Lifestyle / ଖରାଦିନ ପୂର୍ବରୁ ମହଙ୍ଗା ହେଲା AC: ବ୍ଲୁ ଷ୍ଟାର୍ ୧୦ରୁ ୧୫% ବଢ଼ିଯିବ ଦାମ
·4 months ago·2 min read

Key Points
ଏସି କିଣିବାକୁ ଚାହୁଁଛନ୍ତି କି? ତେବେ ତୁରନ୍ତ କିଣିନିଅନ୍ତୁ। କାରଣ ଦେଶରେ ଏୟାର କଣ୍ଡିସନର ଦାମ ଶୀଘ୍ର ମହଙ୍ଗା ହେବାକୁ ଯାଉଛି।
ଏସି କିଣିବାକୁ ଚାହୁଁଛନ୍ତି କି? ତେବେ ତୁରନ୍ତ କିଣିନିଅନ୍ତୁ କାରଣ ଆଗକୁ ଖରାଦିନ ଆସୁଥିବାରୁ ମହଙ୍ଗା ହୋଇଯିବ ଏସି। ଦେଶରେ ଏୟାର କଣ୍ଡିସନର ଦାମ ଶୀଘ୍ର ମହଙ୍ଗା ହେବାକୁ ଯାଉଛି। ଚଳିତ ତ୍ରୟମାସରେ ବ୍ଲୁ ଷ୍ଟାର୍ ଏସି ଦାମ୍ ବଢ଼ାଇବ ବୋଲି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ବି ଥିଆଗରାଜନ ସୂଚନା ଦେଇଛନ୍ତି। ଦରବୃଦ୍ଧି ଅପରିହାର୍ଯ୍ୟ ହୋଇପଡ଼ିଛି। ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ସମେତ, ଶକ୍ତି ଦକ୍ଷତା ଲେବେଲିଂରେ ପରିବର୍ତ୍ତନ ଏବଂ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେବା ଆଦି କାରଣରୁ ଏସି ଦରବୃଦ୍ଧି କରିବାକୁ ପଡ଼ିବ। ଦର ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବା ନେଇ ଆଶା କରାଯାଉଛି ବୋଲି ସେ କହିଛନ୍ତି।
ଏସି ଦରବୃଦ୍ଧିକୁ ବହନ କରିବା ସ୍ଥିତିରେ କମ୍ପାନି ନାହିଁ। କାରଣ କମ୍ପାନିର ଟିକସ ପୂର୍ବ ଲାଭ ୮ରୁ ୧୦ ପ୍ରତିଶତ ରହୁଛି ବୋଲି ସେ କହିଛନ୍ତି। ନିକଟରେ ତମ୍ବା ଦର ବୃଦ୍ଧି ଘଟିଛି। ଏଥିସହିତ ଅନ୍ୟାନ୍ୟ ସାମଗ୍ରୀର ଦରବୃଦ୍ଧି ଯୋଗୁ ଉତ୍ପାଦନ ଖର୍ଚ୍ଚ ବଢ଼ିଯାଇଛି। ତେଣୁ ଗ୍ରାହକଙ୍କ ଉପରେ ଏସବୁ ଦରବୃଦ୍ଧିର ବୋଝ ଲଦିବାକୁ ପଡ଼ୁଛି ବୋଲି ସେ କହିଛନ୍ତି।
ମୂଲ୍ୟବୃଦ୍ଧି ଚାପ ସତ୍ତ୍ବେ ଏସି ଚାହିଦା ଭଲ ରହିଛି। ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଡିଲରମାନେ ବହୁ ଅଧିକ ସଂଖ୍ୟକ ଏସି ଷ୍ଟୋର୍ରେ ମହଜୁଦ ରଖିବା ଆରମ୍ଭ କରିଦେଇଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ରାତିର ତାପମାତ୍ରା ଅଧିକ ରହୁଛି। ତେଣୁ ଆଗକୁ ଖରାଦିନ ତାପମାତ୍ରା ଅଧିକ ରହିପାରେ। ଆଗୁଆ ଖରାଦିନ ଅନୁଭବ ହେଲେ ଗ୍ରାହକମାନେ ଅଧିକ ସଂଖ୍ୟାରେ ଏସି କିଣିବେ ବୋଲି ସେ କହିଛନ୍ତି।
ଏହାସହ ପଢ଼ନ୍ତୁ: AC ଚାଲୁ କରିବା ପୂର୍ବରୁ ଏହି କଥା ମନେ ରଖନ୍ତୁ ନଚେତ୍ ଆସିପାରେ ବଡ଼ ବିପଦ
ଗ୍ରୀଷ୍ମ ଋତୁ ଆସିଲେ, ଘରେ କିମ୍ବା ଅଫିସରେ ପ୍ରଥମେ ଯାହା ମନେ ପଡ଼େ ତାହା ହେଉଛି AC । ମାସ ମାସ ଧରି ଚାଲିନଥିବା ଏସିକୁ ହଠାତ୍ ଚାଲୁ କରିବା ଯେତେ ସହଜ ମନେହୁଏ, ସେତିକି ସହଜ ନୁହେଁ ।
ଯଦି ଗ୍ରୀଷ୍ମ ଋତୁରେ ପ୍ରଥମ ଥର ପାଇଁ ଏସି ଚାଲୁ କରିବା ପୂର୍ବରୁ କିଛି ମୌଳିକ ଯାଞ୍ଚ ଏବଂ ପ୍ରସ୍ତୁତି କରାଯାଇ ନାହିଁ, ତେବେ ଥଣ୍ଡା ପବନ ବଦଳରେ, ଆପଣ ଦୁର୍ଗନ୍ଧ,କମ୍ ଥଣ୍ଡା, ଅଧିକ ବିଦ୍ୟୁତ୍ ବିଲ୍ ଏବଂ କେତେକ ସମୟରେ ଭାଙ୍ଗିଯିବାର ସମ୍ମୁଖୀନ ହୋଇପାରନ୍ତି । ବର୍ଷର ଏହି ସମୟଟି ସବୁଠାରୁ ଅଧିକ ଥର ଖରାପ ହୋଇଥାଏ, କାରଣ ଲୋକମାନେ କେବଳ ରିମୋଟ୍ ଉଠାଇ AC ଚାଲୁ କରନ୍ତି । ପ୍ରାୟତଃ, ଗରମ ଦିନ ଆରମ୍ଭରେ AC ଚାଲୁ କରିବା ପରେ ଏହା ଖରାପ ହୋଇଯାଏ ମଧ୍ୟ ।
ଆଲର୍ଜି ହୋଇପାରେ:- ଯଦି ଏହାକୁ ଅଧିକ ସମୟ ପାଇଁ ଧ୍ୟାନ ନ ଦିଆଯାଏ, ତେବେ AC ଫିଲ୍ଟରରେ ଧୂଳି, ଆର୍ଦ୍ରତା ଏବଂ ଛାଞ୍ଚ ଜମା ହୋଇଯାଏ । ୟୁନିଟ୍ ଚାଲୁ କରିବା ମାତ୍ରେ, ଏହି ମଇଳା ବାୟୁ ପୁରା ରୁମରେ ବ୍ୟାପିଯାଏ । ଏହା ଶ୍ୱାସକ୍ରିୟା ସମସ୍ୟା, ଆଲର୍ଜି, ଆଖି ଜ୍ୱଳନ ଏବଂ ମୁଣ୍ଡବିନ୍ଧା ମଧ୍ୟ ସୃଷ୍ଟି କରିପାରେ ।
ପଢନ୍ତୁ ଏହି ଖବର: ଫେବ୍ରୁଆରୀ ଅଧାରୁ ଟାଇଁ ଟାଇଁ ଖରା, ଆଗକୁ ଅସମ୍ଭାଳ ତାତି...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories