Union Budget / କେଉଁ ସେକ୍ଟରରେ ସବୁଠୁ ଅଧିକ ଖର୍ଚ୍ଚ କରନ୍ତି ସରକାର ? ବଜେଟ୍ ପୂର୍ବରୁ ଜାଣିନିଅନ୍ତୁ..
·5 months ago·2 min read

Key Points
ଆସନ୍ତାକାଲି କେନ୍ଦ୍ରୀୟ ବଜେଟ୍ ୨୦୨୬
ନିର୍ମଳାଙ୍କ ପେଡି ଉପରେ ପୁରା ଦେଶର ନଜର
କେଉଁ ମନ୍ତ୍ରଣାଳୟଙ୍କୁ ଅଧିକ ଅର୍ଥ ଯୋଗାନ୍ତି ସରକାର
ଚଳିତ ବଜେଟ୍ ଆସିବା ପୂର୍ବରୁ ଜାଣିନିଅନ୍ତୁ...

କେନ୍ଦ୍ରୀୟ ବଜେଟ୍ ୨୦୨୬ ଆସନ୍ତାକାଲି (ରବିବାର) ସଂସଦରେ ଆଗତ ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନବମ ଥର ଲାଗି ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଆସିଥିବା ଏହି ବଜେଟ୍କୁ ଆଉ ୨୪ ଘଣ୍ଟାରୁ କମ ସମୟ ବାକି ଅଛି । ସାରା ଦେଶବାସୀଙ୍କ ମଧ୍ୟରେ ଉତ୍ସାହ । ନିର୍ମଳା କାଲି ବଜେଟ୍ରେ କଣ ବଡ଼ ଘୋଷଣା କରିବେ ? ମଧ୍ୟବିତ୍ତଙ୍କ ପାଇଁ ବଜେଟ୍ରେ କଣ ରହିଛି ? କେଉଁ ସେକ୍ଟର ଉପରେ ସୁନା କଳସ ଢାଳିବେ ନିର୍ମଳା ?
ବଜେଟ୍ ଆସିଲେ ସାଧାରଣତଃ ସଡ଼କ, ରେଳ, ପ୍ରତିରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ବିଭାଗକୁ ନେଇ ବେଶ ଚର୍ଚ୍ଚା ହୋଇଥାଏ । ଗତବର୍ଷ ବଜେଟ୍ରୁ ଆମେ ଜାଣିଛନ୍ତି ଯେ ସରକାର କେଉଁ ସେକ୍ଟରରୁ ସବୁଠୁ ଅଧିକ ଅର୍ଥ ଆବଣ୍ଟନ କରନ୍ତି ।
କେଉଁ ସେକ୍ଟରରେ ଅଧିକ ଖର୍ଚ୍ଚ ହୁଏ ?
ସମସ୍ତ ମନ୍ତ୍ରଣାଳୟରୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସବୁଠୁ ଅଧିକ ଆବଣ୍ଟନ ମିଳିଥାଏ । ବଜେଟ୍ ୨୦୨୫-୨୬ରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୬.୮୧ ଲକ୍ଷ କୋଟି ଟଙ୍କା ଦିଆଯାଇଥିଲା । ଏହା ଗତବର୍ଷ ତୁଳନାରେ ପ୍ରାୟ ୧୦ ପ୍ରତିଶତ ଅଧିକ ଥିଲା । ଏହି ଖର୍ଚ୍ଚରେ ଦରମା, ପ୍ରତିରକ୍ଷା ପେନସନ, ଆଧୁନିକୀକରଣ, ଅସ୍ତ୍ରଶସ୍ତ୍ର କ୍ରୟ ଓ ଅପରେସନାଲ ପ୍ରସ୍ତୁତି ଆଦି ସାମିଲ ।
ରାଜ୍ୟକୁ କେତେ ଦିଅନ୍ତି ସରକାର ?
କେନ୍ଦ୍ରୀୟ ବଜେଟ୍ ଖର୍ଚ୍ଚର ଏକ ବଡ଼ ଭାଗ ସିଧାସଳଖ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଏ । କେନ୍ଦ୍ରୀୟ ଟିକସ ଏବଂ ଶୁଳ୍କରେ ରାଜ୍ୟଗୁଡ଼ିକର ଅଂଶ ମୋଟ ଖର୍ଚ୍ଚର ପ୍ରାୟ ୨୨% ରହିଥାଏ । ଏହି ପରିମାଣ ସାମ୍ବିଧାନିକ ବ୍ୟବସ୍ଥା ଏବଂ ଅର୍ଥ କମିଶନ ସୁପାରିଶ ଦ୍ୱାରା ରାଜ୍ୟସ୍ତରୀୟ ଶାସନ ଏବଂ ବିକାଶକୁ ସମର୍ଥନ କରିବା ପାଇଁ ବାଧ୍ୟତାମୂଳକ ।
ଭିତ୍ତିଭୂମି ଓ ପରିବହନ
ଦେଶରେ ଭିତ୍ତିଭୂମି ଏକ ବଡ଼ ପ୍ରାଥମିକତା । ରାସ୍ତା ଓ ଜାତୀୟ ରାଜପଥ ଲାଗି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟକୁ ଏକ ଭଲ ବଜେଟ୍ ପ୍ରଦାନ କରାଯାଏ । ଏହି ଆବଣ୍ଟନ ସମ୍ପତ୍ତି ନିର୍ମାଣ, ଲଜିଷ୍ଟିକ୍ସ ଦକ୍ଷଥା ଓ ଦୀର୍ଘକାଳୀନ ଆର୍ଥିକ ବିକାଶ ଉପରେ ଫୋକସ କରିଥାଏ । ଯଦି ଆମେ ଗ୍ରାମ ବିକାଶ ସେକ୍ଟର କଥା କହିବା, ତେବେ ଏହି ସେକ୍ଟରକୁ ଗତ ବଜେଟ୍ରେ ୨.୬୬ ଲକ୍ଷ କୋଟି ଟଙ୍କା ଦିଆଯାଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ଗାଁରେ ରୋଜଗାର ସୃଷ୍ଟି କରିବା, ବାସଗୃହ ଓ ପରିମଳ ଓ ମୌଳିକ ଭିତ୍ତିଭୂମିକୁ ସମର୍ଥନ କରିବା । ସେହିପରି ସରକାରୀ କର୍ମଚାରୀଙ୍କ ପେନସନ ବଜେଟ୍ର ପ୍ରାୟ ୪ ପ୍ରତିଶତ ।
ଏଥିସହ ପଢନ୍ତୁ: ବଜେଟ୍ ୨୦୨୬; ୧୩ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ ଟ୍ୟାକ୍ସ ଫ୍ରି, ଆଉ କଣ ଆଶା କରିବା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories