Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election / ବିହାର ପାଇଁ NDAର ନିର୍ବାଚନୀ ଇସ୍ତାହାର; କୋଟିଏ ସରକାରୀ ଚାକିରି, କୋଟିଏ ଲକ୍ଷପତି ଦିଦି ସୃଷ୍ଟି ଘୋଷଣା

Sushanta Sahoo
Browse all articles by Sushanta Sahoo
·8 months ago·2 min read
ବିହାର ପାଇଁ NDAର ନିର୍ବାଚନୀ ଇସ୍ତାହାର; କୋଟିଏ ସରକାରୀ ଚାକିରି, କୋଟିଏ ଲକ୍ଷପତି ଦିଦି ସୃଷ୍ଟି ଘୋଷଣା

Key Points

୧ କୋଟି ଯୁବପିଢିଙ୍କୁ ଚାକିରି ଦିଆଯିବ ବୋଲି ବଡ଼ ଘୋଷଣା କରାଯାଇଛି । ମହିଳା ସଶକ୍ତିକରଣକୁ ଦିଆଯାଇଛି ସ୍ଵତନ୍ତ୍ର ଭାବେ ଗୁରୁତ୍ଵ । କୋଟିଏ ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ ।
ପାଟନା: ବିହାରର ପ୍ରଥମ ପର୍ଯ୍ଯାୟ ମତଦାନକୁ ସପ୍ତାହରୁ କମ୍ ସମୟ ବାକିଥିବା ବେଳେ NDA ଜାରି କରିଛି ସଂକଳ୍ପ ପତ୍ର । ଯେଉଁଥିରେ ଦାଦନ ରୋକିବାକୁ ୧ କୋଟି ଯୁବପିଢିଙ୍କୁ ଚାକିରି ଦିଆଯିବ ବୋଲି ବଡ଼ ଘୋଷଣା କରାଯାଇଛି । ମହିଳା ସଶକ୍ତିକରଣକୁ ଦିଆଯାଇଛି ସ୍ଵତନ୍ତ୍ର ଭାବେ ଗୁରୁତ୍ଵ । କୋଟିଏ ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ । ବିହାରରେ ୪ଟି ଅନ୍ତର୍ଜାତୀୟ ବିମାନବନ୍ଦର ସହ ୭ଟି ଏକ୍ସପ୍ରେସ୍ ୱେ ନିର୍ମାଣ ପ୍ରତିଶ୍ରୁତି ଦେଇଛି NDA ।

ଏଥିସହ ପଢ଼ନ୍ତୁ: ଭାରତର ବିଜୟ ପରେ ବାପାଙ୍କୁ ଧରି କାନ୍ଦିଲେ ଜେମିମା, ଭାଇରାଲ ହେଲା ଭିଡିଓ

ନିର୍ବାଚନୀ ଇସ୍ତାହରରେ NDA, ବିହାରରେ ୫୦ ଲକ୍ଷ ନୂଆ ପକ୍କା ଘର ନିର୍ମାଣ ସହ ମାଗଣା ରାସନ ପ୍ରତିଶ୍ରୁତି ଦେଇଛି । ୧୨୫ ୟୁନିଟ୍ ମାଗଣା ବିଦ୍ଯୁତ୍‍, ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହ ସାମାଜିକ ସୁରକ୍ଷା ଭତ୍ତାକୁ ନେଇ ବଡ଼ ଘୋଷଣା କରିଛି NDA ।


ପାଟନାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ NDA ମେଣ୍ଟର ଅନ୍ୟ ନେତାଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାର ଜାରି ହୋଇଛି । ବିଜେପି ନେତୃତ୍ଵାଧୀନ NDA ମେଣ୍ଟରେ JDU, LJP ଓ ଅନ୍ୟ ଦଳ ରହିଛନ୍ତି ।

ଏଥିସହ ପଢ଼ନ୍ତୁ: ପୀତବାସ ହତ୍ୟା ମାମଲା: ତଦନ୍ତ ପାଇଁ ୨ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ ପାଇଁ ଚିଠି

କିଷାନ ସମ୍ମାନ ଏବଂ MSPର ଗ୍ୟାରେଣ୍ଟି ସହ ଗରିବ ପରିବାର ଛାତ୍ରଙ୍କୁ ମାଗଣାରେ ଶିକ୍ଷା ବ୍ୟବସ୍ଥା ଘୋଷଣା କରାଯାଇଛି । କେଜିଠାରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା । ପ୍ରତିବର୍ଷ କୃଷକଙ୍କୁ ୩୦୦୦ ଟଙ୍କାର ସହାୟତା । କର୍ପୁରୀ ଠାକୁର କିଷାନ ସମ୍ମାନ ନିଧି ଆଣିବ ବିଜେପି । ବିହାର ଦୁଗ୍ଧ ମିଶନ ପାଇଁ ଯୋଜନା ନେଇ ସଙ୍କଳ୍ପ ପତ୍ରରେ ଉଲ୍ଲେଖ ରହିଛି । ବିହାରକୁ ଦକ୍ଷିଣ ଏସିଆରେ ଟେକ୍ସ ଟାଇଲ ହବ୍ ପାଇଁ ଯୋଜନା । ବିହାରକୁ AIର ହବ୍ କରିବାକୁ ସଂକଳ୍ପ ପତ୍ରରେ ଉଲ୍ଲେଖ କରାଯାଇଛି ।

ବିହାରରେ NDA ପୁଣି ଥରେ କ୍ଷମତାକୁ ଆସିଲେ ଯୁବକଙ୍କୁ କୌଶଳ ଅନୁସାରେ କର୍ମ ସଂସ୍ଥାନ ଦିଆଯିବ । ଏଥିପାଇଁ କୌଶଳ ଜନ ଗଣନା କରାଯିବ । ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ ଦକ୍ଷତା କେନ୍ଦ୍ର । ବିହାରକୁ ସ୍ପୋର୍ଟ୍ସ ସିଟିରେ ପରିଣତ କରାଯିବ ।

ବିହାରରେ ଭିତ୍ତିଭୂମିର ବିକାଶ କରାଯିବ । ୩୬୦୦ କିମିର ରେଳ ଟ୍ରାକ୍ ବିଛାଯିବ । ପାଟନା, ଦରଭଙ୍ଗା, ପୁର୍ଣ୍ଣିଆ ଓ ଭାଗଲପୁରରେ ଅନ୍ତର୍ଜାତୀୟ ବିମାନବନ୍ଦର ସହ ମେଟ୍ରୋ ଚାଲିବ । ୧୦ ସହରକୁ ସମ୍ପ୍ରସାରିତ ହେବ ବିମାନ ସେବା । ପ୍ରତି ଜିଲ୍ଲାରେ ହେବ ଇଣ୍ଡଷ୍ଟ୍ରିଆଲ୍ ପାର୍କ । ୧୦୦ MSME ପାର୍କ ସହ ୫୦ ହଜାର କଟେଜ୍ ଏଣ୍ଟରପ୍ରାଇଜର୍ସ ତିଆରି କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar NDA Manifesto: 1 Crore Jobs, Free Ration, Women Empowerment | Argus News | Argus News