US Fighter Jets Downed / ଯୁଦ୍ଧ ଭିତରେ ଆମେରିକାର ୩ଟି F-15 ଯୁଦ୍ଧ ବିମାନ ଖସାଇଲା କୁଏତ
·4 months ago·2 min read

Key Points
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ କୁଏତରୁ ଆସିଛି ବଡ଼ ଖବର । ଇରାନ ଦାବି କରିଛି ଯେ, କୁଏତରେ ଆମେରିକାର ଯୁଦ୍ଧ ବିମାନ F-15କୁ ଖସାଇ ଦେଇଛି । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ୱାଶିଂଟନ୍: ଇରାନ ସହ ଇସ୍ରାଏଲ୍ ଓ ଆମେରିକାର ଯୁଦ୍ଧ ଚାଲିଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ କୁଏତରୁ ଆସିଛି ବଡ଼ ଖବର । ଇରାନ ଦାବି କରିଛି ଯେ, କୁଏତରେ ଆମେରିକାର ଯୁଦ୍ଧ ବିମାନ F-15କୁ ଖସାଇ ଦେଇଛି । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ଗୋଟିଏ ବିମାନ ନିୟନ୍ତ୍ରଣ ହରାଇ ତଳକୁ ଖସି ପଡ଼ୁଛି । ଯାହାକୁ ନେଇ ଆମେରିକା ମନ୍ତବ୍ୟ ଦେଇଛି । ଆମେରିକର ସେଣ୍ଟ୍ରାଲ୍ କମାଣ୍ଡ ୩ଟି F-15 E ଯୁଦ୍ଧ ବିମାନ ଖସିଥିବା କଥାକୁ ସ୍ଵୀକାର କରିଛି । ତେବେ ଆମେରିକାର କହିବା କଥା ହେଲା, "ବନ୍ଧୁତ୍ଵପୂର୍ଣ୍ଣ ଗୁଳି ବିନିମୟ ବେଳେ ଏହି ୩ଟି ବିମାନ ଖସି ପଡ଼ିଛି । କୁଏତର ଏୟାର ଡିଫେନ୍ସ ବ୍ୟବସ୍ଥା ଭୁଲ୍ ବଶତଃ F-15 ବିମାନକୁ ଖସାଇ ଦେଇଛି ।"
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଦାବି 'ମୋତେ ମାରିବାକୁ ଦୁଇଥର ଷଡ଼ଯନ୍ତ୍ର କରିଥିଲେ ଖାମେନେଇ, ମୁଁ କରିଦେଲି ସଫା'
ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଅନୁସାରେ, "ଆମେରିକୀୟ ବାୟୁ ସେନାର ଯୁଦ୍ଧ ବିମାନକୁ କୁଏତର ଏୟାର ଡିଫେନ୍ସ ଭୁଲ୍ ବଶତଃ ଖସାଇ ଦେଇଛି । ୩ଟି F-15 ଖସିଥିବା ବେଳେ ୬ ଜଣ ପାଇଲଟ୍ଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।" ଏ କଥାକୁ କୁଏତ ମଧ୍ୟ ସ୍ଵୀକାର କରିଛି ।
ସୋସିଆଲ୍ ମିଡିଆରେ ସେୟାର୍ ଭିଡିଓରେ ଦେଖା ଯାଉଛି ଯେ, ଗୋଟିଏ F-15 ଯୁଦ୍ଧ ବିମାନ ଧିରେ ଧିରେ ତଳକୁ ଖସୁଛି । ଯୁଦ୍ଧ ବିମାନର ପଛ ଭାଗରେ ନିଆଁ ଲାଗି ଯାଇଛି । ଏହା ପୂର୍ବରୁ ଶନିବାର ଯୁଦ୍ଧରେ ଇରାନ ଦାବି କରିଥିଲା ଯେ, ଆମେରିକା ଓ ଇସ୍ରାଏଲ୍କୁ ବ୍ୟାପକ କ୍ଷତି ହୋଇଛି । ଏପରିକି ଆମେରିକାର ଜାହଜ ଆବ୍ରାହମ ଲିଙ୍କନ୍ ଉପରେ ୪ଟି ମିସାଇଲ୍ ମାଡ଼ କରିଥିବା ଦାବି କରିଥିଲା ଇରାନ । ଯାହାକୁ ଆମେରିକା ଖଣ୍ଡନ କରିଛି ।
ଏଥିସହ ପଢ଼ନ୍ତୁ: ଇରାନ ନେଲା ବଡ଼ ପ୍ରତିଶୋଧ; ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଘନ ଘନ ମିସାଇଲ୍ ମାଡ଼
F-15ର ବିଶେଷତ୍ଵ
F-15 ହେଉଛି ସମସ୍ତ ପାଣିପାଗରେ ଉଡ଼ି ପାରୁଥିବା ବିମାନ । ଯାହା କମ୍ ସମୟରେ ଅଧିକ ଦୂରତା ଅତିକ୍ରମ କରିବା ସହ ଆକାଶରେ ବାୟୁ ଚାପକୁ ଖାତିର୍ ନ କରି ମୋଡ଼ ବଦଳାଇବାରେ ସକ୍ଷମ । ଯାହାକି ଏୟର କମ୍ବାଟ ଅପରେସନ୍ ପାଇଁ ବେଶ ଉପଯୋଗୀ ।
ଏହି ଅତ୍ୟାଧୁନିକ ବିମାନ ଉଡ଼ାଣ ବେଳେ ଟାର୍ଗେଟ୍କୁ ଚିହ୍ନଟ କରିପାରେ । ଏହାର ରାଡାର ଦୀର୍ଘ ଦୂରତା, ଭିନ୍ନ ଭିନ୍ନ ଉଚ୍ଚତା ଏବଂ ଭୂଇଁ ନିକଟରେ ଉଡ଼ୁଥିବା ଟାର୍ଗେଟ୍କୁ ସଫଳତାର ସହ ଟ୍ରାକ୍ କରିପାରେ । ସମସ୍ତ ତଥ୍ୟ କେନ୍ଦ୍ରୀୟ କମ୍ପ୍ୟୁଟରକୁ ଯିବା ସହ ଅସ୍ତ୍ରଶସ୍ତ୍ରର ବ୍ୟବହାରକୁ ସହଜ କରିଥାଏ ।

At 11:03 p.m. ET, March 1, three U.S. F-15E Strike Eagles flying in support of Operation Epic Fury went down over Kuwait due to an apparent friendly fire incident.
— U.S. Central Command (@CENTCOM) March 2, 2026
Read more:https://t.co/i2y3Q3vo2E
ସୋସିଆଲ୍ ମିଡିଆରେ ସେୟାର୍ ଭିଡିଓରେ ଦେଖା ଯାଉଛି ଯେ, ଗୋଟିଏ F-15 ଯୁଦ୍ଧ ବିମାନ ଧିରେ ଧିରେ ତଳକୁ ଖସୁଛି । ଯୁଦ୍ଧ ବିମାନର ପଛ ଭାଗରେ ନିଆଁ ଲାଗି ଯାଇଛି । ଏହା ପୂର୍ବରୁ ଶନିବାର ଯୁଦ୍ଧରେ ଇରାନ ଦାବି କରିଥିଲା ଯେ, ଆମେରିକା ଓ ଇସ୍ରାଏଲ୍କୁ ବ୍ୟାପକ କ୍ଷତି ହୋଇଛି । ଏପରିକି ଆମେରିକାର ଜାହଜ ଆବ୍ରାହମ ଲିଙ୍କନ୍ ଉପରେ ୪ଟି ମିସାଇଲ୍ ମାଡ଼ କରିଥିବା ଦାବି କରିଥିଲା ଇରାନ । ଯାହାକୁ ଆମେରିକା ଖଣ୍ଡନ କରିଛି ।
ଏଥିସହ ପଢ଼ନ୍ତୁ: ଇରାନ ନେଲା ବଡ଼ ପ୍ରତିଶୋଧ; ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଘନ ଘନ ମିସାଇଲ୍ ମାଡ଼
F-15ର ବିଶେଷତ୍ଵ
F-15 ହେଉଛି ସମସ୍ତ ପାଣିପାଗରେ ଉଡ଼ି ପାରୁଥିବା ବିମାନ । ଯାହା କମ୍ ସମୟରେ ଅଧିକ ଦୂରତା ଅତିକ୍ରମ କରିବା ସହ ଆକାଶରେ ବାୟୁ ଚାପକୁ ଖାତିର୍ ନ କରି ମୋଡ଼ ବଦଳାଇବାରେ ସକ୍ଷମ । ଯାହାକି ଏୟର କମ୍ବାଟ ଅପରେସନ୍ ପାଇଁ ବେଶ ଉପଯୋଗୀ ।
ଏହି ଅତ୍ୟାଧୁନିକ ବିମାନ ଉଡ଼ାଣ ବେଳେ ଟାର୍ଗେଟ୍କୁ ଚିହ୍ନଟ କରିପାରେ । ଏହାର ରାଡାର ଦୀର୍ଘ ଦୂରତା, ଭିନ୍ନ ଭିନ୍ନ ଉଚ୍ଚତା ଏବଂ ଭୂଇଁ ନିକଟରେ ଉଡ଼ୁଥିବା ଟାର୍ଗେଟ୍କୁ ସଫଳତାର ସହ ଟ୍ରାକ୍ କରିପାରେ । ସମସ୍ତ ତଥ୍ୟ କେନ୍ଦ୍ରୀୟ କମ୍ପ୍ୟୁଟରକୁ ଯିବା ସହ ଅସ୍ତ୍ରଶସ୍ତ୍ରର ବ୍ୟବହାରକୁ ସହଜ କରିଥାଏ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories