Bihar Elections / ବିହାରରେ ଶେଷ ପର୍ଯ୍ୟାୟ ମତଦାନ; ୧୩୦୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା
·8 months ago·2 min read

Key Points
ଦ୍ଵିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ବିହାରର ୨୦ଟି ଜିଲ୍ଲାର ୧୨୨ଟି ଆସନ ପାଇଁ ମତଦାନ ଚାଲିଛି । ୧୨୨ ଆସନରେ ପ୍ରତିଦ୍ଵନ୍ଦ୍ଵୀତା କରୁଛନ୍ତ ୧୩୦୨ ପ୍ରାର୍ଥୀ । ମତଦାନ ପାଇଁ କଡାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା ।
ପାଟନା: ଭୋଟ୍ ଦେଉଛି ବିହାର । ଦ୍ଵିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ବିହାରର ୨୦ଟି ଜିଲ୍ଲାର ୧୨୨ଟି ଆସନ ପାଇଁ ମତଦାନ ଚାଲିଛି । ୧୨୨ ଆସନରେ ପ୍ରତିଦ୍ଵନ୍ଦ୍ଵୀତା କରୁଛନ୍ତ ୧୩୦୨ ପ୍ରାର୍ଥୀ । ମତଦାନ ପାଇଁ କଡାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା । ସୋମବାର ସନ୍ଧ୍ୟା ୬ଟାରୁ ବିହାରର ମୋତିହାରୀରେ ଭାରତ-ନେପାଳ ସୀମାକୁ ୭୨ ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି ।
ନଭେମ୍ବର ୬ରେ ବିହାରର ୧୨୧ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ରେକର୍ଡ ମତଦାନ ହୋଇଥିଲା । ୬୪.୬୯ ପ୍ରତିଶତ ଭୋଟିଂ ହୋଇଥିଲା । ଏବେ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ରେକର୍ଡ ଭୋଟିଂ ହେବା ସମ୍ଭାବନା ରହିଛି ।
ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ, ଆହତଙ୍କୁ ଭେଟିଲେ ଅମିତ ଶାହ
ପୂର୍ବ ଚମ୍ପାରଣର ୧୨ ଆସନ, ପଶ୍ଚିମ ଚମ୍ପାରଣର ୧୧ ଆସନ, ସୀତାମଢ଼ିର ୮ ଆସନ, ମଧୁବନୀର ୧୦ ଆସନ, ସୁପୌଲର ୫ ଆସନ, ଅରରିଆର ୬ ଆସନ, କିଶନଗଞ୍ଜର ୪ ଆସନ, ପୂର୍ଣ୍ଣିୟାର ୭ ଆସନ, କଟିହାରର ୭ ଆସନ, ଭାଗଲପୁରର ୭ ଆସନ, ବାଙ୍କାର ୫ ଆସନ, ଜମୁଇର ୪ ଆସନ, ନବାଦାର ୫ ଆସନ, ଗୟାର ୧୦ ଆସନ, ଔରଙ୍ଗାବାଦର ୬ ଆସନ, ଜହାନାବାଦର ୩ ଆସନ, ଅରବଲର ୨ ଆସନ, କୈମୁରର ୪ ଆସନ, ରୋହତାସର ୭ ଆସନରେ ମତଦାନ ହେଉଛି ।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୬ ଜଣ ମନ୍ତ୍ରୀ ପ୍ରତିଦ୍ଵନ୍ଦ୍ଵୀତା କରୁଛନ୍ତି । ନିର୍ବାଚନ ଲଢ଼ୁଥିବା ବଡ଼ ଚେହେରା ଭିତରେ ବେତିଆ ଆସନରୁ ବିଜେପିର ରେଣୁ ଦେବୀ, କଟିହାରରୁ ବିଜେପିର ତାର କିଶୋର ପ୍ରସାଦ, ରୂପୌଲି ଆସନରୁ ଆରଜେଡିର ବୀମା ଭାରତୀ ତାଙ୍କ ବିପକ୍ଷରେ ଜେଡିୟୁର କଳାଧର ପ୍ରସାଦ ମଣ୍ଡଳ ଲଢ଼ୁଛନ୍ତି ।
ହର୍ଷିଧି ଆସନରୁ ନୀତିଶ ସରକାରରେ ମନ୍ତ୍ରୀ ଥିବା ବିଜେପିର କ୍ରିଷ୍ଣାନନ୍ଦନ ପାଶୱାନ, ଗୋବିନ୍ଦଗଞ୍ଜରୁ ଚିରାଗ ପାଶୱାନଙ୍କ ବିଶ୍ଵସ୍ତ ଏଲ୍ଜେପି ପ୍ରାର୍ଥୀ ରାଜୁ ତିୱାରୀ, ଛତାପୁରରୁ ନୀତିଶ ସରକାରରେ ମନ୍ତ୍ରୀ ଥିବା ବିଜେପିର ନୀରଜ ସିଂ, ଭାଗଲପୁରରୁ କଂଗ୍ରେସର ଅଜିତ୍ ଶର୍ମା ତାଙ୍କ ବିପକ୍ଷରେ ବିଜେପିର ରୋହିତ ପାଣ୍ଡେ, ଇମାମଗଞ୍ଜରୁ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ ବୋହୂ ଦୀପା ମାଞ୍ଝୀ ପ୍ରତିଦ୍ଵନ୍ଦ୍ଵୀତା କରୁଛନ୍ତି ।
ଏଥିସହ ପଢ଼ନ୍ତୁ: 'ରେଡ୍ ଲାଇଟ୍ରେ କାର୍ ଅଟକିବା ପରେ ହୋଇଥିଲା ବିସ୍ଫୋରଣ': ଦିଲ୍ଲୀ ପୋଲିସ କମିଶନର
ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ପ୍ରାୟ ୩ କୋଟି ୭୦ ଲକ୍ଷ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଭୋଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହିସୁଆ ଓ ନୱାଦା ଜିଲ୍ଲାରେ ସର୍ବାଧିକ ଭୋଟର ରହିଛନ୍ତି । ମୋଟ ଭୋଟରଙ୍କ ମଧ୍ୟରୁ ୧ କୋଟି ୭୫ ଲକ୍ଷ ହେଉଛନ୍ତି ମହିଳା ଭୋଟର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories