|
logo
Live
Argus News App
GET APP

Argus News - ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସ୍ତବ୍ଧ; ହାତ ଯୋଡ଼ି ବସିଛନ୍ତି ଅଜିତ ପାୱାରଙ୍କ ପତ୍ନୀ

National

Ajit Pawar / ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସ୍ତବ୍ଧ; ହାତ ଯୋଡ଼ି ବସିଛନ୍ତି ଅଜିତ ପାୱାରଙ୍କ ପତ୍ନୀ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସ୍ତବ୍ଧ; ହାତ ଯୋଡ଼ି ବସିଛନ୍ତି ଅଜିତ ପାୱାରଙ୍କ ପତ୍ନୀ
Ajit Pawar Plane Crash Tragedy

Key Points

ବିମାନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଅଜିତ ପାୱାରଙ୍କ ସହ ୫ ଜଣଙ୍କ ମୃତ୍ୟୁ ହୋଇଛି । ଅଜିତ ପାୱାରଙ୍କ ମୃତ୍ୟୁ ପରେ ଆସିଛି ତାଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କ ପ୍ରଥମ ଫଟୋ ।
ପୁନେ: ବୁଧବାର ବିମାନ କ୍ରାସ୍‌ରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି । ବିମାନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଅଜିତ ପାୱାରଙ୍କ ସହ ୫ ଜଣଙ୍କ ମୃତ୍ୟୁ ହୋଇଛି । ଅଜିତ ପାୱାରଙ୍କ ମୃତ୍ୟୁ ପରେ ଆସିଛି ତାଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କ ପ୍ରଥମ ଫଟୋ ।

ଅଜିତ ପାୱାରଙ୍କ ବିୟୋଗରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଛି । ମହାରାଷ୍ଟ୍ର ରାଜନୀତକୁ ବହୁତ ବଡ଼ ଝଟ୍‌କା ଲାଗିଛି । ଅଜିତ ପାୱାରଙ୍କ ଦଳ ଏନସିପିର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି । ଏଭଳି ସମୟରେ ଏକ ଫଟୋ ଆସିଛି । ଯେଉଁ ଫଟୋରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ହାତ ଯୋଡ଼ି ବସିଥିବା ଦେଖା ଯାଉଛି ।

ଏଥିସହ ପଢ଼ନ୍ତୁ: ଦଳର ଚିହ୍ନକୁ ହାତରେ ପିନ୍ଧି ବୁଲୁଥିଲେ ଅଜିତ ପାୱାର; ଦାମ୍ କେତେ, କେଉଁ କମ୍ପାନୀର ?

ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ହାତ ଯୋଡ଼ି ବସିଥିବା ବେଳେ ତାଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉଦାସ ହୋଇ ବସିଛନ୍ତି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ସହ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ମୁଣ୍ଡ ତଳକୁ କରି ବସିଛନ୍ତି । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମଧ୍ୟ ସ୍ତବ୍ଧ ହୋଇ ବସିଥିବା ଦେଖା ଯାଉଛି ।

ବୁଧବାର ଅଜିତ ପାୱାରଙ୍କ ବିମାନ ରନୱେରେ କ୍ରାସ୍ ଲ୍ୟାଣ୍ଡି କରିଥିଲା । ଲ୍ୟାଣ୍ଡିଂ କରିବା ସମୟରେ ବିମାନ ନିୟନ୍ତ୍ରଣ ହରାଇବା ସହ ଖସି ପଡ଼ି ଜଳି ଯାଇଥିଲା । ବିମାନ ଭୂଇଁରେ ମାଡ଼ ହେବା ସହ ବିସ୍ଫୋରଣ ହୋଇଥିଲା । ନିଆଁରେ ସମ୍ପୂର୍ଣ୍ଣ ବିମାନ ଜଳି ଯାଇଥିବା ବେଳେ ଅଜିତ ପାୱାରଙ୍କ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ଅଜିତଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା ବଡ଼ ଖବର, ଇଏ ସମ୍ଭାଳିବେ ଏନସିପି ?

ଫେବ୍ରୁଆରୀ ୫ ତାରିଖରେ ପୁନେରେ ହେବାକୁ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଅଜିତ ପାୱାର ବୁଧବାର ପ୍ରଚାର ପାଇଁ ଯାଉଥିଲେ । ଅଜିତ ପାୱାର ୪ଟି ଜନସଭାକୁ ସମ୍ବୋଧିତ କରିବାର ଥିଲା । ସେଥିପାଇଁ ବୁଧବାର ସକାଳୁ ମୁମ୍ବାଇରୁ ବିମାନ ଯୋଗେ ବାହାରିଥିଲେ ।

NCPର କ'ଣ ହେବ ?


ଅଜିତ ପାୱାର ଦେହାନ୍ତ ପରେ ତାଙ୍କ ଦଳ NCPକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ, "ଆଗକୁ NCP ଗମ୍ଭୀର ନେତୃତ୍ଵ ସଂକଟର ସାମ୍ନା କରିପାରେ । କାରଣ ଏବେ ଦଳରେ ସ୍ପଷ୍ଟ ଭାବେ କେହି ଦ୍ଵିତୀୟ ନେତା ନାହାନ୍ତି । ଦଳର ତାର ସବୁଠୁ ଲୋକପ୍ରିୟ ନେତାଙ୍କୁ ହରାଇଛି । ଅନ୍ୟପଟେ ଦଳର ଅସ୍ତିତ୍ଵ, ଲକ୍ଷ୍ୟ ଓ ସଂସ୍ଥାପକ ଶରଦ ପାୱାରଙ୍କ ସହ ଭବିଷ୍ୟତ ସମୀକରଣ ଉପରେ ନିର୍ଭର କରେ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ajit Pawar: ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସ୍ତବ୍ଧ; ହାତ ଯୋଡ଼ି ବସିଛନ୍ତି ଅଜିତ ପାୱାରଙ୍କ ପତ୍ନୀ | Argus News