|
logo
Live
Argus News App
GET APP

Argus News - ପାଇଥିବା ନୋବେଲ ଶାନ୍ତି ପୁରସ୍କାରକୁ ଦେଇଦେଲେ ଭେନେଜୁଏଲାର ମାରିଆ; ଖୁସିରେ ଗଦ ଗଦ ଟ୍ରମ୍ପ

International

Donald Trump / ପାଇଥିବା ନୋବେଲ ଶାନ୍ତି ପୁରସ୍କାରକୁ ଦେଇଦେଲେ ଭେନେଜୁଏଲାର ମାରିଆ; ଖୁସିରେ ଗଦ ଗଦ ଟ୍ରମ୍ପ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ପାଇଥିବା ନୋବେଲ ଶାନ୍ତି ପୁରସ୍କାରକୁ ଦେଇଦେଲେ ଭେନେଜୁଏଲାର ମାରିଆ; ଖୁସିରେ ଗଦ ଗଦ ଟ୍ରମ୍ପ
Maria Machado Hands Medal to Trump

Key Points

ନୋବେଲକୁ ପାଇ ଟ୍ରମ୍ପ ଖୁସିରେ ଗଦ ଗଦ ହୋଇ ପଡ଼ିଛନ୍ତି । ମୋତେ ଲାଗୁଛି ଆଜି ଭେନେଜୁଏଲାବାସୀଙ୍କ ପାଇଁ ଏକ ଐତିହାସିକ ଦିନ ବୋଲି ଟ୍ରମ୍ପ କହିଥିବା ମାରିଆ କହିଛନ୍ତି ।
ୱାଶିଂଟନ: ଭେନେଜୁଏଲା ଉପରେ ଆକ୍ରମଣ କଲେ, ରାଷ୍ଟ୍ରପତି ଶୋଇଥିବା ବେଳେ ଉଠାଇ ନେଲେ । ଏବେ ପୁଣି ଟ୍ରମ୍ପ ନେଇଗଲେ ନୋବେଲ୍ ଶାନ୍ତି ପୁରସ୍କାର । ତାହା ବି ଭେନେଜୁଏଲାର ନୋବେଲ ବିଜେତା ମାରିଆ କୋରିନା ମଚାଡୋଙ୍କ ଠାରୁ ।

ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ପାଇଁ ମାରିଆ କୋରିନା ମଚାଡୋଙ୍କୁ ନୋବେଲ ପୁରସ୍କାର ମିଳିଥିଲା । ଗୁରୁବାର ଭେନେଜୁଏଲାର ବିପକ୍ଷ ନେତା ମାରିଆ କୋରିନା ମଚାଡୋ ହ୍ଵାଇଟ୍ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ।

ଏଥିସହ ପଢ଼ନ୍ତୁ: ଗ୍ରୀନଲାଣ୍ଡ ପାଇଁ ଏକାଠି ହେଲା ୟୁରୋପ; ଆମେରିକାର ଧମକ ପରେ ସୈନ୍ୟ ପଠାଇଲେ ବ୍ରିଟେନ, ଜର୍ମାନୀ ସହ ୬ ଦେଶ

ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ ଆମେରିକା ଅପହରଣ କରି ନେବା ପରେ ପ୍ରଥମଥର ପାଇଁ କୌଣସି ଭେନେଜୁଏଲା ନେତା ଟ୍ରମ୍ପଙ୍କୁ ଭେଟି ଆଲୋଚନା କରିଛନ୍ତି । ଟ୍ରମ୍ପଙ୍କ ସହ ଭେଟ ପରେ ମାରିଆ କହିଛନ୍ତି, "ମୁଁ ଉପହାର ଭାବେ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ମେଡାଲ୍ ଦେଇଛି ।"

ନୋବେଲକୁ ପାଇ ଟ୍ରମ୍ପ ଖୁସିରେ ଗଦ ଗଦ ହୋଇ ପଡ଼ିଛନ୍ତି । ମୋତେ ଲାଗୁଛି ଆଜି ଭେନେଜୁଏଲାବାସୀଙ୍କ ପାଇଁ ଏକ ଐତିହାସିକ ଦିନ ବୋଲି ଟ୍ରମ୍ପ କହିଥିବା ମାରିଆ କହିଛନ୍ତି । ତେବେ ଟ୍ରମ୍ପ ମେଡାଲକୁ ରଖିବେ ନା ଫେରାଇ ଦେବେ ସେନେଇ ହ୍ଵାଇଟ୍ ହାଉସ୍ କିଛି ସ୍ପଷ୍ଟ କରି ନାହିଁ ।

ହ୍ଵାଉଟ୍ ହାଉସ୍‌ରୁ ବାହାରିବା ପରେ ମାରିଆ କୋରିନା ମଚାଡୋ କହିଛନ୍ତି, "ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ଭରସା କରି ପାରିବା ।" ତେବେ ମାରିଆଙ୍କୁ ଭେନେଜୁଏଲାର ନୂଆ ନେତା ଭାବେ ଟ୍ରମ୍ପ ସମର୍ଥନ ଦେଇ ନାହାନ୍ତି । ଯେଉଁଥିପାଇଁ ଟ୍ରମ୍ପ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗଜଙ୍କ ସହ କାମ କରୁଛନ୍ତି ।

ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ବାରମ୍ବାର ଆଗ୍ରହ ପ୍ରକାଶ କରିଥିଲେ । ମାରିଆ କୋରିନା ମଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଅସନ୍ତୋଷ ଜାହିର୍ କରିଥିଲେ ଡୋନାଲ୍ଡ ଟ୍ରମ୍ପ ।

ଏଥିସହ ପଢ଼ନ୍ତୁ: ଗୁଡ଼ି ଉଜାଡ଼ି ଦେଲା ପରିବାର; ୭୦ ଫୁଟ୍ ବ୍ରିଜ୍‌ ତଳକୁ ଖସି ଆଖି ବୁଜିଲା ବାପାମାଆ ସହ ଝିଅ

ସେତେବେଳେ ନୋବେଲ କମିଟି କହିଥିଲା, "ନୋବେଲ ଘୋଷଣା ପରେ ଏହାକୁ ରଦ୍ଦ କରାଯାଇ ପାରିବ ନାହିଁ । ଏପରିକି ଏହାକୁ କାହାରିକୁ ଉତ୍ସର୍ଗ କିମ୍ବା ହସ୍ତାନ୍ତର କରାଯାଇ ପାରିବ ନାହିଁ । ଏହା ଶେଷ ନିଷ୍ପତ୍ତି ଓ ସମସ୍ତେ ମାନବାକୁ ପଡ଼ିବ ।"

ଏବେ ହ୍ଵାଇଟ୍ ହାଉସ୍ ବୈଠକ ପୂର୍ବରୁ ନୋବେଲ କମିଟି ଲେଖିଛି, "ଗୋଟିଏ ପଦକର ମାଲିକ ବଦଳି ପାରନ୍ତି । କିନ୍ତୁ ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କ ଉପାଧି ବଦଳିଯିବ ନାହିଁ ।" ୨୦୨୫ ଅକ୍ଟୋବରେ ମାରିଆ କୋରିନା ମଚାଡୋଙ୍କୁ ମିଳିଥିବା ନୋବେଲ ଶାନ୍ତି ପୁରସ୍କାର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Donald Trump: ପାଇଥିବା ନୋବେଲ ଶାନ୍ତି ପୁରସ୍କାରକୁ ଦେଇଦେଲେ ଭେନେଜୁଏଲାର ମାରିଆ; ଖୁସିରେ ଗଦ ଗଦ ଟ୍ରମ୍ପ | Argus News