Anmol Bishnoi / ଆମେରିକାରୁ ଭାରତ ଆସୁଛନ୍ତି ଲରେନ୍ସ ବିଷ୍ଣୋଇର ଭାଇ, କାଲି ୧୦ ପହଞ୍ଚିବେ ଦିଲ୍ଲୀରେ
·7 months ago·2 min read

Key Points
ଭାରତ ଆସିବେ ଲରେନ୍ସ ବିଷ୍ଣୋଇଙ୍କ ଭାଇ । ଆମେରିକାରୁ ବାହାରିବା କାଲି ପରେ ସକାଳ ୧୦ ଦିଲ୍ଲୀରେ ପହଞ୍ଚିବେ ।
ପୂର୍ବତନ ମନ୍ତ୍ରୀ ଏବଂ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇକୁ ୧୯ ନଭେମ୍ବର ୨୦୨୫, ବୁଧବାର ଭାରତ ପ୍ରତ୍ୟର୍ପଣ କରାଯିବ । ବରିଷ୍ଠ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଆମେରିକା କର୍ତ୍ତୃପକ୍ଷ ତାଙ୍କୁ ଛାଡ଼ିବା ପରେ ସକାଳ ୧୦ଟାରେ ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦରରେ ପହଞ୍ଚିବେ ।
ଦିଲ୍ଲୀ ବିମାନବନ୍ଦରରେ ପୋଲିସ ଦଳ ମୁତୟନ କରାଯିବ
ଅଧିକାରୀଙ୍କ ଅନୁଯାୟୀ ସୁରକ୍ଷା, କାଗଜପତ୍ର ଏବଂ ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ସୁନିଶ୍ଚିତ କରିବା ପାଇଁ ବିମାନବନ୍ଦରରେ ଦିଲ୍ଲୀ ପୋଲିସର ଅନେକ ଟିମ୍ ମୁତୟନ କରାଯିବ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "କେଉଁ ତଦନ୍ତକାରୀ ଏଜେନ୍ସି ତାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରିବ ଏବଂ ତାଙ୍କୁ ହେପାଜତକୁ ନେବ ସେନେଇ ଦିଲ୍ଲୀ ପୋଲିସ୍ ମୁଖ୍ୟାଳୟରେ ଆଲୋଚନା ଚାଲିଛି । ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ହିଁ ନିଷ୍ପତ୍ତି ନିଆଯିବ।"
ବାବା ସିଦ୍ଦିକୀଙ୍କ ହତ୍ୟାର ମାଷ୍ଟରମାଇଣ୍ଡ
୧୨ ଅକ୍ଟୋବର, ୨୦୨୪ରେ ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ଅନମୋଲ ବିଷ୍ଣୋଇ । ତଦନ୍ତ ସମୟରେ, ପୋଲିସ ଗିରଫ ହୋଇଥିବା ଅଭିଯୁକ୍ତଙ୍କଠାରୁ ଅନମୋଲଙ୍କ ସ୍ୱର ସହିତ ମେଳ ଖାଉଥିବା ଭଏସ୍ କ୍ଲିପ୍ ଜବତ କରିଥିଲା । ଯେଉଁଥିରେ ସେ ଆକ୍ରମଣକାରୀଙ୍କୁ ନିର୍ଦ୍ଦେଶ ଦେବା ଏବଂ ଉସୁକାଉଥିବା ଶୁଣାଯାଇଥିଲା । ତଦନ୍ତରୁ ଜଣାପଡିଛି ଯେ ଅନମୋଲ ବହୁ ବର୍ଷ ପୂର୍ବରୁ ଏକ ନକଲି ପାସପୋର୍ଟ ବ୍ୟବହାର କରି ଭାରତରୁ ପଳାଇ ଆସିଥିଲେ ।
ଅନମୋଲ ବିଷ୍ନୋଇଙ୍କୁ ଗତ ବର୍ଷ କାଲିଫର୍ଣ୍ଣିଆରେ ଅଟକ ରଖାଯାଇଥିଲା । କିନ୍ତୁ ପ୍ରକ୍ରିୟାଗତ ତ୍ରୁଟି ଯୋଗୁଁ ତାଙ୍କୁ ମୁକ୍ତ କରାଯାଇଥିଲା । ତାଙ୍କ ପାଖରେ ଏକ ରୁଷିଆନ୍ ପାସପୋର୍ଟ ମଧ୍ୟ ଥିଲା, ଯାହା ନକଲି ବୋଲି ସନ୍ଦେହ କରାଯାଉଛି। ସେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ଏକ ଆନ୍ତର୍ଜାତୀୟ ଷଡ଼ଯନ୍ତ୍ର ସହିତ ଜଡିତ ବୋଲି ମଧ୍ୟ ବିଶ୍ୱାସ କରାଯାଉଛି ।
ତାଙ୍କ ଗିରଫଦାରୀ ପାଇଁ NIA ୧୦ ଲକ୍ଷ ପୁରସ୍କାର ଘୋଷଣା କରିଥିଲା। NIA ତାଙ୍କ ବିରୁଦ୍ଧରେ ଗ୍ୟାଙ୍ଗର ଆନ୍ତର୍ଜାତୀୟ କାର୍ଯ୍ୟକଳାପ ସହିତ ଜଡିତ ଦୁଇଟି ମାମଲାରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଛି ।

ଅଧିକ ପଢ଼ନ୍ତୁ: ୩୪ ଘଣ୍ଟା ଘେରାବନ୍ଦୀ, ୪ ଘଣ୍ଟା ଗୁଳିଚାଳନା...ଜାଣନ୍ତୁ କେମିତି ଦୁର୍ଦ୍ଦାନ୍ତ ମାଓବାଦୀ ହିଡମାକୁ କରାଗଲା ଏନକାଉଣ୍ଟର
ତଦନ୍ତକାରୀ ଟିମ୍ଙ୍କ ଅନୁଯାୟୀ, ଅନମୋଲ ବିଷ୍ଣୋଇଙ୍କ ବିରୁଦ୍ଧରେ ସାରା ଦେଶରେ ୩୨ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି । ଯେଉଁଥିରେ ରାଜସ୍ଥାନରେ କେବଳ ୨୦ଟି ମାମଲା ରହିଛି । ଏହି ମାମଲାଗୁଡ଼ିକ ଦାଦାବଟି ଆଦାୟ, ଅପହରଣ, ହତ୍ୟା ଉଦ୍ୟମ ଏବଂ ଟାର୍ଗେଟ କିଲିଂ ଭଳି ଗମ୍ଭୀର ଅପରାଧ ସହିତ ଜଡିତ । ତେବେ କେଉଁ ଏଜେନ୍ସି ତାଙ୍କୁ ପ୍ରଥମେ ଗିରଫ କରି ହେପାଜତକୁ ନେବ ତାହା ନିଷ୍ପତ୍ତି କେନ୍ଦ୍ର ସରକାର ନେବେ ବୋଲି ଅଧିକାରୀଜଣକ କହିଛନ୍ତି ।ବାବା ସିଦ୍ଦିକୀଙ୍କ ହତ୍ୟାର ମାଷ୍ଟରମାଇଣ୍ଡ
୧୨ ଅକ୍ଟୋବର, ୨୦୨୪ରେ ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ଅନମୋଲ ବିଷ୍ଣୋଇ । ତଦନ୍ତ ସମୟରେ, ପୋଲିସ ଗିରଫ ହୋଇଥିବା ଅଭିଯୁକ୍ତଙ୍କଠାରୁ ଅନମୋଲଙ୍କ ସ୍ୱର ସହିତ ମେଳ ଖାଉଥିବା ଭଏସ୍ କ୍ଲିପ୍ ଜବତ କରିଥିଲା । ଯେଉଁଥିରେ ସେ ଆକ୍ରମଣକାରୀଙ୍କୁ ନିର୍ଦ୍ଦେଶ ଦେବା ଏବଂ ଉସୁକାଉଥିବା ଶୁଣାଯାଇଥିଲା । ତଦନ୍ତରୁ ଜଣାପଡିଛି ଯେ ଅନମୋଲ ବହୁ ବର୍ଷ ପୂର୍ବରୁ ଏକ ନକଲି ପାସପୋର୍ଟ ବ୍ୟବହାର କରି ଭାରତରୁ ପଳାଇ ଆସିଥିଲେ ।
ଅନମୋଲ ବିଷ୍ନୋଇଙ୍କୁ ଗତ ବର୍ଷ କାଲିଫର୍ଣ୍ଣିଆରେ ଅଟକ ରଖାଯାଇଥିଲା । କିନ୍ତୁ ପ୍ରକ୍ରିୟାଗତ ତ୍ରୁଟି ଯୋଗୁଁ ତାଙ୍କୁ ମୁକ୍ତ କରାଯାଇଥିଲା । ତାଙ୍କ ପାଖରେ ଏକ ରୁଷିଆନ୍ ପାସପୋର୍ଟ ମଧ୍ୟ ଥିଲା, ଯାହା ନକଲି ବୋଲି ସନ୍ଦେହ କରାଯାଉଛି। ସେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ଏକ ଆନ୍ତର୍ଜାତୀୟ ଷଡ଼ଯନ୍ତ୍ର ସହିତ ଜଡିତ ବୋଲି ମଧ୍ୟ ବିଶ୍ୱାସ କରାଯାଉଛି ।
ତାଙ୍କ ଗିରଫଦାରୀ ପାଇଁ NIA ୧୦ ଲକ୍ଷ ପୁରସ୍କାର ଘୋଷଣା କରିଥିଲା। NIA ତାଙ୍କ ବିରୁଦ୍ଧରେ ଗ୍ୟାଙ୍ଗର ଆନ୍ତର୍ଜାତୀୟ କାର୍ଯ୍ୟକଳାପ ସହିତ ଜଡିତ ଦୁଇଟି ମାମଲାରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories