ଅଟକାଇବା ପାଇଁ ଚାରିଆଡ଼ୁ ଚାପ ପଡ଼ିବା ଆବଶ୍ୟକ ବୋଲି କହିଛନ୍ତି ଜେଲେନସ୍କି ।


ଏହା ପୂର୍ବରୁ ୟୁକ୍ରେନ୍ ୩୪ତମ ସ୍ଵାଧୀନତା ଦିବସ ପାଳୁଥିବା ବେଳେ ଋଷର ପରମାଣୁ କେନ୍ଦ୍ର ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା । ଏହି ଆକ୍ରମଣ ଋଷର ପଶ୍ଚିମ କୁର୍ସ୍କରେ ଥିବା ଏକ ପରମାଣୁ କେନ୍ଦ୍ର ଉପରେ ହୋଇଥିଲା । ଡ୍ରୋନ୍ ଆକ୍ରମଣ ପରେ ପ୍ଲାଣ୍ଟରେ ନିଆଁ ଲାଗି ଯାଇଥିଲା । ଉକ୍ତ ଆକ୍ରମଣ ପାଇଁ ୟୁକ୍ରେନ୍‌କୁ ଦାୟୀ କରିଥିଲା ଋଷ ।


Related Topics

Explore more stories

Sponsored
Ukraine War: ରାତିକରେ ୟୁକ୍ରେନ୍ ଉପରେ ଋଷ ମାଡ଼ କଲା ୫୯୫ ଡ୍ରୋନ୍‍, ୪୮ ମିସାଇଲ୍ | Argus News