Delhi Highcourt / "ବିବାହ ଭାଙ୍ଗିବା ନେଇ ପ୍ରେମିକା/ପ୍ରେମିକ ଠାରୁ ଆର୍ଥିକ କ୍ଷତିପୂରଣ ଦାବି କରିପାରିବେ"

Key Points
ପରକୀୟା ପ୍ରୀତି ପାଇଁ ଆପଣଙ୍କ ବିବାହରେ ଫାଟ ସୃଷ୍ଟି ହେଉଛି କି ?
ନେଇପାରିବେ କଡା ଆକ୍ସନ
ସ୍ୱାମୀ କିମ୍ବା ସ୍ତ୍ରୀ ନିଜ ସାଥୀର ପ୍ରେମୀଙ୍କ ବିରୋଧରେ କରିପାରିବେ ଅଭିଯୋଗ
ବିବାହ ଭାଙ୍ଗିବା ନେଇ ସେମାନଙ୍କୁ କରିପାରିବେ ଦାୟୀ
ପ୍ରେମିକା ବା ପ୍ରେମିକ ଠାରୁ ଆର୍ଥିକ କ୍ଷତିପୂରଣ ବି ଦାବି କରିପାରିବେ
ଆଜିକାଲି ଏକ୍ସଟ୍ରା ମାରିଟାଲ୍ ଏଫୟାର ବହୁତ । ସ୍ୱାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କରେ ଫାଟ ସୃଷ୍ଟି କରୁଛି ପରକୀୟାପ୍ରୀତି । କଥା କଥା କେ ସ୍ୱାମୀ, ସ୍ତ୍ରୀ କୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ଦେଉଛି ଛାଡପତ୍ର ଧମକ । କ୍ଷଣିକେ ଭାଙ୍ଗି ଯାଉଛି ସୁନାର ସଂସାର । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ହାଇକୋର୍ଟ ଏକ ଟିପ୍ପଣୀ ଦେଇଛନ୍ତି । ପରକୀୟା ପ୍ରୀତି ଅପରାଧ ନୁହେଁ । ବରଂ ଯଦି ଆପଣଙ୍କର ବୈବାହିକ ସମ୍ପର୍କରେ ପରକୀୟ ପ୍ରୀତି ଫାଟ ସୃଷ୍ଟି କରୁଛି କିମ୍ବା ସେଥିପାଇଁ ଛାଡପତ୍ର ହେବା ଯାଏ କଥା ଯାଉଛି ତେବେ ଏହାକୁ ଆପଣ ଏକ ଆଧାର ବନେଇ ପାରିବେ ।
ଦିଲ୍ଲୀ ହାଇକୋର୍ଟ ଜଷ୍ଟିସ୍ ପୁରୁଷେନ୍ଦ୍ର କୌରବଙ୍କ କହିବା କଥା ଯେକୌଣସି ସ୍ୱାମୀ କିମ୍ବା ସ୍ତ୍ରୀ ନିଜ ବିବାହ ଭାଙ୍ଗିବା ପାଇଁ ସେମାନଙ୍କୁ ଦାୟୀ କରିପାରିବେ । ସେମାନଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିପାରିବେ । କାରଣ ଏହି ପରକୀୟା ପ୍ରତି ଅତି ଭୟଙ୍କର...ଅନେକ ଘରକୁ ଭାଙ୍ଗି ଦେଉଛି ।
📱 Get Argus News App
✨ଆହୁରି ପଢନ୍ତୁକେତେଜଣଙ୍କୁ ବିବାହ କରିପାରିବେ ମୁସଲିମ୍ ପୁରଷ ? ହାଇକୋର୍ଟ ଶୁଣାଇଲେ ବଡ଼ ରାୟ
ଏକ ମାମଲା ଅନୁସାରେ ଜଣେ ମହିଳା 2012 ମସିହାରେ ବିବାହ କରିଥିଲେ । 2018ରେ ତାଙ୍କର ଟ୍ୱିନ୍ସ ହୋଇଥିଲା । 2021 ମସିହାରେ ତାଙ୍କ ସ୍ୱାମୀଙ୍କ ବ୍ୟବସାୟରେ ଜଣେ ମହିଳା ତାଙ୍କ ସଂପର୍କରେ ଆସିଥିଲେ । ଧିରେ ଧିରେ ସେହି ମହିଳାଙ୍କ ସହ ସ୍ୱାମୀଙ୍କ ସଂପର୍କ ବଢୁଥିବା ନେଇ ମହିଳା ଜଣଙ୍କ ଜାଣିପାରିଥିଲେ । ଏ ବିଷୟରେ ପରିବାରକୁ ଜଣାଇଥିଲେ । ପରିବାର ଲୋକଙ୍କ ତାଗିଦ୍ ସତ୍ତ୍ୱେ ବ୍ୟକ୍ତି ଜଣଙ୍କ ପରକୀୟା ପ୍ରୀତିରେ ମାତିଥିଲେ । ଏପରିକି କାହାରିକୁ ଖାତିର୍ ନ କରି ଖୋଲା ଖୋଲି ପ୍ରେମିକା ସହ ବୁଲିଥିଲେ । ଶେଷରେ ତାଙ୍କ ଛାଡପତ୍ର ପାଇଁ ଆବେଦନ କରିଥିଲେ।
ଆହୁରି ପଢନ୍ତୁRelationship: ବିବାହ କରିବାକୁ ଯାଉଛନ୍ତି କି ? ଭାବି ପତ୍ନୀଙ୍କୁ ପଚାରନ୍ତୁ ଏହି ୭ ପ୍ରଶ୍ନ
ଏହାସହ ସ୍ୱାମୀଙ୍କ ପ୍ରେମିକାଙ୍କ ବିରୋଧରେ ମାମଲା କରିଥିଲେ । ମହିଳା ଜଣଙ୍କ ତାଙ୍କୁ ମାନସିକ ସ୍ତରରେ କ୍ଷତି ପହଞ୍ଚାଇବା ସହ ତାଙ୍କ ବାହାଘର ଭାଙ୍ଗିଯିବାର କାରଣ ବୋଲି କହିଥିଲେ । କ୍ଷତିପୂରଣ ମଧ୍ୟ ମାଗିଥିଲେ । ଏହାକୁ ଯଥାର୍ଥ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାର ସତ୍ୟା ସତ୍ୟ ଜାଣିବା ପାଇଁ ତାଙ୍କ ସ୍ୱାମୀ ଓ ପ୍ରେମିକାକୁ ନୋଟିସ୍ ଜାରିଛନ୍ତି ।
Related Topics
Explore more stories