Putin Phone Booth / ପୁଟିନ୍ ପାଖରେ ରଖିଥାନ୍ତି ଟେଲିଫୋନ୍ ବୁଥ୍...ଜାଣନ୍ତୁ କାହିଁକି ମୋବାଇଲରେ କଥା ହୁଅନ୍ତିନି ଋଷ ରାଷ୍ଟ୍ରପତି
·7 months ago·2 min read

Key Points
କାହିଁକି ସ୍ମାର୍ଟଫୋନ୍ ବ୍ୟବହାର କରନ୍ତିନି ପୁଟିନ୍ ? ସାମ୍ନାକୁ ଆସିଲା ପ୍ରକୃତ କାରଣ ।
ଭ୍ଲାଦିମିର ପୁଟିନ୍ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟମାନଙ୍କ ମଧ୍ୟରୁ ଜଣେ । କିନ୍ତୁ ଆପଣ ଜାଣନ୍ତି କି ଏତେ ଶକ୍ତିଶାଳୀ ହୋଇ ମଧ୍ୟ ସେ କେବେ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ନାହିଁ । ଏହା କୌଣସି ଗୁଜବ ନୁହେଁ ବରଂ ସତ । ସେ ଯେତେବେଳେ ବିଦେଶ ଯାତ୍ରା କରନ୍ତି ସେତେବେଳେ ତାଙ୍କ ବ୍ୟକ୍ତିଗତ ଫୋନ୍ ବୁଥ୍ ସାଙ୍ଗରେ ନେଇ ଯାଆନ୍ତି । ଏହାର କାରଣ ଅଛି । ଡିସେମ୍ବର ୪ରୁ ଭାରତ ଗସ୍ତରେ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଯାହାଫଳରେ ଏବେ ପୁଟିନ୍ଙ୍କୁ ନେଇ ଅନେକ କଥା ସାମ୍ନାକୁ ଆସୁଛି । ଏପରି ସ୍ଥିତିରେ ତାଙ୍କର ସ୍ମାର୍ଟଫୋନ୍ ବ୍ୟବହାର ନ କରିବା ପ୍ରସଙ୍ଗ ମଧ୍ୟ ଏବେ ସାମ୍ନାକୁ ଆସିଛି ।
କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସକୋଭ୍ ଥରେ କହିଥିଲେ ଯେ ପୁଟିନ କେବେବି ସେଲ୍ ଫୋନ୍ ବ୍ୟବହାର କରନ୍ତି ନାହିଁ। ସେ ଯେଉଁ କାରଣ ଦେଇଥିଲେ ତାହା ମଧ୍ୟ ଆଶ୍ଚର୍ଯ୍ୟ କଲା ଭଳି । ୨୦୧୮ରେ କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସକୋଭ୍ କହିଥିଲେ ଯେ କାହିଁକି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କୌଣସି ପ୍ରକାରର ସେଲ୍ ଫୋନ୍ ବ୍ୟବହାର କରନ୍ତି ନାହିଁ।
ଡାଟା ଗୁପ୍ତଚରକୁ ଏଡାଇବା ପାଇଁ ସେ ଏହା କରନ୍ତି
ଋଷିଆ-୨୪ ଟିଭି ଚ୍ୟାନେଲ ସହିତ ଏକ ସାକ୍ଷାତକାରରେ ପେସକୋଭ୍ କହିଥିଲେ ଯେ, "ମୁଁ ଯେତେଦୂର ଜାଣିଛି ତାଙ୍କର ଫୋନ୍ ନାହିଁ । ଋଷ ରାଷ୍ଟ୍ରପତି ଡାଟା ଚୋରିକୁ ଏଡ଼ାଇବା ପାଇଁ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ନାହିଁ । ସ୍ମାର୍ଟଫୋନ୍ ବ୍ୟବହାର କଲେ ଗୁପ୍ତ ତଥ୍ୟ ଲିକ୍ ହୋଇପାରେ ବୋଲି ସେ କହିଛନ୍ତି ।
କ୍ରେମଲିନ୍ରେ ଏବେ ବି ପ୍ରିଣ୍ଟିଂ ବ୍ୟବହାର କରାଯାଏ
ପେସକୋଭ କହିଛନ୍ତି ଯେ ରାଷ୍ଟ୍ରପତିଙ୍କୁ ସୂଚନା ପଠାଇବା ପାଇଁ କ୍ରେମଲିନ୍ରେ ଏବେ ବି ପ୍ରିଣ୍ଟଆଉଟ୍ ବ୍ୟବହାର କରାଯାଏ । ସେ ଏହା ମଧ୍ୟ କହିଛନ୍ତି ଯେ ପୁଟିନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବ୍ରାଉଜ୍ କରିବା ପାଇଁ ଏୟାର-ଗ୍ୟାପ୍ କମ୍ପ୍ୟୁଟର ବ୍ୟବହାର କରିଥାନ୍ତି । ବିଶ୍ୱବ୍ୟାପୀ ସନ୍ଦିଗ୍ଧ ହ୍ୟାକରଙ୍କ ବର୍ଦ୍ଧିତ ଗୁପ୍ତଚର କାର୍ଯ୍ୟକଳାପ ବିଷୟରେ ପେସକୋଭ ଚେତାବନୀ ଦେଇ କହିଛନ୍ତି ଯେ କୌଣସି ରାଷ୍ଟ୍ରମୁଖ୍ୟ ସେମାନଙ୍କର ତଥ୍ୟ ଚୋରି ହେବା ସହ୍ୟ କରିପାରିବେ ନାହିଁ। ଏହି କାରଣରୁ ପୁଟିନ ସ୍ମାର୍ଟଫୋନ୍ ବ୍ୟବହାର ସମ୍ବନ୍ଧୀୟ ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରନ୍ତି ।
ତାଙ୍କ ସହିତ ଏକ ଟେଲିଫୋନ୍ ବୁଥ୍ ବହନ କରନ୍ତି
ମିରର ରିପୋର୍ଟ ଅନୁଯାୟୀ, ପୁଟିନଙ୍କ ଗୁପ୍ତ ଓ ବ୍ୟକ୍ତିଗତ ସୁରକ୍ଷା ଦଳର ଜଣେ ଅଧିକାରୀ ଗ୍ଲେବ କାରାକୁଲୋଭ ଦାବି କରିଥିଲେ ଯେ ଭ୍ଲାଦିମିର ପୁଟିନ୍ ଯେତେବେଳେ ବିଦେଶ ଯାତ୍ରା କରନ୍ତି ସେ ସାଙ୍ଗରେ ଏକ ଟେଲିଫୋନ୍ ବୁଥ୍ ନେଇ ଯାଇଥାନ୍ତି ।
କାରାକୁଲୋଭଙ୍କ ଅନୁଯାୟୀ, ସେ ରଷ ରାଷ୍ଟ୍ରପତିଙ୍କ ସହ ୧୮୦ରୁ ଅଧିକ ଯାତ୍ରାରେ ଯାଇଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ପୁଟିନ ଯାତ୍ରା ସମୟରେ ମୋବାଇଲ୍ ଫୋନ୍ ବହନ କରନ୍ତି ନାହିଁ କିମ୍ବା ଇଣ୍ଟରନେଟ୍ ବ୍ୟବହାର କରନ୍ତି ନାହିଁ।
କାରାକୁଲୋଭ ଆହୁରି କହିଥିଲେ ଯେ ପୁଟିନଙ୍କୁ ତାଙ୍କ ଯାତ୍ରା ସମୟରେ ସୁରକ୍ଷିତ ଇଣ୍ଟରନେଟ୍ ଆବଶ୍ୟକ ନାହିଁ । ଡୋଜିଅର୍ ସେଣ୍ଟର ସହିତ ଏକ ସାକ୍ଷାତକାରରେ ସେ କହିଥିଲେ, "ମୋର ସମଗ୍ର ସେବା ସମୟରେ ମୁଁ ତାଙ୍କୁ କେବେ ମୋବାଇଲ୍ ଫୋନ୍ ସହିତ ଦେଖିନାହିଁ । ସେ ଯାହା ବି ସୂଚନା ପାଆନ୍ତି ତାହା କେବଳ ତାଙ୍କ ନିକଟତମ ଲୋକଙ୍କଠାରୁ ଆସିଥାଏ।"
ଯେତେବେଳେ ପୁଟିନ ବିଦେଶ ଯାତ୍ରା କରନ୍ତି, ସେତେବେଳେ ସେ ଏକ ଟେଲିଫୋନ୍ ବୁଥ୍ ନେଇ ଯାଆନ୍ତି । ଯେଉଁଥିରେ ଏକ ୱର୍କଷ୍ଟେସନ୍ ଏବଂ ଏକ ଯୋଗାଯୋଗ ଉପକରଣ ଥାଏ । ଏହିପରି ସେ ଦୂର ସ୍ଥାନରୁ ତାଙ୍କ ନିକଟତମ ସହଯୋଗୀଙ୍କ ସହିତ ଯୋଗାଯୋଗ କରନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories