Ajit Pawar / ଦଳର ଚିହ୍ନକୁ ହାତରେ ପିନ୍ଧି ବୁଲୁଥିଲେ ଅଜିତ ପାୱାର; ଦାମ୍ କେତେ, କେଉଁ କମ୍ପାନୀର ?
·2 months ago·2 min read

Key Points
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପିନ୍ଧିଥିବା ହାତଘଣ୍ଟାରୁ ତାଙ୍କ ମରଶରୀର ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ବିଡ଼ମ୍ବନା ହେଉଛି ସେହି ଘଣ୍ଟା ହେଉଛି ଅଜିତଙ୍କ ଦଳର ଚିହ୍ନ ।
ପୁନେ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ସଭାପତି ଅଜିତ ପାୱାର ଆଉ ନାହାନ୍ତି । ବୁଧବାର ସକାଳେ ପୁନେରେ ଏକ ଦୁଃଖଦ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ସହ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି ।
ଦିଲ୍ଲୀର ଲିୟରଜେଟ୍ ୪୬ ବିମାନରେ ବୁଧବାର ପୁନେ ଯାଉଥିଲେ ଅଜିତ ପାୱାର । ସକାଳ ପ୍ରାୟ ୮ଟା ୪୫ ମିନିଟ୍ । ମୁମ୍ବାଇରୁ ୩୫ ମିନିଟ୍ର ଉଡ଼ାଣ ପରେ ପୁନେ ଆକାଶରେ ପହଞ୍ଚିଥିଲା ବିମାନ । ବାରାମତି ବିମାନବନ୍ଦରରେ ଅବତରଣ କରିବା ବେଳେ ବିମାନ ନିୟନ୍ତ୍ରଣ ହରାଇ କ୍ରାସ୍ ହୋଇ ଯାଇଛି ।
ଏଥିସହ ପଢ଼ନ୍ତୁ: ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଦେହାନ୍ତ
ଉକ୍ତ ବିମାନରେ ଅଜିତ ପାୱାରଙ୍କ ସହ ତାଙ୍କ ପିଏସଓ, ସହାୟକ ଏବଂ ଦୁଇ ଜଣ କ୍ରିଉ ମେମ୍ବର ଥିଲେ । ବିମାନ କ୍ରାସ୍ରେ ସମସ୍ତଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ବିମାନ କ୍ରାସ୍ରେ ସମସ୍ତଙ୍କ ଶରୀର ସମ୍ପୂର୍ଣ୍ଣ ଜଳି ଯାଇଛି ।
ଫଳରେ ୫ ଜଣଙ୍କ ମୃତଦେହ ଚିହ୍ନଟ କରିବା ସହଜ ନଥିଲା । ତେବେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପିନ୍ଧିଥିବା ହାତଘଣ୍ଟାରୁ ତାଙ୍କ ମରଶରୀର ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ବିଡ଼ମ୍ବନା ହେଉଛି ସେହି ଘଣ୍ଟା ହେଉଛି ଅଜିତଙ୍କ ଦଳର ଚିହ୍ନ ।
୬୬ ବର୍ଷୀୟ ଅଜିତ ପାୱାର ବାରାମତି ଯାଉଥିଲେ । ସେଠାରେ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର ଥିଲା । ଫେବ୍ରୁଆରୀ ୫ରେ ରାଜ୍ୟରେ ପୌର ନିର୍ବାଚନ ପ୍ରଚାର ପାଇଁ ବିମାନରେ ଯାଇଥିଲେ ଅଜିତ ପାୱାର ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁସାରେ, ଅଜିତ ପାୱାରଙ୍କ ବିମାନ ସକାଳ ୮ଟା ୧୮ରେ ବାରାମତି ବିମାନବନ୍ଦର ସହ ପ୍ରଥମେ ସମ୍ପର୍କ କରିଥିଲା । ସେତେବେଳେ ଦୃଶ୍ୟମାନ ଦୂରତା ୩ ହଜାର ମିଟର ରହିଥିଲା ।
ଏହାପରେ ରନୱେ ୧୧ରେ ସକାଳ ୮ଟା ୪୩ ମିନିଟ୍ରେ ଓହ୍ଲାଇଥିଲା ବିମାନ । କିନ୍ତୁ ସେତେବେଳକୁ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ (ATC) 'read back' (ଅବତରଣ ଲାଗି ଚୂଡ଼ାନ୍ତ ଅନୁମତି) ଦେଇନଥିଲା । ଯାହା ପରେ ବିମାନଟି ରନ୍ୱେରେ କ୍ରାସ୍ ହୋଇ ଯାଇଥିଲା ।
ଏଥିସହ ପଢ଼ନ୍ତୁ: ସାଟେଲାଇଟ୍ ସର୍ଭେରୁ ଧରାପଡ଼ୁଛି ସତ; ରାସ୍ତା ଓ ନଦୀକୁ ଜମି ଦର୍ଶାଇ କରିଛନ୍ତି ପଞ୍ଜୀକରଣ
ଅଜିତଙ୍କ ହାତଘଣ୍ଟାର ଦାମ୍ କେତେ ?
ଅଜିତ ପାୱାର ପିନ୍ଧିଥିବା ହାତଘଣ୍ଟାରୁ ତାଙ୍କ ମୃତଦେହ ଚିହ୍ନଟ ହୋଇଛି । ୟେ ହେଉଛି ସେହି ଘଣ୍ଟା ଯାହା ଅଜିତ ପାୱାରଙ୍କ ରାଜନୈତିକ ଯାତ୍ରା ଓ ପରିଚୟର ଅଂଶ ଥିଲା । ଏବେ ପ୍ରଶ୍ନ ଅଜିତ ପାୱାର ପିନ୍ଧିଥିବା ଘଣ୍ଟା କେଉଁ ବ୍ରାଣ୍ଡର ଓ ତାର ମୂଲ୍ୟ କେତେ ? ଯାହା ମୃତ୍ୟୁ ପରେ ତାଙ୍କ ମରଶରୀରକୁ ଚିହ୍ନଟ କରିଛି ।
ସୂତ୍ର ଅନୁସାରେ, ଅଜିତ ପାୱାର ପିନ୍ଧୁଥିବା ହାତ ଘଣ୍ଟାଟି ରୋଲକ୍ସ (Rolex) କମ୍ପାନୀର । ରୋଲେକ୍ସ ହେଉଛି ଦୁନିଆର ସବୁଠୁ ପ୍ରତିଷ୍ଠିତ ଅନ୍ୟତମ ଘଡ଼ି କମ୍ପାନୀ । ଅଜିତ ପାୱାର ପିନ୍ଧିଥିବା ଘଡ଼ି ସ୍ଵତନ୍ତ୍ର ମଡେଲର । ଯାହାର ଆନୁମାନିକ ମୂଲ୍ୟ ୮ରୁ ୧୦ ଲକ୍ଷ ଟଙ୍କା ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories