|
logo
Live
Argus News App
GET APP

Argus News - ବିହାର ନିର୍ବାଚନ: ସରିଲା ୨ ଘଣ୍ଟାର ଭୋଟ୍‌ ଗଣତି, ଜାଣନ୍ତୁ କେଉଁ ଦଳ...କେତେ ଆସନରେ ଆଗୁଆ

National

Bihar Election Results / ବିହାର ନିର୍ବାଚନ: ସରିଲା ୨ ଘଣ୍ଟାର ଭୋଟ୍‌ ଗଣତି, ଜାଣନ୍ତୁ କେଉଁ ଦଳ...କେତେ ଆସନରେ ଆଗୁଆ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·1 min read
ବିହାର ନିର୍ବାଚନ: ସରିଲା ୨ ଘଣ୍ଟାର ଭୋଟ୍‌ ଗଣତି, ଜାଣନ୍ତୁ କେଉଁ ଦଳ...କେତେ ଆସନରେ ଆଗୁଆ

Key Points

ବିହାର ବିଧାନସଭା ନିର୍ବାଚନ । ସରିଲା ୨ ଘଣ୍ଟାର ଭୋଟ୍ ଗଣତି । ଆଗରେ ରହିଛି NDA । 
ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଶୁକ୍ରବାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ୍‌ ପରେ ଇଭିଏମ୍‌ ଖୋଲିଛି । ତେବେ ଏହାରି ମଧ୍ୟରେ ବିହାର ନିର୍ବାଚନ ଫଳାଫଳ ପାଇଁ ଦୁଇ ଘଣ୍ଟା ଗଣନା ଶେଷ ହୋଇଛି । ଦୁଇ ଘଣ୍ଟାର ଟ୍ରେଣ୍ଡରେ ବିହାରରେ NDA ବହୁମତ ହାସଲ କରିଛି । ସେହିପରି ମହାଗଠବନ୍ଧନ ୭୦ ଆସନରେ ଆଗୁଆ ଅଛି । ଦୁଇ ଘଣ୍ଟା ଗଣନା ପରେ NDA ୧୬୧ ଆସନରେ ଆଗୁଆ ରହିଛି ।
ବିହାରରେ ସରକାର କରିବା ପାଇଁ ୧୨୨ ଆସନ ଜିତିବା ଆବଶ୍ୟକ । ଆଉ ଯଦି ପ୍ରଥମ ଦୁଇ ଘଣ୍ଟାର ଟ୍ରେଣ୍ଡ ଦେଖିବା ତାହାଲେ ବିହାରରେ ପୁଣି ଥରେ NDA ସରକାର କରିବ । ସେପଟେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିହାରର ପ୍ରାରମ୍ଭିକ ଟ୍ରେଣ୍ଡ ଦର୍ଶାଉଛି ଯେ ନୀତୀଶ କୁମାରଙ୍କ JDU ସବୁଠାରୁ ବଡ଼ ଦଳ ଭାବରେ ଉଭା ହେଉଛି ।
ପ୍ରାଥମିକ ଟ୍ରେଣ୍ଡ ଅନୁସାରେ କେଉଁ ଦଳ କେତେ ଆସନରେ ଆଗୁଆ

NDA

ବିଜେପି - ୬୯
JDU - ୭୫
LJP - ୧୩
ହମ୍ - ୩
RLM - ୧

ମହାଗଠବନ୍ଧନ

RJD - ୫୧
କଂଗ୍ରେସ - ୧୨
ବାମପନ୍ଥୀ - ୩
VIP - ୧

ସୂଚନା ଅନୁସାରେ, ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ଆସନରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ନଭେମ୍ବର ୬ରେ ପ୍ରଥମ ଓ ନଭେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବିହାର ବିଧାନସଭା ନିର୍ବାଚନରେ ୨୭ ମନ୍ତ୍ରୀ, ୧୧ ପୂର୍ବତନ ସାଂସଦ ଓ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିଥିବା ୨୭ ଲୋକସଭା ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Election Results: ବିହାର ନିର୍ବାଚନ: ସରିଲା ୨ ଘଣ୍ଟାର ଭୋଟ୍‌ ଗଣତି, ଜାଣନ୍ତୁ କେଉଁ ଦଳ...କେତେ ଆସନରେ ଆଗୁଆ | Argus News