Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Depression / ବିଶ୍ଵରେ ୩୩୦ କୋଟି ଲୋକ ମାନସିକ ଅବସାଦର ଶିକାର

Sushanta Sahoo
Browse all articles by Sushanta Sahoo
·9 months ago·2 min read
ବିଶ୍ଵରେ ୩୩୦ କୋଟି ଲୋକ ମାନସିକ ଅବସାଦର ଶିକାର

Key Points

ଚାପ, ବିଶାଦ ଭିତରେ ଧନ୍ଦି ହେଉଛି ମଣିଷ । ଦୁନିଆରେ ମାନସିକ ଅବସାଦ ତଥା ଡିପ୍ରେସନ୍‌ର ଶିକାର ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶ୍ଵରେ ପ୍ରାୟ ୩୩୦ କୋଟି ଲୋକ ଡିପ୍ରେସନ୍‌ର ଶିକାର ବୋଲି ଜଣାପଡ଼ିଛି ।

ନୂଆଦିଲ୍ଲୀ: ଶାନ୍ତ ରହୁନି ମନ, ବିଚଳିତ ମସ୍ତିଷ୍କ । ଚାପ, ବିଶାଦ ଭିତରେ ଧନ୍ଦି ହେଉଛି ମଣିଷ । ଦୁନିଆରେ ମାନସିକ ଅବସାଦ ତଥା ଡିପ୍ରେସନ୍‌ର ଶିକାର ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶ୍ଵରେ ପ୍ରାୟ ୩୩୦ କୋଟି ଲୋକ ଡିପ୍ରେସନ୍‌ର ଶିକାର ବୋଲି ଜଣାପଡ଼ିଛି । କିନ୍ତୁ କାହିଁକି ଲୋକେ ମାନସିକ ଅବସାଦର ଶିକାର ହେଉଛନ୍ତି ?


ଏଥିପାଇଁ କୌଣସି ଗୋଟିଏ ପ୍ରମୁଖ କାରଣ ଦାୟୀ ନୁହେଁ ବରଂ ସାମାଜିକ, ମାନସିକ, ଜୈବିକ ବା କୌଣସି ଜଟିଳ ପାରସ୍ପରିକ କ୍ରିୟାରୁ ଏହା ସୃଷ୍ଟି ହୋଇପାରେ । ସାଧାରଣତଃ ବେକାରୀ, ବିପଜ୍ଜନକ ସ୍ଥିତି ଦେଇ ଗତି କରୁଥିବା ଲୋକ ଡିପ୍ରେସନରେ ପଡ଼ିବାର ଆଶଙ୍କା ଅଧିକ । ଏହା ପ୍ରଭାବିତ ବ୍ୟକ୍ତିର ଜୀବନ ଚକ୍ର ସହ ସ୍ଵାସ୍ଥ୍ୟକୁ ଆହୁରି ଖରାପ କରିଦିଏ ।


ଏଥିସହ ପଢ଼ନ୍ତୁ: ପାକିସ୍ତାନ ପୋଲିସର ଟ୍ରେନିଂ ସେଣ୍ଟରରେ ଆତ୍ମଘାତୀ ବିସ୍ଫୋରଣ, ୬ ଆତଙ୍କୀଙ୍କ ୭ ପୋଲିସ ମୃତ


ମାନସିକ ଅବସାଦର କାରଣ


ଜୈବିକ କାରଣ-


ଡିପ୍ରେସନ ଆମର ଶାରିରୀକ ସ୍ଵାସ୍ଥ୍ୟ ସହିତ ଘନିଷ୍ଠ ଭାବରେ ଜଡ଼ିତ । ଆମକୁ ଏଥିରେ ପ୍ରଭାବିତ କରୁଥିବା ଅନେକ କାରଣ ରହିଛି । ସେଥିମଧ୍ୟରୁ ଦିନ ସାରା ଶୋଇ ରହିବା, ଚଳ ପ୍ରଚଳ ନ କରିବା, ପ୍ରଚୁର ମଦ୍ୟ ପାନ ଦ୍ଵାରା ହୃଦ୍ରୋଗ, କର୍କଟ, ଶ୍ଵାସରୋଗର ଭଳି ରୋଗ ହେବାର ଆଶଙ୍କା ଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଡିପ୍ରେସନ୍ ଏକ ପ୍ରକାର ଜେନେଟିକ୍ ରୋଗ । ସାଧାରଣତଃ ବିବାହ, ଶିକ୍ଷା, ପାରିବାରିକ ଚିନ୍ତାକୁ ନେଇ ସୃଷ୍ଟି ହୋଇଥାଏ ମାନିସକ ଅବସାଦ । ଏଥିସହ ହରମୋନ ସନ୍ତୁଳନରେ ପରିବର୍ତ୍ତନ ହେବା ଦ୍ଵାରା ଗର୍ଭାବସ୍ଥା, ପ୍ରସବ ପରେ ଓ ଋତୁସ୍ରାବ ସମୟରେ ଥାଇରଏଡ୍ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଛୋଟଥିବା ଅବସ୍ଥାରେ ଶାରିରୀକ କିମ୍ବା ମାନସିକ ନିର୍ଯାତନା ଓ ଅବହେଳା ମସ୍ତିଷ୍କ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇ ପରବର୍ତ୍ତୀ ଜୀବନରେ ଡିପ୍ରେସନର ସମସ୍ୟାକୁ ବୃଦ୍ଧି କରିଥାଏ ।

ମାନସିକ କାରଣ-


ଆତ୍ମସମ୍ମାନ, ଆତ୍ମସମାଲୋଚନା, ହତାସବାଦୀ ଦୃଷ୍ଟିକୋଣ ଜଣେ ଲୋକର ଡିପ୍ରେସନକୁ ବୃଦ୍ଧି କରିଥାଏ । ଯେଉଁ ବ୍ୟକ୍ତି ମାନେ ନକାରାତ୍ମକ ଘଟଣା ପାଇଁ ନିଜକୁ ଦୋଷୀ ଭାବନ୍ତି । ସେହି ବିଷୟରେ ଅଧିକ ଚିନ୍ତା କରନ୍ତି । ସେମାନେ ଡିପ୍ରେସନ୍‌ରେ ପଡ଼ିବାର ସମ୍ଭାବନା ଅଧିକ ଥାଏ ।

ସାମାଜିକ କାରଣ-


ଆଧୁନିକ ଜୀବନରେ ବର୍ଦ୍ଧିତ ଚାପ ଏବଂ ଏକାକୀ ସମୟ ବିତାଇବା ଡିପ୍ରେସନର ମାତ୍ରା ବୃଦ୍ଧି କରିଛି । ପରସ୍ପର ସହିତ ସମ୍ପର୍କ ନ ରଖିବା, ସୁଖ ଦୁଃଖରେ ସହଭାଗୀ ନ ହେବା ଯୋଗୁଁ ସମ୍ପର୍କ ବିଗିଡ଼ିବା ସହ ଲୋକଙ୍କ ମଧ୍ୟରେ ଏକୁଟିଆପଣ ମାନସିକ ଅବସାଦର କାରଣ । ଏହା ସହିତ ବର୍ଦ୍ଧିତ ପ୍ରତିଯୋଗିତା, ଅଧିକ କାର୍ଯ୍ୟ ଚାପ, ଚାକିରି ସଂକଟ ଆଦି ଅବସାଦ ହାରକୁ ବୃଦ୍ଧି କରିଛି ।


ଏଥିସହ ପଢ଼ନ୍ତୁ: ମିଳିଲାନି ନୋବେଲ…ଚୀନ୍ ଉପରେ ରାଗ ସୁଝାଇଲେ ଟ୍ରମ୍ପ, ଲଗାଇଲେ ୧୦୦ ପ୍ରତିଶତ ଟାରିଫ୍


ଚାପ ଓ ଚିନ୍ତାଗ୍ରସ୍ତ ଜୀବନରେ ମାନସିକ ଅବସାଦର ମୁଖ୍ୟ କାରଣ ହେଉଛି- ପ୍ରିୟଜନଙ୍କ ମୃତ୍ୟୁ, ଛାଡ଼ପତ୍ର, ଆର୍ଥିକ ସ୍ଥିତି । ଏସବୁ ଆମର ମାନସିକ ସ୍ଥିତିକୁ ଆଘାତ ପହଞ୍ଚାଇ ଥାଏ । କୋଭିଡ୍-୧୯ ପରଠାରୁ ୨୫ ପ୍ରତିଶତରୁ ଅଧିକ ଲୋକ ଡର, ଭୟ, ଆର୍ଥିକ ଅସ୍ଥିରତାରୁ ମାନସିକ ଅବସାଦର ଶିକାର ହୋଇଥିବା ଜଣାପଡ଼ିଛି ।

ଡିପ୍ରେସନ୍‌ରୁ କେମିତି ମୁକୁଳିବେ ?

ତେବେ ମାନସିକ ଅବସାଦର ଶିକାର ହେଲେ ଆପଣ ବିଚଳିତ ହୁଅନ୍ତୁ ନାହିଁ । ବରଂ ପରିବାର ଲୋକଙ୍କ ସହ ଆଲୋଚନା କରନ୍ତୁ । ଆପଣ ପସନ୍ଦ କରୁଥିବା ନିର୍ଜନ ସ୍ଥାନକୁ ଆପଣଙ୍କ ସାଥୀଙ୍କ ସହ ଯାଆନ୍ତୁ । ଆବଶ୍ୟକ ସ୍ଥଳେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ଆଲୋଚନା କରନ୍ତୁ ।

Related Topics

Explore more stories

Sponsored
Growing Depression Worldwide: Causes, Effects, and Ways to Overcome | Argus News | Argus News