Anil Ambani / ଆଇନ୍ ଜାଲରେ ମୁକେଶ ଅମ୍ବାନୀଙ୍କ ଭାଇ, ଗିରଫ ହେଲେ CFO !

Key Points
ଅଶୋକ କୁମାର ପାଲଙ୍କୁ ₹୬୮.୨ କୋଟି ଟଙ୍କାର ଏକ ଫେକ୍ ବ୍ୟାଙ୍କ ଗ୍ୟାରେଣ୍ଟି ମାମଲାରେ ଗିରଫ କରାଯାଇଛି।
ଖବର ଅନୁସାରେ, ପଚରାଉଚରା ପରେ ଗୁରୁବାର ରାତିରେ ଅଶୋକଙ୍କୁ ତାଙ୍କ ଦିଲ୍ଲୀ ଅଫିସରୁ ଗିରଫ କରାଯାଇଛି ।
ପୁଣି ଫସିଲେ ଅନୀଲ ଅମ୍ବାନୀ । ଏବେ ତାଙ୍କ ରିଲାଏନ୍ସ ସଂସ୍ଥାର CFOଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ୍ ଅଫ୍ କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀ (CFO) ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶୋକ କୁମାର ପାଲଙ୍କୁ ଗିରଫ କରିଛି। ଫେକ୍ ବ୍ୟାଙ୍କ ଗ୍ୟାରେଣ୍ଟି ମାମଲାରେ ମନି ଲଣ୍ଡରିଂ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
ଅଶୋକ ପାଲଙ୍କ ଗିରଫଦାରୀ ଅନିଲ ଅମ୍ବାନୀଙ୍କ ବ୍ୟବସାୟ ସାମ୍ରାଜ୍ୟ ପାଇଁ ଆଉ ଏକ ଝଟକା କହିଲେ ଭୁଲ ହେବନି। କାରଣ ଅନୀଲ ଅମ୍ବାନୀଙ୍କ କମ୍ପାନୀ ଏହା ପୂର୍ବରୁ ମଧ୍ୟ ଅନେକ ଆର୍ଥିକ ଏବଂ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି।
ଏହାସହ ପଢ଼ନ୍ତୁ:- ଆଇନ୍ ଜାଲରେ ମୁକେଶ ଅମ୍ବାନୀଙ୍କ ଭାଇ, ଗିରଫ ହେଲେ CFO !
ଅଶୋକ କୁମାର ପାଲଙ୍କୁ ₹୬୮.୨ କୋଟି ଟଙ୍କାର ଏକ ଫେକ୍ ବ୍ୟାଙ୍କ ଗ୍ୟାରେଣ୍ଟି ମାମଲାରେ ଗିରଫ କରାଯାଇଛି। ଖବର ଅନୁସାରେ, ପଚରାଉଚରା ପରେ ଗୁରୁବାର ରାତିରେ ଅଶୋକଙ୍କୁ ତାଙ୍କ ଦିଲ୍ଲୀ ଅଫିସରୁ ଗିରଫ କରାଯାଇଛି ।
ଏହି ସମ୍ପୂର୍ଣ୍ଣ ମାମଲାଟି ଫେକ୍ ବ୍ୟାଙ୍କ ଗ୍ୟାରେଣ୍ଟି ତିଆରି କରିବା ଏବଂ ବ୍ୟବହାର ସହିତ ଜଡ଼ିତ। ଓଡିଶାର ଏକ କମ୍ପାନୀ, ବିଶ୍ୱାଲ ଟ୍ରେଡଲିଙ୍କ ପ୍ରାଇଭେଟ୍ ଲିମିଟେଡ୍, ୮ ପ୍ରତିଶତ କମିଶନ ପାଇଁ ଫେକ୍ ବ୍ୟାଙ୍କ ଗ୍ୟାରେଣ୍ଟି ପ୍ରସ୍ତୁତ କରୁଥିଲା। ଏହି କମ୍ପାନୀ କେବଳ କାଗଜପତ୍ରରେ ଅଛି କିନ୍ତୁ ଏହାର କୌଣସି ପ୍ରକୃତ ବ୍ୟବସାୟ ନାହିଁ।
ଏହି ଠକେଇରେ ସେମାନେ ଖୁବ୍ ଚତୁରତାର ସହ ଠକିବାକୁ ଚେଷ୍ଟା କରିଥିଲେ । ସେମାନେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ନାଁରେ ଏକ ନକଲି ଇମେଲ୍ ଆଇଡି ଖୋଲିଥିଲେ । ଅସଲି SBI ଇମେଲ୍ ଠିକଣା ହେଉଛି 'sbi.co.in', କିନ୍ତୁ ସେମାନେ ଏହାକୁ ଟିକେ ପରିବର୍ତ୍ତନ କରି 's-bi.co.in' ନାଁରେ ମେଲ ଆଇଡି ଖୋଲିଥିଲେ । ଏହାକୁ ଦେଖିଲେ ଯିଏ କେହି ବି ଭାବିବ ଏହା SBIର ଅସଲି ଇମେଲ ଆଇଡି ।
ରିଲାଏନ୍ସ କମ୍ପାନୀ ପକ୍ଷରୁ ସୋଲାର ଏନର୍ଜି କର୍ପୋରେସନ୍ ଅଫ୍ ଇଣ୍ଡିଆ (SECI)କୁ ୬୮.୨ କୋଟି ଟଙ୍କାର ଫେକ୍ ଗ୍ୟାରେଣ୍ଟି ଦିଆଯାଇଥିଲା। ଏହି ଘଟଣାରେ ଇଡିର ଦିଲ୍ଲୀ କାର୍ଯ୍ୟାଳୟରେ ପଚରାଉଚରା ପରେ ଅଶୋକ ପାଲଙ୍କୁ ଗିରଫ କରାଯାଇଛି । ଇଡି ଜାଣିବାକୁ ଚାହୁଁଛି ଯେ, ଏମିତି ଫେକ୍ ଗ୍ୟାରେଣ୍ଟି ବିଷୟରେ ଅଶୋକ ଜାଣିଥିଲେ ନା ଏହାକୁ ପଠାଇବାରେ ତାଙ୍କର କୌଣସି ଭୂମିକା ଥିଲା ।
ଗୋଟିଏ ପଟେ ଅନୀଲ ଅମ୍ବାନୀ ଓ ତାଙ୍କ ସଂସ୍ଥା ବିଭିନ୍ନ ସମୟର ଆଇନ୍ ଜାଲରେ ଛନ୍ଦି ହୋଇ ଛଟପଟ ହେଉଥିବା ବେଳେ ଅନ୍ୟପଟେ ତାଙ୍କ ଭାଇ ମୁକେଶ ଅମ୍ବାନୀ ଲଗାତର ପାହାଚ ଚଢ଼ି ଚାଲିଛନ୍ତି । ସାରା ବିଶ୍ୱରେ ତାଙ୍କ ବ୍ୟବସାୟ ବୃଦ୍ଧି କରିବାରେ ସେ ସଫଳତାର ପାହାଚ ଚଢ଼ି ଚାଲିଛନ୍ତି ।
📱 Get Argus News App
✨Related Topics
Explore more stories