Delhi Air Pollution: AQLI ରିପୋର୍ଟରେ ବଡ଼ ଖୁଲାସା, ୮ ବର୍ଷ ଆୟୁଷ କମାଉଛି ବିଷାକ୍ତ ବାୟୁ

Key Points
ଦିଲ୍ଲୀରେ ସାଂଘାତିକ ହେଲାଣି ବାୟୁ ପ୍ରଦୂଷଣ । ୮ ବର୍ଷ ବୟସ କମାଉଛି ବିଷାକ୍ତ ବାୟୁ । ଏକ ରିପୋର୍ଟରେ ହେଲା ବଡ଼ ଖୁଲାସା ।
ଦିଲ୍ଲୀ । ଭାରତର ରାଜଧାନୀ । କିନ୍ତୁ ଏବେ କିଛି ବର୍ଷ ହେବ ପାଲଟିଛି ପ୍ରଦୂଷଣର କେନ୍ଦ୍ର । ରାଜଧାନୀ ଦିଲ୍ଲୀ ଦେଶର ସବୁଠାରୁ ପ୍ରଦୂଷିତ। ପ୍ରଦୂଷଣ ଯୋଗୁଁ ଲୋକମାନେ ସେମାନଙ୍କ ଜୀବନର ୮.୨ ବର୍ଷ ହରାଉଛନ୍ତି । ଏକାଥ ଆମେ କହୁ ନାହଁ ଏହି ରିପୋର୍ଟ ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍ ଦ୍ୱାରା ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (AQLI) ଆଧାରରେ ପ୍ରକାଶ କରାଯାଇଛି। ଏହି ରିପୋର୍ଟ ୨୦୨୩ର ତଥ୍ୟ ବିଶ୍ଳେଷଣ ଆଧାରରେ ପ୍ରସ୍ତୁତ କରାଯାଇଛି।
ରିପୋର୍ଟ ଅନୁସାରେ, ୨୦୨୩ରେ ଦିଲ୍ଲୀରେ PM 2.5 ର ସ୍ତର ୮୮.୪ ଥିଲା । ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମାନଦଣ୍ଡ ଅପେକ୍ଷା ୧୭ ଗୁଣ ଅଧିକ। WHO ଅନୁଯାୟୀ, PM 2.5 ର ସ୍ତର ବାର୍ଷିକ ୫ MGCM ହେବା ଉଚିତ । ଭାରତୀୟ ମାନଦଣ୍ଡ ଅନୁସାରେ, ଏହା ଦୁଇଗୁଣରୁ ଅଧିକ। ଭାରତୀୟ ମାନଦଣ୍ଡ ଅନୁସାରେ, PM 2.5 ର ବାର୍ଷିକ ସ୍ତର ୪୦ MGCM ରହିବା ଉଚିତ । ୨୦୨୨ ତୁଳନାରେ ପ୍ରଦୂଷଣ ଦୃଷ୍ଟିରୁ ଦିଲ୍ଲୀର ସ୍ଥିତି ଆହୁରି ଖରାପ ହୋଇଛି । PM 2.5 ର ସ୍ତର ବୃଦ୍ଧି ପାଇଛି।
୨୦୨୨ ମସିହାର AQLI ରିପୋର୍ଟରେ, ଦିଲ୍ଲୀରେ PM 2.5 ର ସ୍ତର ୮୪.୩ ମାଇକ୍ରୋଗ୍ରାମ ଥିଲା, ଯାହା ଯୋଗୁଁ ଲୋକମାନେ ୭.୮ ବର୍ଷ ଜୀବନ ହରାଉଥିଲେ। ୨୦୨୩ ର ତଥ୍ୟରେ, ପ୍ରଦୂଷଣ ୮୮.୪ ମାଇକ୍ରୋଗ୍ରାମରେ ପହଞ୍ଚିଥିଲା, ଅର୍ଥାତ୍ ପରିସ୍ଥିତି ଆହୁରି ଖରାପ ହୋଇଛି। ସାରା ଦେଶରେ ୨୦୨୨ ତୁଳନାରେ ୨୦୨୩ ରେ ପ୍ରଦୂଷଣ ୧.୫ ପ୍ରତିଶତ ବୃଦ୍ଧି ପାଇଛି, ଯାହା WHO ମାନକ ତୁଳନାରେ ପ୍ରାୟ ପାଞ୍ଚ ଗୁଣ ଅଧିକ।
📱 Get Argus News App
✨ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ ନିର୍ଦ୍ଦେଶକ ତନୁଶ୍ରୀ ଗାଙ୍ଗୁଲି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ସେ କହିଥିଲେ ଯେ ଦିଲ୍ଲୀରେ ବାୟୁ ଗୁଣବତ୍ତା ଗତ ପାଞ୍ଚ ବର୍ଷ ଧରି ନିରନ୍ତର ଖରାପ ରହିଛି । ଯଦି ଏହି ପରିସ୍ଥିତି ଜାରି ରହେ, ତେବେ ଲୋକଙ୍କ ଆୟୁଷ ୮ ବର୍ଷ ହ୍ରାସ ପାଇପାରେ। ଏବେ ଜାତୀୟ ମାନଦଣ୍ଡ ହାସଲ କରିବାକୁ ହେଲେ ମଧ୍ୟ ଦିଲ୍ଲୀକୁ ପ୍ରଦୂଷଣ ୫୦% ରୁ ଅଧିକ ହ୍ରାସ କରିବାକୁ ପଡିବ। ଏହା ଦିଲ୍ଲୀବାସୀଙ୍କ ଆୟୁଷ ୪.୫ ବର୍ଷ ବୃଦ୍ଧି କରିପାରିବ।
ଦେଶର ଉତ୍ତର ସମତଳ ଅଞ୍ଚଳ ସବୁଠାରୁ ପ୍ରଦୂଷିତ। ଏହି ଅଞ୍ଚଳରେ ୫୪.୪୪ କୋଟି ଲୋକ ବାସ କରନ୍ତି। ଏଠାରେ ପ୍ରଦୂଷଣ ହ୍ରାସ କରିବା ଦ୍ୱାରା ଆୟୁଷ ହାରାହାରି ୫ ବର୍ଷ ବୃଦ୍ଧି ପାଇପାରିବ ।