Imran Khan / ଶେହବାଜ ସରକାର କଣ କଲେ ମୋ ଭାଇ ସହ, ୨୩ ଦିନ ହେଲା ମିଳୁନି ଖୋଜଖବର...
·9 months ago·2 min read

Key Points
ଜେଲରେ ଠିକ ଅଛନ୍ତି ତ ଇମ୍ରାନ ଖାନ ?
ଇମ୍ରାନ ଖାନଙ୍କ ସହ ଜେଲରେ କ’ଣ କରିଛନ୍ତି ଶେହବାଜ ସରକାର
ପାକିସ୍ତାନରେ ଭୟଙ୍କର ପ୍ରତିବାଦ
ଇମ୍ରାନ ଖାନଙ୍କ ସହ ଜେଲରେ କ’ଣ କରିଛନ୍ତି ଶେହବାଜ ସରକାର
ପାକିସ୍ତାନରେ ଭୟଙ୍କର ପ୍ରତିବାଦ
ବଡ଼ ଅଭିଯୋଗ ଆଣିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତିନି ଭଉଣୀ। ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ। ମିଳୁନି ଇମ୍ରାନ ଖାନଙ୍କ କୌଣସି ପତ୍ତା ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଭଉଣୀମାନେ। କେବଳ ସେତିକି ନୁହେଁ, ପାକିସ୍ତାନର ରାୱଲପିଣ୍ଡିର ଆଡିଆଲା ଜେଲ ବାହାରେ ହଜାର ହଜାର ପାକିସ୍ତାନ ତେହେରିକ୍-ଏ-ଇନସାଫ (ପିଟିଆଇ) କର୍ମୀଙ୍କ ସହିତ ଧାରଣାରେ ବସିଛନ୍ତି। ଇମ୍ରାନ ଖାନଙ୍କ ସହ ତାଙ୍କ ଉଭଣୀଙ୍କୁ ଦେଖା କରେଇ ଦେଇନାହାନ୍ତି ଜେଲ୍ କର୍ତ୍ତୁପକ୍ଷ। ଇମ୍ରାନ ଖାନଙ୍କ ଭଉଣୀ ନୋରିନ ନିଆଜିଙ୍କ ଅନୁଯାୟୀ, ଯଦି ପାକିସ୍ତାନ ସରକାର ତାଙ୍କୁ ୫ ମିନିଟ୍ ପାଇଁ ମଧ୍ୟ ଇମ୍ରାନ ଖାନଙ୍କୁ ଭେଟିବାକୁ ଅନୁମତି ଦେଇଥାନ୍ତେ, ତେବେ ସେ ସହଜରେ ଚାଲିଯାଇଥାନ୍ତେ, କିନ୍ତୁ ଇମ୍ରାନ ଖାନଙ୍କୁ କେଉଁ ଅବସ୍ଥାରେ ରଖାଯାଇଛି ଏବଂ ତାଙ୍କୁ କାହିଁକି ଭେଟିବାକୁ ଦିଆଯାଉନାହିଁ ତାହା ଜଣାନାହିଁ।'' ଯାହାକୁ ଆଧାର କରି ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କଥା ଭାଇରାଲ ହେଉଛି ।
ଏଥିସହ ପଢ଼ନ୍ତୁ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲା, ଗୋଡ଼େଇ ଗୋଡ଼ଇ ଧରିଲା NIA
ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦରେ ସେମାନଙ୍କ ସହିତ ଅନେକ ଦଳୀୟ ନେତାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏଥର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଉଣୀ ଏବଂ ପିଟିଆଇ ନେତାମାନେ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବେ ବୋଲି ଅଣ୍ଟା ଭିଡ଼ିଛନ୍ତି। ସେମାନେ ଶେହବାଜ ସରକାରଙ୍କୁ ସିଧାସଳଖ ଚରମବାଣୀ ଦେଇଛନ୍ତି ଯେ, ଯଦି ସେମାନଙ୍କୁ ଜେଲରେ ଇମ୍ରାନ ଖାନଙ୍କୁ ଭେଟିବାକୁ ଅନୁମତି ଦିଆଯାଏ ନାହିଁ, ତେବେ ଏହି ପ୍ରତିବାଦ ଜାରି ରହିବ। ଧାରଣା ସମୟରେ ପିଟିଆଇ ନେତାମାନେ ସ୍ୱାଧୀନତାର ସ୍ଲୋଗାନ ଦେଇ ଚାଲିଥିଲେ।
କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ, ପାକିସ୍ତାନର ଶେହବାଜ ସରିଫ ସରକାର ଏବଂ ପାକିସ୍ତାନୀ ପଞ୍ଜାବର ମରିୟମ ନୱାଜ ସରକାର ଗତ ଚାରି ସପ୍ତାହ ଧରି ଇମ୍ରାନ ଖାନଙ୍କ ଭଉଣୀମାନଙ୍କୁ ଯିଏ ବର୍ତ୍ତମାନ ଆଦିଆଲା ଜେଲରେ ବନ୍ଦୀ ଅଛନ୍ତି, ତାଙ୍କୁ ଭେଟିବା ପାଇଁ ଦେଉନାହାନ୍ତି। ଗତ ସପ୍ତାହରେ, ଯେତେବେଳେ ଇମ୍ରାନ ଖାନଙ୍କ ଭଉଣୀମାନଙ୍କୁ ତାଙ୍କୁ ଭେଟିବାକୁ ଅନୁମତି ଦିଆଗଲା ନାହିଁ, ସେମାନେ ଏକ ପ୍ରତିବାଦ ସଭା କରିଥିଲେ। ହେଲେ, ସେହି ରାତିରେ ପାକିସ୍ତାନୀ ପୋଲିସ ଇମ୍ରାନ ଖାନଙ୍କ ଭଉଣୀ ନୋରିନ ଖାନୁମ ନିଆଜିଙ୍କୁ ଆକ୍ରମଣ କରି ଗିରଫ କରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଙ୍ଗଳବାର ରାତିରେ, ଇମ୍ରାନ ଖାନଙ୍କ ଭଉଣୀମାନେ ପୁଣି ଥରେ ଜେଲ ବାହାରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଗତ ଥର, ସେମାନଙ୍କ ସହିତ ପ୍ରାୟ ୧୦୦ ଜଣ କର୍ମୀ ଥିଲେ, କିନ୍ତୁ ଏଥର, ଅନେକ ରାଜନେତା ମଧ୍ୟ ପ୍ରତିବାଦରେ ଉପସ୍ଥିତ ଥିଲେ, ଏବଂ ହଜାର ହଜାର କର୍ମୀ ଜେଲ ବାହାରେ ପ୍ରତିବାଦ କରୁଥିଲେ। ବଡ଼ କଥା ହେଉଛି ଯେ, ଶେହବାଜ ସରକାର ଇମ୍ରାନ ଖାନଙ୍କ ସହ କଣ କରିଛନ୍ତି। କାହିଁକି ତାଙ୍କୁ ତାଙ୍କ ପରିବାର ସହ ଭେଟ କରିବାକୁ ଦିଆଯାଉନାହିଁ। ଇମ୍ରାନ ବର୍ତ୍ତମାନ ପର୍ଯ୍ୟନ୍ତ ଠିକ ଅଛନ୍ତି ତ। ଯଦି ଠିକ ଅଛନ୍ତି, ତେବେ ପରିବାର ସହ ଭେଟ କରାଇବାରେ ଅସୁବିଧା କଣ ହୋଇପାରେ। ଦୀର୍ଘ ୨୩ ଦିନ ହେବ ଇମ୍ରାନ ଖାନଙ୍କର ମିଳୁନି କୌଣସି ପତ୍ତା। ଏ ପୁରା ଘଟଣା ଅନେକ କିଛି ବୟାନ କରୁଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଇମ୍ରାନଙ୍କୁ ଦେଖିନାହାନ୍ତି ତାଙ୍କ ପରିବାର ଏବଂ ସହଯୋଗୀ ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories