|
logo
Live
Argus News App
GET APP

Argus News - ଟ୍ରେନ୍‌ର AC କୋଚ୍‌ରେ ଶୋଇଥିଲେ ଯାତ୍ରୀ, ୫ କୋଟିର ସୁନା ବ୍ୟାଗ୍‌ ନେଇଗଲା ଚୋର

National

Gold Stolen From Train / ଟ୍ରେନ୍‌ର AC କୋଚ୍‌ରେ ଶୋଇଥିଲେ ଯାତ୍ରୀ, ୫ କୋଟିର ସୁନା ବ୍ୟାଗ୍‌ ନେଇଗଲା ଚୋର

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ଟ୍ରେନ୍‌ର AC କୋଚ୍‌ରେ ଶୋଇଥିଲେ ଯାତ୍ରୀ, ୫ କୋଟିର ସୁନା ବ୍ୟାଗ୍‌ ନେଇଗଲା ଚୋର
Gold Loot

Key Points

ଏକ୍ସପ୍ରେସ ଟ୍ରେନ୍‌ରୁ ବଡ଼ ଧରଣର ଚୋରି
AC କୋଚ୍‌ରେ ଶୋଇଥିଲେ ଯାତ୍ରୀ
୫ କୋଟିର ସୁନା ଲୁଟି ନେଲା ଚୋର
ଟ୍ରେନ୍‌ AC କୋଚ୍‌ରୁ ଚୋରି ହୋଇଗଲା ୫ କୋଟି ମୂଲ୍ୟର ସୁନା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ସୋଲାପୁରରୁ ମୁମ୍ବାଇ ଯାଉଥିବା ସିଦ୍ଧେଶ୍ୱର ଏକ୍ସପ୍ରେସରେ । ଏହି ସିଦ୍ଧେଶ୍ବର ଏକ୍ସପ୍ରେସ୍‌ର ଏକ ଏସି କୋଚରୁ ୫ କୋଟି ମୂଲ୍ୟର ସୁନା ଚୋରି ହୋଇଛି । ଏହି ଘଟଣା ରେଳ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି ।
ମିଳିଥିବା ସୂଚନା ଅନୁସାରେ, ଟ୍ରେନରେ ଯାତ୍ରା କରୁଥିବା ମୁମ୍ବାଇ ବାସିନ୍ଦା ଅଭୟ କୁମାର ଜୈନଙ୍କ ବନ୍ଦ ଥିବା ଟ୍ରଲି ବ୍ୟାଗ୍ ରାତାରାତି ଗାଏବ ହୋଇଗଲା । ବ୍ୟାଗରେ ପ୍ରାୟ ୫ କିଲୋ ସୁନା ଅଳଙ୍କାର ଥିଲା । ଏହି ଘଟଣା ଡିସେମ୍ବର ୬ ତାରିଖ ମଧ୍ୟରାତ୍ରିରେ ସୋଲାପୁର ଏବଂ କଲ୍ୟାଣ ମଧ୍ୟରେ ଘଟିଥିଲା ।

ଅଭୟକୁମାର ଜୈନ ତାଙ୍କ ଝିଅ ସହିତ ଏସି କୋଚ୍‌ A-1ର ବର୍ଥ ନମ୍ବର ୪୯ ଏବଂ ୫୧ ନମ୍ବରରେ ଯାତ୍ରା କରୁଥିଲେ । ତାଙ୍କ ପାଖରେ ଦୁଇଟି ଟ୍ରଲି ବ୍ୟାଗ୍ ଥିଲା । ସେଥିମଧ୍ୟରୁ ଗୋଟିଏରେ କୋଟିଏରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଭର୍ତ୍ତି ଏକ ନୀଳ ଓ କଳା ରଙ୍ଗର ଟ୍ରଲି ବ୍ୟାଗ୍ ଥିଲା ।

ଅଧିକ ପଢ଼ନ୍ତୁ: ମିଳିଲାନି ମହିଳାଙ୍କ କଟାମୁଣ୍ଡ; ମାଟିରେ ମୁଣ୍ଡର ପ୍ରତିକୃତି କରି ଆଦିବାସୀ ରୀତିନୀତିରେ କଲେ ଶବ ଦାହ


ସେ ବ୍ୟାଗଟିକୁ ଲକ୍‌ କରି ନିଜ ବର୍ଥ ତଳେ ରଖିଥିଲେ । କିନ୍ତୁ, ଡିସେମ୍ବର ୭ ତାରିଖ ସକାଳେ ଯେତେବେଳେ ଟ୍ରେନ୍ କଲ୍ୟାଣ ନିକଟରେ ପହଞ୍ଚିଲା । ସେ ଉଠି ଦେଖିଲେ ଯେ ୫ କିଲୋ ସୁନା ଥିବା ବ୍ୟାଗଟି ଗାଏବ ହୋଇଯାଇଛି । ଏହା ପରେ ସେ ତୁରନ୍ତୁ ସେହି ଟ୍ରେନ୍‌ରେ ଥିବା ଟିଟିଇ ବିକ୍ରମ ମୀନାଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ତେବେ ସେ ସମୟରେ ଟ୍ରେନ୍‌ଟି କଲ୍ୟାଣ ନିକଟରେ ଥିବାରୁ ତାଙ୍କୁ ସିଧାସଳଖ ଜିଆରପିକୁ ପଠାଗଲା । ଜିଆରପି ତୁରନ୍ତ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କୋଚ୍, ପ୍ଲାଟଫର୍ମ ଏବଂ ଷ୍ଟେସନର ସିସିଟିଭି ଫୁଟେଜ୍ ଟିକିନିକି ଭାବେ ଯାଞ୍ଚ କରାଯାଉଛି ।

ଷ୍ଟେସନରେ ସମସ୍ତ ଯାତ୍ରୀମାନଙ୍କୁ ପଚରାଉଚରା ଏବଂ ଯାଞ୍ଚ କରାଯାଇଛି। ପୋଲିସ ସନ୍ଦେହ କରୁଛି ଯେ ଅଭିଯୁକ୍ତମାନେ ପୂର୍ବରୁ ଯୋଜନା କରି ସେହି ଟ୍ରେନ୍‌ରେ ଯାତ୍ରା କରୁଥିଲେ । ଆଉ ସୁଯୋଗ ମିଳିବା ମାତ୍ରେ ବ୍ୟାଗ୍‌କୁ ଚୋରି କରି ନେଇଥିଲେ । ଚୋରି ହୋଇଥିବା ବ୍ୟାଗରେ ମହଙ୍ଗା ଏବଂ ଭାରୀ ସୁନା ଅଳଙ୍କାରର ଏକ ଲମ୍ବା ତାଲିକା ଥିଲା, ଯାହାର ମୋଟ ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ।

ତେବେ ସେହି ବ୍ୟାଗ୍‌ରେ ଥିବା ଅଳଙ୍କାର ହେଉଛି...

ସୁନା ଚେନ୍ ଏବଂ ପେଣ୍ଡେଣ୍ଟ - ୬୦ ଗ୍ରାମ
ମଙ୍ଗଳସୂତ୍ର ପେଣ୍ଡେଣ୍ଟ - ୨୬୦ ଗ୍ରାମ
କାନଫୁଲ/ଟପ୍ - ୮୦୦ ଗ୍ରାମ
ସୁନା ପାତ୍ର - ୩୦୦ ଗ୍ରାମ
କାନଫୁଲ - ୧୨୫ ଗ୍ରାମ
ମୁଦି - ୮୦୦ ଗ୍ରାମ
'ୟାଲି' ଡିଜାଇନ୍ ଅଳଙ୍କାର - ୩୫୦ ଗ୍ରାମ
ହାର - ୯୦୦ ଗ୍ରାମ
ସୁନା ମାଳା - ୧୪୦ ଗ୍ରାମ
ମଙ୍ଗଳସୂତ୍ର - ୩୦୦ ଗ୍ରାମ
ଅନ୍ୟାନ୍ୟ କାନଫୁଲ ଏବଂ ଷ୍ଟୋନ୍‌ ସେଟ୍ - ୨୨୬ ଗ୍ରାମ
ନାକଫୁଲ - ୧୨୫ ଗ୍ରାମ

ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ର AC କୋଚ୍ ଭିତରୁ ଏକ ଲକ୍‌ ବ୍ୟାଗରୁ ଏତେ ବଡ଼ ଚୋରି ପୋଲିସ ଏବଂ ରେଳ ସୁରକ୍ଷା ଉଭୟ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି । ପ୍ରାରମ୍ଭିକ ତଦନ୍ତରୁ ସ୍ପଷ୍ଟ ଭାବରେ ଜଣାପଡ଼ୁଛି ଯେ ଏହି ଚୋରି ଜଣେ ସାଧାରଣ ଯାତ୍ରୀଙ୍କ କାମ ନୁହେଁ ବରଂ ଏହା ଏକ ସଂଗଠିତ, ସୁଚିନ୍ତିତ ଏବଂ ବୃତ୍ତିଗତ ଅପରାଧ ପରି ମନେ ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gold Stolen From Train: ଟ୍ରେନ୍‌ର AC କୋଚ୍‌ରେ ଶୋଇଥିଲେ ଯାତ୍ରୀ, ୫ କୋଟିର ସୁନା ବ୍ୟାଗ୍‌ ନେଇଗଲା ଚୋର | Argus News