Ajit Pawar / ଅଜିତ ପାୱାରଙ୍କ ମୃତ୍ୟୁ ଖବର ମାଆ ଜାଣିବେନି ବୋଲି କାଟିଦେଲେ TV କେବୁଲ୍; ମୋବାଇଲ୍ କରିଦେଲେ ଫ୍ଲାଇଟ୍ ମୋଡ୍
·2 months ago·2 min read

Key Points
ମାଆଙ୍କ ଠାରୁ ଏହି ପଦ ଶୁଣିବା ମାତ୍ରେ ଆଶା ତାଈଙ୍କୁ ଯେଭଳି ମୃତ୍ୟୁ ଖବର ନ ମିଳିବ ସେଥିପାଇଁ ବଙ୍ଗଳାର ଟିଭି କେବୁଲ୍ ତୁରନ୍ତ କାଟି ଦିଆ ଯାଇଥିଲା । ଆଶା ମାଆଙ୍କ ମୋବାଇଲ୍କୁ ପ୍ଲାଇଟ୍ ମୋଡ୍ରେ ରଖି ଦିଆଯାଇଥିଲା ।
ମୁମ୍ବାଇ: ଆଉ ନାହାନ୍ତି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ବୁଧବାର ସକାଳ ୮ଟା ୪୫ ମିନିଟ୍ରେ ବାରାମତି ବିମାନବନ୍ଦରରେ ବିମାନ ଅବତରଣ ବେଳେ ଚାର୍ଟାର୍ଡ ବିମାନ କ୍ରାସ୍ ହୋଇ ଯାଇଛି । ଯେଉଁଥିରେ ଅଜିତ ପାୱାରଙ୍କ ସହ ତାଙ୍କ ପିଏସଓ, ଦୁଇ ପାଇଲଟ୍ ଓ ଜଣେ ମହିଳାଙ୍କ କ୍ରିଉ ମେମ୍ବର ପ୍ରାଣ ହରାଇଛନ୍ତି ।
ବୁଧବାର ସକାଳେ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ସମୟରେ ତାଙ୍କ ମାଆ ଆଶା ବାରାମତି ଫାର୍ମହାଉସ୍ରେ ଟିଭି ଦେଖୁଥିଲେ । ଫାର୍ମହାଉସ୍ର ମ୍ୟାନେଜର ସମ୍ପତ ଧାୟଗୁଡ଼େ କହିଛନ୍ତି, "ମାଆ ଆଶା ପଚାରିଥିଲେ, କ'ଣ ଦାଦାଙ୍କ ଦୁର୍ଘଟଣା ହୋଇଗଲା କି ?"
ଏଥିସହ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସ୍ତବ୍ଧ; ହାତ ଯୋଡ଼ି ବସିଛନ୍ତି ଅଜିତ ପାୱାରଙ୍କ ପତ୍ନୀ
ମାଆଙ୍କ ଠାରୁ ଏହି ପଦ ଶୁଣିବା ମାତ୍ରେ ଆଶା ତାଈଙ୍କୁ ଯେଭଳି ମୃତ୍ୟୁ ଖବର ନ ମିଳିବ ସେଥିପାଇଁ ବଙ୍ଗଳାର ଟିଭି କେବୁଲ୍ ତୁରନ୍ତ କାଟି ଦିଆ ଯାଇଥିଲା । ଆଶା ମାଆଙ୍କ ମୋବାଇଲ୍କୁ ପ୍ଲାଇଟ୍ ମୋଡ୍ରେ ରଖି ଦିଆଯାଇଥିଲା । କର୍ମଚାରୀ ଅଜିତ ପାୱାରଙ୍କ ମାଆଙ୍କୁ କହିଥିଲୁ, ତାଙ୍କର କିଛି ହୋଇ ନାହିଁ ।
ମ୍ୟାନେଜର ସମ୍ପତ କହିଛନ୍ତି, "ଆମ କଥା ଶୁଣି ମାଆ ଭାବିଥିଲେ ଦାଦାଙ୍କ ଦେହରେ କମ୍ ଆଘାତ ଲାଗିଛି । ସେତେବେଳେ ଟିଭିରେ ଖବର ଆସିଥିଲା ଦାଦାଙ୍କୁ ବାରାମତି ହସ୍ପିଟାଲ୍ ନିଆଯାଇଛି । ଆମେ ଆଶା ମାଆଙ୍କୁ କହିଥିଲୁ କିଛି ହୋଇନାହିଁ ।"
ଏଥିସହ ପଢ଼ନ୍ତୁ: ଦଳର ଚିହ୍ନକୁ ହାତରେ ପିନ୍ଧି ବୁଲୁଥିଲେ ଅଜିତ ପାୱାର; ଦାମ୍ କେତେ, କେଉଁ କମ୍ପାନୀର ?
କିନ୍ତୁ ମାଆ ଫାର୍ମହାଉସ୍ ବାହାରକୁ ଆସି ଦାଦାଙ୍କ ସହ ଭେଟ୍ ହେବାକୁ ଜିଦ୍ ଧରିଥିଲେ । ସେ କାହାରି କଥା ମଧ୍ୟ ଶୁଣିନଥିଲେ । ଆମର ଇଚ୍ଛା ନଥାଇ ମଧ୍ୟ ତାଙ୍କୁ ବାରାମତି ବଙ୍ଗଳାକୁ ନେଇ ଯାଇଥିଲୁ ।
୪ ଦିନ ତଳେ ମାଆଙ୍କୁ ଭେଟିଥିଲେ ଅଜିତ
ମ୍ୟାନେଜର ସମ୍ପତଙ୍କ ଅନୁସାରେ, ଅଜିତ ଦାଦାଙ୍କୁ ମାଆ ଆଶା ୪ ଦିନ ତଳେ ଫାର୍ମହାଉସ୍ ଆସି ଭେଟ୍ ହୋଇଥିଲେ । ଶନିବାର ସକାଳ ସାଢ଼େ ୭ଟାରେ ଫାର୍ମହାଉସ୍ରେ ପହଞ୍ଚିଥିଲେ । ମାଆଙ୍କ ସହ ୧୫ ମିନିଟ୍ ଧରି କଥାବାର୍ତ୍ତା ହୋଇଥିଲେ ।
ଏହା ପରେ ଫାର୍ମ ହାଉସ୍ରେ ନୂଆ ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସେ ତାଙ୍କ କାର୍ଯ୍ୟକ୍ରମରେ ପଳାଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories