Hiroshima Atomic Bomb / ଆମେରିକା ହିରୋସୀମାରେ କାହିଁକି ପକାଇଥିଲା ପରମାଣୁ ବୋମା ? ଜାଣନ୍ତୁ ସମ୍ପୂର୍ଣ୍ଣ ଇତିହାସ
·12 hours ago·3 min read

Key Points
ଗୋଟିଏ ବୋମାରେ ଧ୍ୱଂସ ହୋଇଗଲା ସହର
ହିରୋସୀମାର ସେହି ଭୟଙ୍କର ଦିନ
ଜାଣନ୍ତୁ ହିରୋସୀମାକୁ କାହିଁକି ବାଛିଥିଲା ଆମେରିକା ?

ଗୋଟିଏ ମୁହୂର୍ତ୍ତ…ଆଉ ଛାରଖାର ହୋଇଗଲା ପୂରା ସହର । ଆକାଶରୁ ଖସିଥିଲା ଏମିତି ଏକ ବୋମା, ଯାହାର ବିସ୍ଫୋରଣରେ କେବଳ ହଜାର ହଜାର ନିରୀହ ଲୋକଙ୍କ ଜୀବନ ଯାଇନଥିଲା ବରଂ ବିଶ୍ବକୁ ପରମାଣୁ ଯୁଦ୍ଧର ଭୟାବହତାର ଏକ ଝଲକ ଦେଖାଇଥିଲା । ୬ ଅଗଷ୍ଟ ୧୯୪୫ । ଜାପାନର ହିରୋସୀମା ଉପରେ ଆମେରିକା ପକାଇଥିଲା ପ୍ରଥମ ପରମାଣୁ ବୋମା । ତେବେ ଆମେରିକା ହିରୋସୀମାକୁ ହିଁ କାହିଁକି ବାଛିଥିଲା ? ହିରୋସିମା ଉପରେ ସେହି ସକାଳେ ଠିକ୍ କ’ଣ ଘଟିଥିଲା ?
ଦ୍ୱିତୀୟ ବିଶ୍ୱଯୁଦ୍ଧ ଇତିହାସରେ ୬ ଅଗଷ୍ଟ ୧୯୪୫ ଏମିତି ଏକ ଦିନ, ଯାହାକୁ ମାନବ ସଭ୍ୟତା କେବେ ଭୁଲିପାରିବ ନାହିଁ । ଏହି ଦିନ ପ୍ରଥମ ଥର ପାଇଁ ଯୁଦ୍ଧରେ ପରମାଣୁ ବୋମା ବ୍ୟବହାର କରାଯାଇଥିଲା । ଆମେରିକା ଜାପାନର ହିରୋସୀମା ସହର ଉପରେ ପରମାଣୁ ବୋମା ପକାଇଥିଲା । ଆଉ ଗୋଟିଏ ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ସହର ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା ।
ପ୍ରତିବର୍ଷ ୬ ଅଗଷ୍ଟରେ ହିରୋସୀମା ଡେ' ପାଳନ କରାଯାଏ । ୧୯୪୫ର ଏହି ଦିନ ହିରୋସୀମା ଉପରେ ପରମାଣୁ ବୋମା ପଡ଼ିବା ପରେ ହଜାର ହଜାର ଲୋକଙ୍କ ତୁରନ୍ତ ମୃତ୍ୟୁ ହୋଇଥିଲା । ଏହା ପରେ ପରବର୍ତ୍ତୀ ବର୍ଷଗୁଡ଼ିକରେ ରେଡିଏସନ୍ର ପ୍ରଭାବରେ ଆହୁରି ଅନେକ ଲୋକ ପ୍ରାଣ ହରାଇଥିଲେ । ଏହି ଦିନ କେବଳ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଦିନ ନୁହେଁ, ବରଂ ଯୁଦ୍ଧ ଓ ପରମାଣୁ ଅସ୍ତ୍ରର ଭୟାବହ ପରିଣାମ ବିଷୟରେ ସାରା ବିଶ୍ୱକୁ ସଚେତନ କରିବାର ଦିନ ।
ଆମେରିକା ହିରୋସୀମା ଉପରେ କାହିଁକି ପକାଇଥିଲା ପରମାଣୁ ବୋମା ?
ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ପର୍ଯ୍ୟାୟରେ ଆମେରିକା ଚାହୁଁଥିଲା ଯେ ଜାପାନ ବିନା ସର୍ତ୍ତରେ ଆତ୍ମସମର୍ପଣ କରୁ । ଅନ୍ୟପଟେ ଜାପାନ କିଛି ସର୍ତ୍ତ ସହ ଯୁଦ୍ଧ ଶେଷ କରିବାକୁ ଚାହୁଁଥିଲା । ବିଶେଷକରି ନିଜ ସମ୍ରାଟଙ୍କ ପଦବୀ ବଜାୟ ରଖିବାକୁ ଜାପାନ ଚାହୁଁଥିଲା । ଏହି ସମୟରେ ଆମେରିକା ଜାପାନର ଅନେକ ସହର ଉପରେ ବ୍ୟାପକ ବୋମା ବର୍ଷଣ କରିସାରିଥିଲା । ମାର୍ଚ୍ଚ ୧୯୪୫ରେ ଟୋକିଓ ଉପରେ ହୋଇଥିବା ଭୟଙ୍କର ବୋମାମାଡ଼ରେ ବ୍ୟାପକ ଧ୍ୱଂସ ହୋଇଥିଲା । ତଥାପି ଜାପାନ ଆତ୍ମସମର୍ପଣ କରିନଥିଲା ।
ଯାହାଫଳରେ, ଆମେରିକା ଅନୁଭବ କଲା ଯେ ଯଦି ଯୁଦ୍ଧ ଜାରି ରହେ, ତେବେ ଏହାକୁ ଜାପାନ ଉପରେ ସ୍ଥଳ ବିଶେଷରେ ଆକ୍ରମଣ କରିବାକୁ ପଡିବ, ଯାହା ଉଭୟ ଦେଶ ପାଇଁ ଭାରୀ କ୍ଷତି ହୋଇପାରେ । ତେଣୁ, ଯୁଦ୍ଧକୁ ଶୀଘ୍ର ସମାପ୍ତ କରିବା ପାଇଁ ଆମେରିକା ପରମାଣୁ ବୋମା ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲା ।
୬ ଅଗଷ୍ଟ ୧୯୪୫ର ସେହି ସକାଳେ କ’ଣ ଘଟିଥିଲା ?
୬ ଅଗଷ୍ଟ ୧୯୪୫ର ସକାଳ । ହିରୋସୀମା ସହରରେ ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିଲେ । କେହି ଭାବିନଥିଲେ ଯେ କିଛି ମିନିଟ୍ ମଧ୍ୟରେ ସହରର ଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ । ସକାଳ ଠିକ୍ ୮ଟା ୧୫ ମିନିଟ୍ରେ ଆମେରିକାର B-29 ବୋମାବର୍ଷୀ ବିମାନ ‘ଏନୋଲା ଗେ’ ହିରୋସୀମା ଉପରେ ‘ଲିଟିଲ୍ ବୟ’ ନାମକ ୟୁରେନିୟମ୍ ଆଧାରିତ ପରମାଣୁ ବୋମା ପକାଇଥିଲା । ବୋମାଟି ଭୂମିଠାରୁ ପ୍ରାୟ ୧୮୦୦ ଫୁଟ୍ ଉଚ୍ଚରେ ବିସ୍ଫୋରଣ ହୋଇଥିଲା ।
ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କିଛି ସେକେଣ୍ଡ ମଧ୍ୟରେ ସମଗ୍ର ଅଞ୍ଚଳ ନିଆଁ ଏବଂ ଧୂଆଁରେ ଆଚ୍ଛାଦିତ ହୋଇଗଲା । ଉଜ୍ଜ୍ୱଳ ଆଲୋକ, ଭୟଙ୍କର ଗରମ ଏବଂ ବିସ୍ଫୋରଣ ଲହରୀ ସମଗ୍ର ସହରକୁ କିଛି ସେକେଣ୍ଡ ମଧ୍ୟରେ ଧ୍ବଂସ କରିଦେଇଥିଲା ।
ଆକ୍ରମଣରେ କେତେ ହୋଇଥିଲା କ୍ଷୟକ୍ଷତି ?
ପରମାଣୁ ବୋମା ପଡ଼ିବା ପରେ ପ୍ରାୟ ୭୦,୦୦୦ ରୁ ୮୦,୦୦୦ ଲୋକ ତୁରନ୍ତ ମୃତ୍ୟୁବରଣ କରିଥିଲେ । ପରବର୍ତ୍ତୀ ସମୟରେ ରେଡିଓଏକ୍ଟିଭ୍ ବିକିରଣର ସଂସ୍ପର୍ଶରେ ଆସିବା ଫଳରେ ପରବର୍ତ୍ତୀ ସପ୍ତାହ ଏବଂ ମାସଗୁଡ଼ିକରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧.୪ ଲକ୍ଷରେ ପହଞ୍ଚିଥିଲା । ଅନେକ ଲୋକ ଗୁରୁତର ଭାବେ ପୋଡ଼ିଯାଇଥିଲେ। ଆଉ ଅନେକ ଲୋକ ପରେ ରେଡିଏସନ୍ଜନିତ ରୋଗ ଓ କ୍ୟାନସରର ଶିକାର ହୋଇଥିଲେ । ହିରୋସୀମାର ଏହି ଘଟଣା ମାନବ ଇତିହାସରେ ପରମାଣୁ ଅସ୍ତ୍ରର ବିନାଶକାରୀ ଶକ୍ତିର ସବୁଠାରୁ ଭୟାବହ ଉଦାହରଣ ଭାବେ ଆଜି ବି ସ୍ମରଣୀୟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories