Keral HC on Multiple Marriages / କେତେଜଣଙ୍କୁ ବିବାହ କରିପାରିବେ ମୁସଲିମ୍ ପୁରଷ ? ହାଇକୋର୍ଟ ଶୁଣାଇଲେ ବଡ଼ ରାୟ

Key Points
କେରଳ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଭରଣ ପୋଷଣ ପାଇଁ ଅସମର୍ଥ ଥିଲେ ଏକାଧିକ ବିବାହ କରିପାରିବେ ନାହିଁ।
ମୁସଲମାନ ପୁରୁଷଙ୍କ ଏକାଧିକ ବିବାହକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ । ଏକ ଆବେଦନର ଶୁଣାଣିରେ କୋରାନର ଶ୍ଳୋକକୁ ଉଦ୍ଧୃତ କରି ହାଇକୋର୍ଟ କହିଛନ୍ତି, ମୁସଲିମ ବ୍ୟକ୍ତିଗତ ଆଇନ ବହୁବିବାହକୁ ଅନୁମତି ଦିଏ । କିନ୍ତୁ ଦ୍ବିତୀୟ କିମ୍ବା ତୃତୀୟ ପତ୍ନୀଙ୍କୁ ଭରଣ-ପୋଷଣା କରିବାକୁ ଅସମର୍ଥ ବ୍ୟକ୍ତି ଏକାଧିକ ବିବାହ କରନାହିଁ ।
ବିଚାରପତି ପି.ଭି. କୁନହିକୃଷ୍ଣନ୍ ଏହି ରାୟ ଦେବା ସମୟରେ, ସମାଜ କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ପାଲକ୍କଡର ଜଣେ ଦୃଷ୍ଟିହୀନ ବ୍ୟକ୍ତି, ଯିଏ ଭିକ୍ଷା ମାଗି ନିଜର ଜୀବିକା ନିର୍ବାହ କରନ୍ତି, ତାଙ୍କୁ ତୃତୀୟ ବିବାହ କରିବାରୁ ରୋକିବା ପାଇଁ ଧାର୍ମିକ ନେତାମାନଙ୍କ ସମେତ ଦକ୍ଷ ପରାମର୍ଶଦାତାଙ୍କ ମାଧ୍ୟମରେ ପରାମର୍ଶ ପ୍ରଦାନ କରନ୍ତୁ ।
ସୂଚନା ଅନୁସାରେ, ହାଇକୋର୍ଟରେ ଆବେଦନ କରିଥିବା ମହିଳା ଜଣକ ହେଉଛନ୍ତି ଜଣେ ମୁସଲିମ୍ ଯୁବକଙ୍କ ଦ୍ବିତୀୟ ପତ୍ନୀ । ଆବେଦନକାରୀ ପ୍ରଥମେ ଫ୍ୟାମିଲି କୋର୍ଟର ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ଫ୍ୟାମିଲ କୋର୍ଟ ତାଙ୍କ ଆବେଦନକୁ ଖରାଜ କରିଦେଇଥିଲେ । ଭିକ୍ଷା ମାଗି ଚଳୁଥିବା ସ୍ୱାମୀଙ୍କୁ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ ବୋଲି ଫ୍ୟାମିଲି କୋର୍ଟ ପକ୍ଷରୁ କୁହାଯାଇଥିଲା । ଏହାପରେ ମହିଳାଜଣଙ୍କ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ମହିଳା ଜଣଙ୍କ ତାଙ୍କ ଆବେଦନରେ ଏହା ମଧ୍ୟ କହିଛନ୍ତି ଯେ ପୁରୁଷ ତାଙ୍କୁ ଛାଡପତ୍ର ଦେବାକୁ ଧମକ ଦେଉଛନ୍ତି ଏବଂ ତୃତୀୟ ବିବାହ ଯୋଜନା କରୁଛନ୍ତି ।
ତେବେ ହାଇକୋର୍ଟ ଫ୍ୟାମିଲି କୋର୍ଟର ଭରଣ ପୋଷଣ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । କିନ୍ତୁ ତୃତୀୟ ବିବାହ ମାମଲାରେ କୋର୍ଟ କହିଛନ୍ତି ଯେ, ଯଦି ଜଣେ ପୁରୁଷ ତାଙ୍କ ସ୍ତ୍ରୀମାନଙ୍କୁ ଭରଣ ପୋଷଣ କରିବାରେ ଅସମର୍ଥ ତେବେ ତାଙ୍କର ପୁନଃବିବାହ କରିବାରେ କୌଣସି ଅଧିକାର ନାହିଁ ।
📱 Get Argus News App
✨
ଆବେଦନର ଶୁଣାଣି ବେଳେ ଜଷ୍ଟିସ୍ ପିଭି କୁନହିକ୍ରିଷ୍ଣନ୍ ଅନୁଧ୍ୟାନ କରି ଜାଣିପାରିଲେ ଯେ, ପ୍ରତିପକ୍ଷ ଭିକ୍ଷାବୃତ୍ତି ସମେତ ବିଭିନ୍ନ ଉତ୍ସରୁ ୨୫,୦୦୦ ଟଙ୍କା ଆୟ କରୁଛନ୍ତି ଏବଂ ସେଥିପାଇଁ ଆବେଦନକାରୀ ପ୍ରତି ମାସରେ ୧୦,୦୦୦ ଟଙ୍କା ଭରଣପୋଷଣ ପାଇଁ ମାଗୁଛନ୍ତି । ଦୃଷ୍ଟିହୀନ ହେବା ସହ ଭିକ୍ଷା ମାଗୁଥିଲେ ବି ପ୍ରତିପକ୍ଷ ତୃତୀୟ ବିବାହ କରିବାକୁ ଚିନ୍ତା କରୁଛନ୍ତି। ଯଦି ସେ ସମ୍ଭାଳିବାକୁ ଅସମର୍ଥ, ତେବେ ସେ ଏକାଧିକ ବିବାହ କରିବା ଉଚିତ୍ ନୁହେଁ।
Related Topics
Explore more stories