Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Terrorist Attack / ପାକିସ୍ତାନ ପୋଲିସର ଟ୍ରେନିଂ ସେଣ୍ଟରରେ ଆତ୍ମଘାତୀ ବିସ୍ଫୋରଣ, ୬ ଆତଙ୍କୀଙ୍କ ୭ ପୋଲିସ ମୃତ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ପାକିସ୍ତାନ ପୋଲିସର ଟ୍ରେନିଂ ସେଣ୍ଟରରେ ଆତ୍ମଘାତୀ ବିସ୍ଫୋରଣ, ୬ ଆତଙ୍କୀଙ୍କ ୭ ପୋଲିସ ମୃତ

Key Points

ଖୈବର ପଖତୁନଖ୍ଵାର ଡେରା ଇସମେଲ୍ ଖାନା ଜିଲ୍ଲାର ରାତା କୁଲାଚି ପୋଲିସ ଟ୍ରେନିଂ ସ୍କୁଲ୍‌ରେ ଏହି ବିସ୍ଫୋରଣ ହୋଇଛି । ଏହା ପରେ ୫ ଘଣ୍ଟା ଧରି ଚାଲିଥିଲା ଫାୟାରିଂ । ଶୁକ୍ରବାର ବିଳମ୍ବିତ ରାତିରେ କ୍ଲିଅରାନ୍ସ ଅପରେସନ୍ ଆରମ୍ଭ ହୋଇଥିଲା ।

ଲାହୋର: ପରିଚୟ ଲୁଚାଇ ପୋଲିସ ଟ୍ରେନିଂ ସେଣ୍ଟରରେ ପଶିଲେ । କେହି କିଛି ବୁଝିବା ଆଗରୁ ହେଲା ଆତ୍ମଘାତୀ ବିସ୍ଫୋରଣ । ଏହା ପରେ ୫ ଘଣ୍ଟା ଧରି ଚାଲିଲା ଆତଙ୍କବାଦୀ-ପୋଲିସ ମଧ୍ୟରେ ଜୋରଦାର ଗୁଳି ବିନିମୟ । ପାକିସ୍ତାନର ଉତ୍ତରପଶ୍ଚିମରେ ଥିବା ଖୈବର ପଖତୁନଖ୍ଵା ପ୍ରଦେଶର ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି ।


ସୂଚନା ଅନୁସାରେ, ଖୈବର ପଖତୁନଖ୍ଵାର ଡେରା ଇସମେଲ୍ ଖାନା ଜିଲ୍ଲାର ରାତା କୁଲାଚି ପୋଲିସ ଟ୍ରେନିଂ ସ୍କୁଲ୍‌ରେ ଏହି ବିସ୍ଫୋରଣ ହୋଇଛି । ଏହା ପରେ ୫ ଘଣ୍ଟା ଧରି ଚାଲିଥିଲା ଫାୟାରିଂ । ଶୁକ୍ରବାର ବିଳମ୍ବିତ ରାତିରେ କ୍ଲିଅରାନ୍ସ ଅପରେସନ୍ ଆରମ୍ଭ ହୋଇଥିଲା ।


ଏଥିସହ ପଢ଼ନ୍ତୁ: ଓଡ଼ିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ଅଭିଯୋଗ


ଯେଉଁଥିରେ ୩ ଜଣ ଆତଙ୍କବାଦୀଙ୍କ ସହ ୬ ଜଣ ପୋଲିସ ଅଧିକାରୀ ନିହତ ହୋଇଥିଲେ । ପରେ ୫ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିବା ବେଳେ ଆଉ ୩ ଜଣ ଆତଙ୍କବାଦୀ ଓ ଆଉ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ମୋଟ ୭ ପୋଲିସ ଅଧିକାରୀ ପ୍ରାଣ ହରାଇଥିବା ବେଳେ ୧୩ ଜଣ ପୋଲିସ ଆହତ ହୋଇଛନ୍ତି ।


ପୋଲିସ କର୍ତ୍ତୃପକ୍ଷଙ୍କ ଅନୁସାରେ, ସମସ୍ତ ଟ୍ରେନିଂ ଅଫିସର ଏବଂ ଅଧିକାରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣ ଆତଙ୍କବାଦୀ ନିପାତ ଅପରେସନ୍‌ରେ SSG କମାଣ୍ଡୋଙ୍କ ସହ ଅଲ୍-ବୁର୍କ ଫୋର୍ସ, ଇଲାଇଟ୍ ଫୋର୍ସ ଏବଂ ପୋଲିସ ସାମିଲ୍ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଟ୍ରେନିଂ ସ୍କୁଲ୍‌ର ମୁଖ୍ୟ ଫାଟକକୁ ଏକ ବିସ୍ଫୋରକ ଭର୍ତ୍ତି ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ସେଠାରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ପରେ ବିଭିନ୍ନ ୟୁନିଫର୍ମରେ ଆତଙ୍କବାଦୀ କ୍ଯାମ୍ପସକୁ ପଶିବା ସହ ଆଖିବୁଜା ଗୁଳିମାଡ଼ କରିଥିଲେ ।


ଏଥିସହ ପଢ଼ନ୍ତୁ: ‘କର୍ମୀ ବସିଛନ୍ତି ଅନାଇ, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ’


ସେଠାରେ ମୁତୟନ ପୋଲିସ କର୍ମଚାରୀ ମଧ୍ଯ ପାଲଟା ଗୁଳିମାଡ଼ କରିଥିଲେ । ଗୁଳିବିନିମୟ ଚାଲିଥିବା ବେଳେ ଗ୍ରେନେଡ୍ ମାଡ଼ କରିଥିଲେ ଆତଙ୍କବାଦୀ । ୫ ଘଣ୍ଟାର ଫାୟାରିଂ ପରେ ଅପରେସନ୍ ସରିଛି । ପୋଲିସକୁ ବିପୁଳ ବିସ୍ଫୋରକ ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମିଳିଛି । ଆହତ ୧୩ ପୋଲିସ କର୍ମଚାରୀଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।


ଜିଲ୍ଲା ପୋଲିସ ଅନୁସାରେ, ଟ୍ରେନିଂ ସ୍କୁଲ୍‌ରେ ପ୍ରାୟ ୨୦୦ ଜଣ ଟ୍ରେନି, ଇନଷ୍ଟ୍ରକ୍ଟର୍ସ ଏବଂ ଷ୍ଟାଫ୍ ମେମ୍ବର ବିସ୍ଫୋରଣ ସମୟରେ ଥିଲେ । ସେମାନଙ୍କୁ ଆକ୍ରମଣ ପରେ ସୁରକ୍ଷିତ ଭାବେ ଅନ୍ଯତ୍ର ସ୍ଥାନାନ୍ତର କରାଯାଇଛି ।

Sponsored
Terrorist Attack | Suicide Blast at Pakistan Police Academy Leaves 7 Dead, 13 Injured | Argus News | Argus News