Bus Fire / ୪୬ ଲକ୍ଷ ମୂଲ୍ୟର ୨୩୪ଟି ସ୍ମାର୍ଟ ଫୋନ୍ ଯୋଗୁଁ ଆନ୍ଧ୍ର ବସ୍ରେ ବ୍ୟାପି ଯାଇଥିଲା ନିଆଁ
·7 months ago·2 min read

Key Points
ଶୁକ୍ରବାର ସକାଳେ ଜଳି ଯାଇଥିବା ବସ୍ରେ ଥିଲା ୨୩୪ଟି ସ୍ମାର୍ଟଫୋନ୍ । ଯାହାକି ଦୁର୍ଘଟଣା ସମୟରେ ବିସ୍ଫୋରଣ ହେବା ସହ ନିଆଁକୁ ଆହୁରି ବ୍ୟାପକ କରିଥିଲା ।
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍ରେ କାହିଁକି ଘଟିଲା ଏତେ ବଡ଼ ବସ୍ ଦୁର୍ଘଟଣା । ଅଗ୍ନିକାଣ୍ଡର କାରଣ ଖୋଦିବା ବେଳେ ନୂଆ ତଥ୍ୟ ମିଳିଛି । ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଜଳି ଯାଇଥିବା ବସ୍ରେ ଥିଲା ୨୩୪ଟି ସ୍ମାର୍ଟଫୋନ୍ । ଯାହାକି ଦୁର୍ଘଟଣା ସମୟରେ ବିସ୍ଫୋରଣ ହେବା ସହ ନିଆଁକୁ ଆହୁରି ବ୍ୟାପକ କରିଥିଲା ।
ଅଗ୍ନିକାଣ୍ଡ ପରେ ଫରେନସିକ୍ ବିଶେଷଜ୍ଞ କହିଛନ୍ତି, ବସ୍ରେ ଥିବା ୨୩୪ଟି ଫୋନ୍ର ବ୍ୟାଟେରି ଅଗ୍ନିକାଣ୍ଡ ପରେ ନିଆଁକୁ ଆହୁରି ତୀବ୍ର କରିଥିଲା । ସମ୍ପୂର୍ଣ୍ଣ ବସ୍ ଜଳି ଯିବା ସହ ଏଥିରେ ୨୦ ଯାତ୍ରୀ ପ୍ରାଣ ହରାଇଛନ୍ତି ।
ଏଥିସହ ପଢ଼ନ୍ତୁ: ବସ୍ରେ ଯାତ୍ରା ବେଳେ ନିଆଁ ଲାଗିଲେ ସୁରକ୍ଷା ପାଇଁ ଏହି ୧୦ ଦିଗକୁ ଧ୍ୟାନ ଦିଅନ୍ତୁ...
୪୬ ଲକ୍ଷର ସ୍ମାର୍ଟଫୋନ୍
ମିଳିଥିବା ସୂଚନା ଅନୁସାରେ, ୪୬ ଲକ୍ଷ ମୂଲ୍ୟର ୨୩୪ଟି ସ୍ମାର୍ଟଫୋନ୍ ଉକ୍ତ ବସ୍ରେ ପାର୍ସଲ ପଠା ଯାଇଥିଲା । ଯାହାକି ପରବର୍ତ୍ତୀ ସମୟରେ ଗ୍ରାହକଙ୍କୁ ବିତରଣ କରାଯାଇଥାନ୍ତା । ହାଇଦ୍ରାବାଦର ଜଣେ ବ୍ୟବସାୟୀ ୨୩୪ଟି ସ୍ମାର୍ଟଫୋନ୍କୁ ବେଙ୍ଗାଲୁରୁର ଇ-କମର୍ସ କମ୍ପାନୀକୁ ବସ୍ରେ ପଠାଇଥିଲେ ।
ତେଲ ଲିକ୍ରୁ ନିଆଁ
ବସ୍ ଅଗ୍ନିକାଣ୍ଡ ପରେ ସମସ୍ତଙ୍କ ମନରେ ପ୍ରଶ୍ନ କେମିତି ଲାଗିଲା ନିଆଁ ? ଅଗ୍ନିକାଣ୍ଡର କାରଣ ଖୋଜୁଥିବା ଆନ୍ଧ୍ରପ୍ରଦେଶ ଅଗ୍ନିଶମ ସେବା ବିଭାଗର ଡିଜି ପି. ଭେଙ୍କଟରମଣ କହିଛନ୍ତି, "ଆଶଙ୍କା କରୁଛୁ ବସ୍ରେ ତେଲ ଲିକ୍ରୁ ନିଆଁ ଲାଗିଛି । ଦୁର୍ଘଟଣା ପରେ ବସ୍ ମଝିରେ ଏକ ବାଇକ୍ ଫସି ଯାଇଥିଲା, ସେଥିରୁ ପେଟ୍ରୋଲ୍ ବାହାରି ନିଆଁ ଧରିଥିଲା । ଏହାଛଡ଼ା ମୋବାଇଲ୍ ବ୍ୟାଟେରି ଓ ବସ୍ରେ ଲାଗିଥିବା ଏସିର ବ୍ୟାଟେରି ମଧ୍ୟ ବିସ୍ଫୋରଣ ହୋଇ ନିଆଁକୁ ବ୍ୟାପକ କରିଥିଲା ।"
ଏଥିସହ ପଢ଼ନ୍ତୁ: ଅଭିଜିତ୍ଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର, ଏବେ ବି କୋମାରେ ଅଛନ୍ତି ଦାଦା
ଯାତ୍ରୀଙ୍କ ସୁରକ୍ଷା ପାଇଁ ଉପାୟ

- ନିଆଁ ଲାଗିବା ସମୟରେ ଦ୍ରୁତଗତିରେ ନଇଁକରି ପ୍ରସ୍ଥାନ ଦିଗକୁ ଯାଆନ୍ତୁ । ପ୍ରସ୍ଥାନ ବେଳେ ଧୂଆଁକୁ ଏଡ଼ାଇବା ପାଇଁ ମୁଣ୍ଡ ତଳକୁ କରନ୍ତୁ ।
- ନିଆଁ ଲାଗିବା ମାତ୍ରେ ତୁରନ୍ତ ଜରୁରୀକାଳୀନ ପ୍ରସ୍ଥାନ ଦ୍ଵାର ସନ୍ଧାନ କରନ୍ତୁ । ଝରକା, କବାଟ ସହ ବସ୍ରେ ହାତୁଡ଼ିକୁ ଯଥାସମ୍ଭବ ଖୋଜନ୍ତୁ ।
- କବାଟ ବନ୍ଦ ରହିଥିବା ଝରକାକୁ ହାତୁଡ଼ି କିମ୍ବା ଅନ୍ୟ ସାମଗ୍ରୀ ଦ୍ଵାରା ଭାଙ୍ଗି ବାହାରକୁ ବାହାରନ୍ତୁ ।
- ନିଆଁ ଲାଗିବା ମାତ୍ରେ ଆପଣଙ୍କ ବ୍ୟାଗ, ଫୋନ୍ ଏବଂ ଅନ୍ୟ ଲଗେଜ୍ ନେବାକୁ ଅପେକ୍ଷା କରନ୍ତୁ ନାହିଁ । କାରଣ ପ୍ରତିଟି ସେକେଣ୍ଡ ଗୁରୁତ୍ଵପୂର୍ଣ୍ଣ ।
- ନିଆଁ, ଧୂଆଁ ଭିତରେ ନାକ ଓ ପାଟିକୁ ବନ୍ଦ କରନ୍ତୁ । ସାଲ୍, ସାର୍ଟ କିମ୍ବା ଅନ୍ୟ କପଡ଼ା ନାକ ଓ ମୁହଁରେ ଦେଇ ନିଶ୍ଵାସ ନିଅନ୍ତୁ ।
- ପ୍ରସ୍ଥାନ ଦ୍ଵାର ଚିହ୍ନ ଏବଂ ନିର୍ଦ୍ଦେଶାବଳୀ ଅନୁସରଣ କରି ଆଗକୁ ବଢ଼ନ୍ତୁ ।
- ଯଦି ସମ୍ଭବ ନିଜକୁ ବିପଦରେ ନ ପକାଇ ଅନ୍ୟମାନେ ବିଶେଷ କରି ଛୁଆ, ବୟସ୍କ, ଆଘାତ ଯାତ୍ରୀଙ୍କୁ ସହାୟତା କରନ୍ତୁ ।
- ଶାନ୍ତ ରୁହନ୍ତୁ ଓ ଛାନିଆ ହୁଅନ୍ତୁ ନାହିଁ । ନିଆଁ ଲାଗିବା ପରେ ଭୟଭୀତ ହୋଇ ଦୌଡ଼ିବା ବଞ୍ଚିବାର ସୁଯୋଗ କମାଇ ପାରେ ।
- ନିଆଁ ଲାଗିବା ପରେ ଭିଡ଼ ବଦଳରେ କମ ଲୋକ ଥିବା ପ୍ରସ୍ଥାନକୁ ଯାଆନ୍ତୁ ।
- ଜରୁରୀକାଳୀନ ବ୍ୟବସ୍ଥା, ଫୋନ୍ କିମ୍ବା ହ୍ଵିସିଲର ବ୍ୟବହାର କରି ଉଦ୍ଧାରକାରୀ ଦଳକୁ ସୂଚିତ କରନ୍ତୁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories