Donald Trump / ମତ ବଦଳାଇଲେ ନା ଯୁଦ୍ଧ ହେବ, କାହିଁକି ମାଦୁରୋଙ୍କୁ ଫୋନ କରିଥିଲେ ଟ୍ରମ୍ପ୍...
·9 months ago·2 min read

Key Points
ମାଦୁରୋଙ୍କୁ ଟ୍ରମ୍ପ୍ କଲେ ସିକ୍ରେଟ୍ ଫୋନ କଲ
କିନ୍ତୁ କ'ଣ କହିଲେ ୟୁଏସ ପ୍ରେସିଡେଣ୍ଟ୍ ?
କିନ୍ତୁ କ'ଣ କହିଲେ ୟୁଏସ ପ୍ରେସିଡେଣ୍ଟ୍ ?
ଦିନକୁ ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶତ୍ରୁଙ୍କ ସଂଖ୍ୟା ବଢ଼ି ଚାଲିଛି। ଏଥିରେ ଭେନେଜୁଏଲା ମଧ୍ୟ ସାମିଲ ହୋଇସାରିଛି। ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଁଚିଛି । କେତେବେଳେ ବି ଯୁଦ୍ଧ ହୋଇପାରେ । ଏହାରି ଭିତରେ ସାମ୍ନାକୁ ଆସିଛି ବଡ ଖବର । ଦୁଇ ନେତା ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭେନେଜୁଏଲା ରାଷ୍ଟ୍ରମୁଖ୍ୟ ନିକୋଲାସ୍ ମାଦୁରୋଙ୍କ ସହ ଟେଲିଫୋନରେ ଆଲୋଚନା କରିଥିବା କୁହାଯାଇଛି । ଏନେଇ ନିଜେ ଟ୍ରମ୍ପ ସୂଚନା ଦେଇଛନ୍ତି । ତେବେ ଉଭୟ ନେତା କଣ କଥା ହେଲେ ସେନେଇ କିଛି କହିବାକୁ ମନା କରିଦେଇଛନ୍ତି ।
ଟ୍ରମ୍ପ୍ ପୂର୍ବରୁ କହିଥିଲେ ଯେ, ଭେନେଜୁଏଲା ସେନା ଏବଂ ମାଦୁରୋ ନିଶା କାରବାରକୁ ପ୍ରଶୟ ଦେଉଛନ୍ତି । ମାଦୁରୋଙ୍କୁ ଧରାଇଦେଲେ ଆମେରିକା ୫୦ ମିଲିୟନ ଡଲାର ଦେବ ବୋଲି କହିସାରିଛି । ଏବେ ଏସବୁ ବିବାଦ ଦୁଇ ଦେଶକୁ ଯୁଦ୍ଧ ରାସ୍ତାରେ ପହଁଚାଇ ଦେଇଛି । କିନ୍ତୁ ବର୍ତ୍ତମାନ କଣ କଥା ହୋଇଛନ୍ତି ଟ୍ରମ୍ପ ଜାଣି ରଖନ୍ତୁ।ଟ୍ରମ୍ପ କହିଛନ୍ତି ଯେ, ଆଲୋଚନା ଭଲ ହେଲା ନା ନାହିଁ ତାହା ସେ ଏବେ କହିବେନି । ଏହା କେବଳ ଏକ ଫୋନ୍ କଲ୍ ଥିଲା । ଅନ୍ୟ ଦିଗରେ ଜାତୀୟ ଗଣମାଧ୍ୟମ ସୂଚନାନୁସାରେ, ଟ୍ରମ୍ପ ମାଦୁରୋଙ୍କୁ କଲ୍ କରିଥିଲେ । ଏଥିରେ ଉଭୟ ନେତା ଆମ୍ନାସାମ୍ନା ଆଲୋଚନା କରିବା ପାଇଁ ସହମତି ପ୍ରକାଶ ପାଇଛି । ସେପଟେ ଟ୍ରମ୍ପ ମାଦୁରୋଙ୍କ ଦେଶ ଛାଡି ଚାଲିଯିବାକୁ ଫୋନରେ କହିଥିବା ପ୍ରକାଶ କରିଛନ୍ତି ।''
ଏଥିସହ ପଢ଼ନ୍ତୁ: ଯୁବକଙ୍କୁ ହାଣିଲେ, ଟଙ୍କା ଓ ମୋବାଇଲ ଲୁଟି ନେଲେ...
ଭେନେଜୁଏଲା ଅଭିଯୋଗ କରିଛି ଯେ, ଆମେରିକା ଆକ୍ରମଣ ଯୋଜନା କରୁଛି । ଆଖପାଖ ସମୁଦ୍ରରେ ୟୁଏସର ଯୁଦ୍ଧ ଜାହାଜ ସଂଖ୍ୟା ବଢିବାରେ ଲାଗିଛି । ଭେନେଜୁଏଲା ଏୟାରସ୍ପେସକୁ ମଧ୍ୟ ବନ୍ଦ କରାଯାଇଛି । ତେବେ ଏହା ନିଶା କାରବାର ରୋକିବାକୁ ଏକ ଅପରେସନ ବୋଲି କେହି କେହି କହୁଛନ୍ତି । ଯାହା ଗତ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ କିଛି ଦିନ ପୂର୍ବରୁ ପୁଏର୍ଟୋ ରିକୋରେ ଆମେରିକା ଏକ ପୁରୁଣା ନୌସେନା ବେସ୍ ପୁଣିଥରେ ତିଆରି କରୁଛି। ଏହି ବେସ୍ ୨୦ ବର୍ଷ ହେବ ବନ୍ଦ ଥିଲା। ସୂଚନାନୁସାରେ, ସାଟେଲାଇଟ୍ ଫଟୋରୁ ଜଣାପଡୁଛି ଯେ, ସେଠାରେ ଶ୍ରମିକମାନେ ରନଓ୍ବେ ପର୍ଯ୍ୟନ୍ତ ଯାଉଥିବା ରାସ୍ତାକୁ ସଫା କରୁଛନ୍ତି ଓ ନୂଆ କଭର ପକାଉଛନ୍ତି। ଆମେରିକାର ଏହି ପଦକ୍ଷେପ ଭେନେଜୁଏଲାରେ ସମ୍ଭାବିତ ସାମରିକ ଅଭିଯାନର ପ୍ରସ୍ତୁତିର ସଙ୍କେତ ଦେଉଛି। ଏହା ସହ ପୁଏର୍ଟୋ ରିକୋ ଓ ସେଣ୍ଟ କ୍ରାଇକ୍ସର ସିଭିଲିଆନ୍ ଏୟାରପୋର୍ଟରେ ମଧ୍ୟ ସୁବିଧା ବଢାଯାଉଛି। ଏହି ସ୍ଥାନ ଭେନେଜୁଏଲାରୁ ପ୍ରାୟ ୮୦୦ କିଲୋମିଟର ଦୂରରେ ରହିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରେଙ୍କ ଉପରେ ଚାପ ପକାଇବାର ଚେଷ୍ଟା କରୁଛି। ଆଉ ଏବେ ପୁଣି କି ଚାଲ ଚଲାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାହା କେବଳ ସେ ହିଁ ଜାଣିଥିବେ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories