Ajit Pawar / ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ କରିବ ୩ ଜଣିଆ ଟିମ୍, ମିଳିଲା ବ୍ଲାକ୍ ବକ୍ସ
·5 months ago·2 min read

Key Points
ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ସହ ୫ ଜଣ ଆଖି ବୁଜିଛନ୍ତି । ତେବେ ବିମାନ ଦୁର୍ଘଟଣା କେମିତି ହେଲା ? କୁହୁଡ଼ି କାରଣ ନା ପାଇଲଟ୍ଙ୍କ ଭୁଲ୍ ଥିଲା ?
ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି । ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ସହ ୫ ଜଣ ଆଖି ବୁଜିଛନ୍ତି । ତେବେ ବିମାନ ଦୁର୍ଘଟଣା କେମିତି ହେଲା ? କୁହୁଡ଼ି କାରଣ ନା ପାଇଲଟ୍ଙ୍କ ଭୁଲ୍ ଥିଲା ? ସବୁ ଦିଗରୁ ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ୩ ଜଣିଆ କମିଟି ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବାରାମତି ବିମାନ ଦୁର୍ଘଟଣାର ତଦନ୍ତ ହେବ । ଜାନୁଆରୀ ୨୮ରେ କେଉଁ ପରିସ୍ଥିତିରେ ଅଜିତ ପାୱାରଙ୍କୁ ନେଇ ଯାଉଥିବା ଘରୋଇ ବିମାନ କ୍ରାସ୍ ହେଲା ତାର କାରଣ ଖୋଜିବ ୩ ଜଣିଆ କମିଟି ।
ଏଥିସହ ପଢ଼ନ୍ତୁ: ଅଜିତ ପାୱାରଙ୍କ ମୃତ୍ୟୁ ଖବର ମାଆ ଜାଣିବେନି ବୋଲି କାଟିଦେଲେ TV କେବୁଲ୍; ମୋବାଇଲ୍ କରିଦେଲେ ଫ୍ଲାଇଟ୍ ମୋଡ୍
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି, "AAIB ଟିମ୍ ସହ DGCAର ୩ ଜଣିଆ ଟିମ୍ ତଦନ୍ତ କରିବ । ଏଥିପାଇଁ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ସାରିଛି । ଏଥିସହ AAIBର ଡିଜି ଘଟଣାସ୍ଥଳକୁ ଯାଇ ଦୁର୍ଘଟଣାଗ୍ରସ୍ତ ବିମାନକୁ ଦେଖିଛନ୍ତି ।"
ବିମାନ ଦୁର୍ଘଟଣାର କାରଣ ଖୋଜା ଚାଲିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍ ବକ୍ସ ଠାବ ହୋଇଛି । ମନ୍ତ୍ରଣାଳୟ କହିଛି, "ସ୍ଵଚ୍ଛ ଓ ସମୟ ସୀମା ମଧ୍ୟରେ ତଦନ୍ତ ସାରିବା ଆମର ସର୍ବୋଚ୍ଚ ପ୍ରାଥମିକତା ଅଟେ ।"
ଉଦ୍ଧାର ବ୍ଲାକ୍ ବକ୍ସକୁ ଆନାଲିସିସ୍ ପାଇଁ ନିଆଯିବ । ଯେଉଁଥିରେ କକପିଟ୍ ଭଏସ୍ ରେକର୍ଡର ଏବଂ ଫ୍ଲାଇଟ୍ ଡାଟା ରେକର୍ଡର ରହିଛି । ତାହାର ବିଶ୍ଳେଷଣ ପରେ ହିଁ ସ୍ପଷ୍ଟ ହୋଇ ପାରିବ ଅଜିତ ପାୱାରଙ୍କୁ ନେଇ ଯାଉଥିବା ବିମାନ କିଭଳି ଦୁର୍ଘଟଣାଗ୍ରସ୍ତ ହେଲା ।
ଏଥିସହ ପଢ଼ନ୍ତୁ: ପରିବହନ ବିଭାଗର ବଡ଼ ଘୋଷଣା; ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବାହାର କଲେ ଛାଡ଼ ହେବ ଜରିମାନା
ତେବେ ବାରାମତିରେ କେମିତି ଖସି ପଡ଼ିଲା ଅଜିତ ପାୱାର ବିମାନ ? ଦୃଶ୍ୟମାନ ଦୂରତା କେତେ ଥିଲା ? ପରିସର ବାହାରକୁ ଯାଇ ନିଷ୍ପତ୍ତି ନେଇଥିଲେ କି ପାଇଲଟ୍ ? ସମସ୍ତ ଦିଗରୁ ତଦନ୍ତ ହେବ । ରନୱେ ଦେଖା ଯାଉନଥିବାରୁ ପ୍ରଥମେ ଅବତରଣ କରିନଥିବା ବିମାନ ଦ୍ଵିତୀୟ ଅବତରଣ ପ୍ରୟାସ ବେଳେ କ୍ରାସ୍ ହୋଇଥିଲା ।
AAIBର ତଦନ୍ତକାରୀ ଟିମ୍ ବୁଧବାର ସନ୍ଧ୍ୟାରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏୟାରପ୍ରେମ ଏବଂ ଇଞ୍ଜିନ୍ ଲଗବୁକ୍ସ ସହ, ମେଣ୍ଟେନାନ୍ସ ରେକର୍ଡ, ଇନସ୍ପେକ୍ସନ୍ ହିଷ୍ଟ୍ରି, ୱାର୍କ ଅର୍ଡର ଏବଂ ଅନବୋର୍ଡ ଡକ୍ୟୁମେଣ୍ଟ ଆଦିକୁ ଏୟାରକ୍ରାଫ୍ଟ ଅପରେଟରଙ୍କୁ ମଗାଯାଇଛି । ଏହି ବିମାନକୁ ଦିଲ୍ଲୀର VSR ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ପରିଚାଳନା କରୁଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories