Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Anmol Bishnoi / ଅନମୋଲ ବିରୋଧରେ କ’ଣ ରହିଛି ଅଭିଯୋଗ ?

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଅନମୋଲ ବିରୋଧରେ କ’ଣ ରହିଛି ଅଭିଯୋଗ ?

Key Points

ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା
ବାବା ସିଦ୍ଦିକି ହତ୍ୟା ମାମଲାରେ ଲରେନ୍ସ ଭାଇ ଅନମୋଲକୁ ଅଣାଯାଉଛି ଭାରତ
ଆଜି ଭାରତ ଫେରିବ ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇ। ଆମେରିକାରୁ ଆସି ଦିଲ୍ଲୀରେ ପହଞ୍ଚିବ ଅନମୋଲ। ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ବଡ଼ ସଫଳତା । ଗୁଜୁରାଟ ଜେଲରେ ବନ୍ଦୀ ଥିବା ଅନ୍ତର୍ଜାତୀୟ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇଙ୍କୁ ଆମେରିକାରୁ ଡିପୋର୍ଟ କରି ଭାରତ ଅଣାଯାଉଛି। ଅନମୋଲ ବିଷ୍ଣୋଇଙ୍କ ଅପରାଧିକ ନେଟୱାର୍କ ପର୍ତ୍ତୁଗାଲ, ଇଟାଲୀ, ଆମେରିକା, ବୁଲଗେରିଆ, ତୁର୍କୀ ଏବଂ ଦୁବାଇ ସମେତ ଅନେକ ଦେଶରେ ବ୍ୟାପିଛି। ତାଙ୍କ ସିଣ୍ଡିକେଟ୍‌ର ସଦସ୍ୟମାନେ ହ୍ୱାଟ୍ସଆପ୍ ଏବଂ ସିଗନାଲ ପାଇଁ ଅନ୍ତର୍ଜାତୀୟ ମୋବାଇଲ୍ ନମ୍ବର ପ୍ରଦାନ କରିବା, VPN ଆକାଉଣ୍ଟ ଯୋଗାଇବା, ପଳାତକଙ୍କ ପାଇଁ ସୁରକ୍ଷିତ ଘର ବ୍ୟବସ୍ଥା କରିବା, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ସଂଗ୍ରହ କରିବା ଭଳି ବିଶେଷ ଭୂମିକାରେ କାର୍ଯ୍ୟ କରେ ।

ଏଥିସହ ପଢ଼ନ୍ତୁ: ଆମେରିକାରୁ ଭାରତ ଆସୁଛନ୍ତି ଲରେନ୍ସ ବିଷ୍ଣୋଇର ଭାଇ, କାଲି ୧୦ ପହଞ୍ଚିବେ ଦିଲ୍ଲୀରେ

ଏହି ନେଟୱାର୍କ ଡ୍ରଗ୍ସ ଯୋଗାଣ, ନୂତନ ସାର୍ପସୁଟରମାନଙ୍କୁ ଚିହ୍ନଟ, ତାଲିମ ଦେବା, ଅପରାଧିକ ଆୟକୁ ଧଳା କରିବା, ନକଲି ପରିଚୟ ପତ୍ର ପ୍ରସ୍ତୁତ କରିବା ଏବଂ ସ୍ଥାନୀୟ ନାବାଳକମାନଙ୍କୁ ଅପରାଧିକ କାର୍ଯ୍ୟକଳାପରେ ନିଯୁକ୍ତି ଦେବାରେ ମଧ୍ୟ ଜଡିତ। ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇ ଭାରତ ଫେରୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପୋଲିସ କର୍ମଚାରୀମାନେ ଏକ କୁକୁର ସ୍କ୍ୱାଡ୍ ସହିତ ଆଇଜିଆଇ ବିମାନବନ୍ଦରର ଟର୍ମିନାଲ 3 ରେ ଯାନବାହାନ ଏବଂ ପରିସରର କଡ଼ା ଯାଞ୍ଚ କରିଥିଲେ। ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ୱାଣ୍ଟେଡ୍ ବିଷ୍ଣୋଇଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ କରାଯାଉଛି ଏବଂ ଆଜି ତାଙ୍କୁ ଭାରତ ଅଣାଯିବ ବୋଲି ଆଶା କରାଯାଉଛି। 

ଅନମୋଲକୁ ଭାରତ ଆଣିବା କାହିଁକି ଗୁରୁତ୍ୱପୂର୍ଣ୍ଣ?


କିଛି ବର୍ଷ ପୂର୍ବରୁ, ବିଦେଶରେ ତାଙ୍କୁ ପଞ୍ଜାବୀ ଗାୟକ କରଣ ଔଜଲାଙ୍କ ସହିତ ଏକ ରାତ୍ରି ପାର୍ଟିରେ ଦେଖିବାକୁ ମିଳିଥିଲା। ଯାହା ଖୁବ୍ ଚର୍ଚ୍ଚା ହୋଇଥିଲା। ତାଙ୍କୁ ୨୦୨୪ ରେ ଆମେରିକାରେ ଅଟକ ରଖାଯାଇଥିଲା ଏବଂ ସେବେଠାରୁ ସେଠାକାର ଏଜେନ୍ସି ହେପାଜତରେ ଅଛି। ଅନମୋଲଙ୍କ ଭାରତ ଫେରିବା ଗୁରୁତ୍ୱପୂର୍ଣ୍ଣ କାରଣ ସେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇଙ୍କ ଭାଇ। ଯିଏ ବର୍ତ୍ତମାନ ଗୁଜୁରାଟର ଅହମ୍ମଦାବାଦରେ ବନ୍ଦୀ ଅଛନ୍ତି। ଅନମୋଲ ଲରେନ୍ସ ଗ୍ୟାଙ୍ଗର ଅନେକ କାର୍ଯ୍ୟକଳାପର ଦାୟିତ୍ବ ନେବା ସହ ସବୁ କିଛି ନିଜେ ସମ୍ଭାଳୁଥିଲା। ଏହାସହ ଅନମୋଲ ବିରୋଧରେ ବିଭିନ୍ନ ଅଭିଯୋଗ ଅଛି।

ସଲମାନ ଖାନଙ୍କ ଘରେ ଗୁଳିକାଣ୍ଡ ଘଟଣାରେ ଅଭିଯୋଗ, ପୂର୍ବତନ ଏନସିପି ବିଧାୟକ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା, ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଅଭିଯୋଗ। ନିଜ ନାଁ ବଦଳାଇ ରହୁଥିଲା ଅନମୋଲ। ବିଷ୍ଣୋଇଆମେରିକା ଯାତ୍ରା କରିବା ପାଇଁ ଜାଲ କାଗଜପତ୍ର କରିଥିଲେ। ଆମେରିକା ଇମିଗ୍ରେସନ ବିଭାଗ ତୁରନ୍ତ FBI (ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍) କୁ ଜଣାଇଲା, ଯାହା ଭାରତୀୟ ଏଜେନ୍ସିଗୁଡ଼ିକ ସହିତ ମିଶି ଅନମୋଲ ବିଷ୍ଣୋଇଙ୍କ ଗିରଫଦାରୀ ବିଷୟରେ ସୂଚନା ଦେଇଥିଲା।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored