Bihar Politics / ବିହାରରେ ଶେଷ ହେଲା ଭୋଟିଂ: ୨ୟ ପର୍ଯ୍ୟାୟରେ 68.79 ପ୍ରତିଶତ ମତଦାନ
·8 months ago·2 min read

Key Points
ବିହାରରେ ଭାଙ୍ଗିଲା ୨୭ ବର୍ଷର ରେକର୍ଡ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସହ ବିହାରରେ ୨୭ ବର୍ଷର ରେକର୍ଡ ଭାଙ୍ଗିଛି। ଆଜିର ମତଦାନ ସହ ବିହାରରେ ଶେଷ ହୋଇଛି ବିଧାନସଭା ନିର୍ବାଚନରେ ଭୋଟିଂ ପ୍ରକ୍ରିୟା।
ବିହାରରେ ଭାଙ୍ଗିଲା ୨୭ ବର୍ଷର ରେକର୍ଡ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସହ ବିହାରରେ ୨୭ ବର୍ଷର ରେକର୍ଡ ଭାଙ୍ଗିଛି। ଆଜିର ମତଦାନ ସହ ବିହାରରେ ଶେଷ ହୋଇଛି ବିଧାନସଭା ନିର୍ବାଚନରେ ଭୋଟିଂ ପ୍ରକ୍ରିୟା। ଏବେ ଅପେକ୍ଷା ଫଳାଫଳକୁ। ଆସନ୍ତା ୧୪ରେ ଭୋଟ୍ ଗଣତି ହେବାକୁ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ହାର କିନ୍ତୁ ସଭିଙ୍କୁ ଚମକାଇ ଦେଇଛି। ୨ୟ ପର୍ଯ୍ୟାୟରେ ୬୮.୭୯ ପ୍ରତିଶତ ମତଦାନ ହୋଇଛି। ଯାହା ଗଲା ୨୭ ବର୍ଷରେ କେବେ ବି ହୋଇନି। ପ୍ରଥମ ପର୍ଯ୍ୟାୟ ଭୋଟିଂରେ ବି ମତଦାନ ହାର ସଭିଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ଏହାସହ ପଢ଼ନ୍ତୁ: Bihar Exit Poll: ବିହାରରେ ପୁଣି ଥରେ କମାଲ କରିବେ ମୋଦୀ-ନୀତୀଶ ସରକାର
ପ୍ରଥମ ପର୍ଯ୍ୟାୟରେ 65 ପ୍ରତିଶତରୁ ବି ଅଧିକ ମତଦାନ ହୋଇଥିଲା। ତେବେ ଏହି ମତଦାନ ହାର ବିହାରବାସୀଙ୍କ ଉତ୍ସାହକୁ ଦର୍ଶାଉଛି। ଯାହାକୁ NDA ବିକଶିତ ବିହାର ଉପରେ ବିହାରବାସୀଙ୍କ ମୋହର ବୋଲି କହୁଛି। ସେପଟେ ବିରୋଧୀ କିନ୍ତୁ ଏହାକୁ ପରିବର୍ତ୍ତନ ସହ ଯୋଡୁଛନ୍ତି। ନିର୍ବାଚନ କମିଶନଙ୍କ ମତ ଅନୁସାରେ2ୟ ପର୍ଯ୍ୟାୟରେ ଭୋଟ୍ ଦେଇଛନ୍ତି ମୋଟ୍ ୩କୋଟି ୭୦ ଲକ୍ଷରୁ ଅଧିକ ଭୋଟର୍।
ବିହାର ମୁଖ୍ୟ ନିର୍ବାଚନ ପଦାଧିକାରୀ ବିନୋଦ ସିଂହ ଗୁଞ୍ଜିୟାଲ ମଙ୍ଗଳବାର ସନ୍ଧ୍ୟାରେ ପାଟନାରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ କହିଥିଲେ ଦ୍ବିତୀୟ ପର୍ଯ୍ୟାୟରେ ୪୫,୩୯୯ ବୁଥ ଚିହ୍ନଟ କରାଯାଇଥିଲା। ଆଉ ମତଦାତାଙ୍କ ସଂଖ୍ୟା ଥିଲା ୩.୭ କୋଟି। ଏମାନଙ୍କ ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ହେଲା ୧.୯୫ କୋଟି ଏବଂ ମହିଳା ମତଦାତାଙ୍କ ସଂଖ୍ୟା ହେଉଛି ୧.୭୪ କୋଟି। ତେବେ ଏପର୍ଯ୍ୟନ୍ତ କଟିହାରରେ ସର୍ବାଧିକ ୭୮.୬୩% ମତଦାନ କରାଯାଇଛି। କିଶନଗଞ୍ଜରେ ୭୮.୦୬%, ଏବଂ ପୂର୍ଣ୍ଣିମାରେ ୭୬.୦୪% ମତଦାନ କରାଯାଇଛି।
ଗୁଞ୍ଜିୟାଲ ଆଉ ମଧ୍ୟ ସୁଚନା ଦେଇଛନ୍ତି ଯେ, ଗତ ବିଧାନସଭା ନିର୍ବାଚନ ଠାରୁ ଚଳିତବର୍ଷ ୯.୬% ଅଧିକ ମତଦାନ ହୋଇଛି। ଆହୁରି ଅଧିକ ହେବ ବୋଲି ଆଶା କରାଯାଉଥିଲା।
ଏହାସହ ପଢ଼ନ୍ତୁ: ବିହାରରେ ଶେଷ ପର୍ଯ୍ୟାୟ ମତଦାନ; ୧୩୦୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା
ବିହାରର ନିର୍ବାଚନ ଭୋଟିଙ୍ଗ ସବୁ ରେକର୍ଡ ଭାଙ୍ଗିଛି
ଲୋକତନ୍ତ୍ରର ମାଟି କୁହାଯାଉଥିବା ବିହାରରେ ବିଧାନସଭା ନିର୍ବାଚନ ୨୦୨୫ ଦୁଇଟି ପର୍ଯ୍ୟାୟରେ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ନଭେମ୍ବର ୬ ତାରିଖରେ ହୋଇଥିଲା ଏବଂ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ୧୧ ନଭେମ୍ବରରେ ହୋଇଛି। ପ୍ରଥମ ପର୍ଯ୍ୟାୟ ମତଦାନ ୧୮ ଜିଲ୍ଲାରେ ୧୨୧ ସିଟ ପାଇଁ ସମୁଦାୟ ୬୫.୦୮% ପ୍ରତିଶତ ଭୋଟିଂ ହୋଇଛି। ଏହି ଭୋଟିଂ ହାର ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ମତଦାନ ପ୍ରତିଶତ ରେକର୍ଡ କରିଛି। ଆଉ ଦ୍ବିତୀୟ ପର୍ଯ୍ୟାୟରେ ମଙ୍ଗଳବାର ୨୦ ଜିଲ୍ଲାରେ ୧୨୨ ସିଟ ପାଇଁ ମତଦାନ ହୋଇଥିଲା। ଆଉ ଏଥିରେ ପ୍ରଥମପର୍ଯ୍ୟାୟ ରେକର୍ଡ ବି ବ୍ରେକ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories