|
logo
Live
Argus News App
GET APP

Argus News - ସାଟେଲାଇଟ୍ ସର୍ଭେରୁ ଧରାପଡ଼ୁଛି ସତ; ରାସ୍ତା ଓ ନଦୀକୁ ଜମି ଦର୍ଶାଇ କରିଛନ୍ତି ପଞ୍ଜୀକରଣ

Odisha

Paddy Procurement / ସାଟେଲାଇଟ୍ ସର୍ଭେରୁ ଧରାପଡ଼ୁଛି ସତ; ରାସ୍ତା ଓ ନଦୀକୁ ଜମି ଦର୍ଶାଇ କରିଛନ୍ତି ପଞ୍ଜୀକରଣ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ସାଟେଲାଇଟ୍ ସର୍ଭେରୁ ଧରାପଡ଼ୁଛି ସତ; ରାସ୍ତା ଓ ନଦୀକୁ ଜମି ଦର୍ଶାଇ କରିଛନ୍ତି ପଞ୍ଜୀକରଣ
Satellite Catches Fake Land Claims

Key Points

ଧାନ କିଣାରେ କ୍ୟାପିଂ ବ୍ୟବସ୍ଥା ନେଇ ମନ୍ତ୍ରୀ କହିଛନ୍ତି, "ବଡ଼ ଚାଷୀ ଅଧିକ ଧାନ ବିକ୍ରି କରିପାରିବେ ନାହିଁ, ଏହା ସତ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ତାହା ନିର୍ଭର କରୁଛି ।
ଭୁବନେଶ୍ଵର: ରାଜ୍ୟରେ ସୁରୁଖୁରୁରେ ଚାଲିଛି ଖରିଫ ଧାନ କିଣା । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, "ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ଧାନ କ୍ରୟ ସରି ଆସିଲାଣି । ଦିନେ ଦୁଇଦିନରେ ଧାନ କିଣା ସମ୍ପୂର୍ଣ୍ଣ ସରିଯିବ ।"

ସେହିଭଳି ଜାନୁଆରୀ ୨୭ ସୁଦ୍ଧା ସରକାର ୩୭ ଲକ୍ଷ ୯୧ ହଜାର ୨୨୫ ମେଟ୍ରିକ୍ ଟନ୍ ଧାନ କିଣା ସାରଛନ୍ତି । ଏ ବାବଦରେ ସରକାର ଚାଷୀଙ୍କ ଆକାଉଣ୍ଟରେ ୮ ହଜାର କୋଟିରୁ ଅଧିକ ଟଙ୍କା ପୈଠ କରିଛନ୍ତି । ୩୦ ଜିଲ୍ଲାରେ ଧାନ କିଣା ଜାରି ରହିଛି ।

ଏଥିସହ ପଢ଼ନ୍ତୁ: ନୀରବି ଗଲେ ମହାରାଷ୍ଟ୍ର ରାଜନୀତିର ‘ପିତାମହ’: କାକାଙ୍କଠାରୁ ଶିଖିଥିଲେ କୌଶଳ

ପୂର୍ବ ସରକାର କ୍ଵିଣ୍ଟାଲ୍ ପିଛା ୧୦୦ ଟଙ୍କା ଦେବେ କହି ଦେଇ ପାରିନଥିଲେ । ଆମେ କହିଥିଲୁ, ଆମ ସରକାର ଦେଢ଼ବର୍ଷ ହେଲା ୩୧୦୦ ଟଙ୍କା ଦେଉଛି । ସରକାରଙ୍କ ସହ ଚାଷୀ ରହିଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଧାନ କିଣାରେ କ୍ୟାପିଂ ବ୍ୟବସ୍ଥା ନେଇ ମନ୍ତ୍ରୀ କହିଛନ୍ତି, "ବଡ଼ ଚାଷୀ ଅଧିକ ଧାନ ବିକ୍ରି କରିପାରିବେ ନାହିଁ, ଏହା ସତ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ତାହା ନିର୍ଭର କରୁଛି । ରାଜ୍ୟରେ ବଡ଼ ଚାଷୀ ମାତ୍ର ଦେଢ଼ ପ୍ରତିଶତ, ସରକାର ବିଚାର କରୁଛନ୍ତି ।"

ରାଜ୍ୟରେ ୯୮.୫ ପ୍ରତିଶତ ଛୋଟ ଚାଷୀ ଅଛନ୍ତି । ସେମାନେ ଏହି କ୍ଯାପିଂ ବ୍ୟବସ୍ଥା ଦ୍ଵାରା ପ୍ରଭାବିତ ହେବେ ନାହିଁ । ତଥାପି ବଡ଼ ଚାଷୀଙ୍କ କଥା ସରକାର ବିଚାରାଧୀନ ରଖିଛନ୍ତି । ଧାନ କିଣା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ । ହୁଏତ ଆଉ କିଛି ନିଷ୍ପତ୍ତି ନିଆଯାଇପାରେ, ତେଣୁ ଅପେକ୍ଷା କରନ୍ତୁ ।

ଏଥିସହ ପଢ଼ନ୍ତୁ: ମଦ ପିଇ କଲେ ବଡ଼ ଭୁଲ: କ୍ରିକେଟରଙ୍କୁ ମାଡିବସିଲା ପୋଲିସ୍‌, ଏବେ ଜେଲରେ...

ସେହିଭଳି ଟେକ୍ନୋଲୋଜିର ବ୍ୟବହାର କରିବା ଯୋଗୁଁ ଧାନ ଚାଷ ଜାଲିଆତି ଜଣାପଡୁଛି । ସାଟେଲାଇଟ୍ ମାଧ୍ୟମରେ ଚିତ୍ର ଉତ୍ତୋଳନ କରାଯାଉଛି, ସେଥିରୁ ସବୁ ଜଣା ପଡ଼ିଯାଇଛି । କେଉଁଠି ରାସ୍ତା, କେଉଁଠି ନଦୀ, କେଉଁଠି ପୋଖରୀ ରେଜିଷ୍ଟ୍ରେସନ୍ ହୋଇଛି ।

ଜମିରେ ଚାଷ ନକରି ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ଫ୍ରଡ ମାନଙ୍କୁ ସରକାର ନୋଟିସ ଦେଇଛନ୍ତି । ଆଗକ ଆଉ ଯେମିତି କିଛି ଜାଲିଆତି ନହୁଏ, ସେଥିପାଇଁ ସରକାର ସତର୍କ ଥିବା କହିଛନ୍ତି ଯୋଗଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Paddy Procurement: ସାଟେଲାଇଟ୍ ସର୍ଭେରୁ ଧରାପଡ଼ୁଛି ସତ; ରାସ୍ତା ଓ ନଦୀକୁ ଜମି ଦର୍ଶାଇ କରିଛନ୍ତି ପଞ୍ଜୀକରଣ | Argus News