Bihar Meat Sale Ban / ଆଉ ଖୋଲାରେ ବିକ୍ରି କରିପାରିବେନି ମାଂସ, ସରକାର ଆଣିଲେ ନୂଆ ନିୟମ
·4 months ago·2 min read

Key Points
ମାଂସ ଦୋକାନ ପାଇଁ ନୂଆ ଗାଇଡ୍ଲାଇନ୍
ସ୍କୁଲ ଓ ମନ୍ଦିର ନିକଟରେ ନିଷେଧ
ନିୟମ ନମାନିଲେ ୫ ହଜାର ଫାଇନ୍
ସ୍କୁଲ ଓ ମନ୍ଦିର ନିକଟରେ ନିଷେଧ
ନିୟମ ନମାନିଲେ ୫ ହଜାର ଫାଇନ୍
ଆଉ ଖୋଲାରେ ବିକ୍ରି କରିପାରିବେନି ମାଂସ । ଏନେଇ ନୂଆ ନିୟମ ଆଣିଛନ୍ତି ବିହାର ସରକାର । ଯଦି କେହି ଏହି ନିୟମ ନ ମାନନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିହାରରେ ଖୋଲାରେ ମାଂସ ବିକ୍ରି କରିବା ବିରୁଦ୍ଧରେ ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନଗର ଉନ୍ନୟନ ଏବଂ ଗୃହ ବିଭାଗ ମାଂସ ବିକ୍ରୟ ସମ୍ପର୍କରେ କଠୋର ନିୟମ ଜାରି କରିଛି । ଏହି ନିୟମ ଅନୁଯାୟୀ, ସମସ୍ତ ବିକ୍ରେତାଙ୍କ ପାଇଁ ଲାଇସେନ୍ସ ନେବା ବାଧ୍ୟତାମୂଳକ ହେବ । ଏହା ସହିତ ଖୋଲାରେ ମାଂସ ବିକ୍ରୟ କରିବା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଆଉ ଯଦି କେହି ଏହି ନିୟମର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ । ନଗର ଉନ୍ନୟନ ଏବଂ ଗୃହ ବିଭାଗ ମନ୍ତ୍ରୀ ବିଜୟ କୁମାର ସିହ୍ନା ଗତ ସୋମବାର ଏହି କାର୍ଯ୍ୟାନୁଷ୍ଠାନ ନେଇ କୋଠର ଚେତାବନୀ ଜାରି କରିଛନ୍ତି ।
ମନ୍ତ୍ରୀ ବିଜୟ କୁମାର ସିହ୍ନା କହିଛନ୍ତି, 'ଖୋଲାରେ ମାଂସ ଆଉ ବିକ୍ରି ହେବ ନାହିଁ । କେବଳ ଲାଇସେନ୍ସଧାରୀମାନେ ମାଂସ ବିକ୍ରି କରିପାରିବେ । ମାଂସ ବିକ୍ରେତାମାନେ ସମସ୍ତ ନିୟମ ପାଳନ କରିବାକୁ ପଡ଼ିବ । ଏହି ନିଷ୍ପତ୍ତି ଜନସ୍ୱାସ୍ଥ୍ୟ ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ନିଆଯାଇଛି ।"
ଆଇନ ପାଳନ କରାଯାଉନାହିଁ
ରିପୋର୍ଟ ଅନୁଯାୟୀ, ସରକାର ଏବଂ ବିଭାଗ ଖୋଲାରେ ମାଂସ ବିକ୍ରି ସମ୍ପର୍କରେ ପୂର୍ବରୁ କଠୋର ନିୟମ ଲାଗୁ କରିଛନ୍ତି । କିନ୍ତୁ ଏହାକୁ କଠୋର ଭାବରେ ପାଳନ କରାଯାଉନାହିଁ । ରାସ୍ତା କଡ଼ରେ ଏବଂ ବଜାରରେ ଖୋଲାରେ ମାଂସ ବିକ୍ରି ହେଉଛି । ଅନ୍ୟପକ୍ଷରେ ମଟନ୍, ମାଛ ଏବଂ କୁକୁଡ଼ା ବିକ୍ରି କରୁଥିବା ଲୋକମାନଙ୍କ ପାଖରେ ଲାଇସେନ୍ସ ନାହିଁ । ପୌର ନିଗମ କିମ୍ବା ପୌର ପରିଷଦ ଅଞ୍ଚଳର ମୁଖ୍ୟ ବଜାରରେ କେବଳ କିଛି ଦୋକାନୀଙ୍କ ପାଖରେ ଲାଇସେନ୍ସ ଅଛି । ତଥାପି, ସରକାର ଏବେ ଆକ୍ସନ ମୋଡରେ ଥିବା ପରି ମନେ ହେଉଛି ଏବଂ ଯେଉଁମାନଙ୍କର ଲାଇସେନ୍ସ ନାହିଁ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସୂଚନା ଅନୁସାରେ, ନୂତନ ନିୟମ ଅନୁଯାୟୀ, କେବଳ ଲାଇସେନ୍ସପ୍ରାପ୍ତ ଦୋକାନୀମାନେ ମାଂସ ବିକ୍ରି କରିପାରିବେ। ଏହା ବ୍ୟତୀତ, ସେମାନେ ସେମାନଙ୍କର ଦୋକାନଗୁଡ଼ିକୁ କାଚ କିମ୍ବା ପରଦା ଦ୍ୱାରା ଘୋଡାଇ ରଖିବାକୁ ପଡିବ। ନୂତନ ନିୟମଗୁଡ଼ିକ ରାସ୍ତା କଡ଼ରେ କିମ୍ବା ଖୋଲା ସ୍ଥାନରେ ଟାଙ୍ଗି ମାଂସ ବିକ୍ରୟକୁ ମଧ୍ୟ ନିଷେଧ କରିଛି। ମାଂସ ବାହାରୁ ଦେଖାଯିବାରୁ ରୋକିବା ପାଇଁ ଦୋକାନଗୁଡ଼ିକରେ କଳା କାଚ ଲଗାଇବାକୁ ମଧ୍ୟ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ନୂତନ ନିୟମ ଅନୁଯାୟୀ, ସ୍କୁଲ କିମ୍ବା ଧାର୍ମିକ ସ୍ଥଳ ନିକଟରେ ଦୋକାନ ଖୋଲିପାରିବ ନାହିଁ। ଏହି ନିୟମ ଉଲ୍ଲଂଘନ କଲେ ସେମାନଙ୍କ ଦୋକାନ ବନ୍ଦ କରାଯିବ । ଏହା ସହ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଲାଗୁ ହୋଇପାରେ ।
ଏଥିସହ ପଢ଼ନ୍ତୁ: ଅନଲାଇନରେ ରୋଜ୍ ଡେ' ଭିଡିଓ ପୋଷ୍ଟ କରି ଅଡୁଆରେ ଦମ୍ପତି; ଏବେ ଯିବେ ଜେଲ୍ !

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories