Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପରିବହନ ବିଭାଗର ବଡ଼ ଘୋଷଣା; ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବାହାର କଲେ ଛାଡ଼ ହେବ ଜରିମାନା

Odisha

PUCC Fine / ପରିବହନ ବିଭାଗର ବଡ଼ ଘୋଷଣା; ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବାହାର କଲେ ଛାଡ଼ ହେବ ଜରିମାନା

Sushanta Sahoo
Browse all articles by Sushanta Sahoo
·3 months ago·2 min read
ପରିବହନ ବିଭାଗର ବଡ଼ ଘୋଷଣା; ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବାହାର କଲେ ଛାଡ଼ ହେବ ଜରିମାନା
PUCC Certificate Brings Penalty Relief for Vehicle Owners

Key Points

PUCC ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ବଡ଼ ଘୋଷଣା କରିଛି ପରିବହନ ବିଭାଗ । ଲୋକେ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବାହାର କଲେ ସରକାର ଜରିମାନା କ୍ଷମା କରିଦେବେ ।
କଟକ: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର । ଆଶ୍ଵସ୍ତି ଦେଲା ପରିବହନ ବିଭାଗ । ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (PUCC) ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ବଡ଼ ଘୋଷଣା କରିଛି ପରିବହନ ବିଭାଗ । ଲୋକେ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବାହାର କଲେ ସରକାର ଜରିମାନା କ୍ଷମା କରିଦେବେ ।

ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଘୋଷଣା ଅନୁସାରେ, ଗାଡ଼ିର ନୂଆ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ବାହାର କଲେ ପୂର୍ବରୁ ଥିବା ପ୍ରଦୂଷଣ ନିୟମ ଉଲ୍ଲଂଘନଜନିତ ସମସ୍ତ ଜରିମାନାକୁ କ୍ଷମା କରି ଦେବେ ରାଜ୍ୟ ସରକାର । ପୂର୍ବରୁ ଯେତେଥର ବି ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ କଟିଥିବା ଚାଲାଣ ଲାଗି ଜରିମାନା ଦେବାକୁ ପଡ଼ିବ ନାହିଁ ।

ଏଥିସହ ପଢ଼ନ୍ତୁ: ସ୍ତ୍ରୀ ଗର୍ଭ ନଷ୍ଟ ହେଲା ବୋଲି ମାଆକୁ ମାରିଦେଲା ଜହ୍ଲାଦ ପୁଅ

ପ୍ରଦୂଷଣ ନିୟମ ଉଲ୍ଲଂଘନ ଜନିତ ସମସ୍ତ ଚାଲାଣକୁ କ୍ଷମା କରି ଦିଆଯାଉଛି ବୋଲି ପରିବହନ ପ୍ରାଧିକରଣ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନିୟମ କୋହଳ କରାଯିବ ବୋଲି ପୂର୍ବରୁ ପରିବହନ ମନ୍ତ୍ରୀ ଘୋଷଣା କରିଥିଲେ ।

ଯାହାକୁ ଆଧାର କରି ଜାନୁଆରୀ ପ୍ରଥମ ସପ୍ତାହରୁ ଏହି ନିୟମ ଲାଗୁ ହୋଇଛି । ତେବେ ପ୍ରଦୂଷଣ ବ୍ୟତୀତ ଯଦି ଗାଡ଼ି ଅନ୍ୟ କିଛି ନିୟମ ଉଲ୍ଲଂଘନ ପାଇଁ ଚାଲାଣ କଟିଥିବ । ସେହି ଜରିମାନା ପ୍ରଥମେ ପୈଠ କରିବା ବାଧ୍ୟତାମୂଳକ ବୋଲି ସର୍ତ୍ତ ରଖାଯାଇଛି ।

ଏଥିସହ ପଢ଼ନ୍ତୁ: ଚତୁର୍ଥୀ ରାତିରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା, ପରିବାରରେ ସମସ୍ତେ ମିଶି...

ଏଭଳି ନିୟମ ଯୋଗୁଁ ଗତ ୧୦ ମଧ୍ୟରେ ରାଜ୍ୟ ସରକାର ୧୦ କୋଟି ଟଙ୍କାର ଜରିମାନାକୁ କ୍ଷମା କରିଛନ୍ତି । ତେବେ ପରିବହନ ମନ୍ତ୍ରୀଙ୍କ ପୂର୍ବ ଘୋଷଣା ମୁତାବକ ଏପ୍ରିଲ୍ ପହିଲାରୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଯାଞ୍ଚକୁ ପରିବହନ ବିଭାଗ ପକ୍ଷରୁ କଡ଼ାକଡ଼ି କରାଯିବ ।

ଏହା ପୂର୍ବରୁ ୨୦୨୫ ଡିସେମ୍ବର ୨୦ରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଯେଉଁଥିରେ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ୍ ଓ ଡିଜେଲ୍ ନ ଦେବାକୁ ନିର୍ଦ୍ଦେଶ ଥିଲା । ଯାହା ପରେ ଲୋକେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ପାଇଁ ରାସ୍ତାରେ ଲମ୍ବା ଲାଇନ୍ ଲଗାଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big Relief for Vehicle Owners: PUCC Fine Waived in Odisha | Argus News | Argus News