|
logo
Live
Argus News App
GET APP

Argus News - ପୀତବାସ ହତ୍ୟା ମାମଲା: ତଦନ୍ତ ପାଇଁ ୨ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ ପାଇଁ ଚିଠି

Odisha

Pitabash Panda Murder Case / ପୀତବାସ ହତ୍ୟା ମାମଲା: ତଦନ୍ତ ପାଇଁ ୨ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ ପାଇଁ ଚିଠି

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ପୀତବାସ ହତ୍ୟା ମାମଲା: ତଦନ୍ତ ପାଇଁ ୨ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ ପାଇଁ ଚିଠି

Key Points

ପୀତବାସ ପଣ୍ଡା ହତ୍ୟା ମାମଲା । ତଦନ୍ତ ପାଇଁ ଦୁଇ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ କରିବାକୁ ଚିଠି । CB- CID ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏସ୍‌ପି ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ମାମଲା ଲଢିବା ପାଇଁ ଦୁଇ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ କରିବାକୁ ବ୍ରହ୍ମପୁର ଏସ୍‌ପି ଚିଠି ଲେଖିଛନ୍ତି । ହାଇକୋର୍ଟର ଦୁଇ ଓକିଲଙ୍କୁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ CB- CID ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ବ୍ରହ୍ମପୁର ଏସ୍‌ପି ।

ସିବିଆଇର ପୂର୍ବତନ ଅତିରିକ୍ତ ଆଇନ ପରାମର୍ଶଦାତା କାଳୀ ଚରଣ ମିଶ୍ର ଓ ବରିଷ୍ଠ ଆଇନଜୀବୀ ଅବିନାଶ ପାଢ଼ୀ । ଏହି ଦୁଇ ବରିଷ୍ଠ ଓକିଲଙ୍କୁ ସ୍ବତନ୍ତ୍ର ପିପି ଭାବେ ନିୟୋଜିତ କରିବାକୁ ଚିଠି ଲେଖିଛନ୍ତି ଏସ୍‌ପି । କାଳୀ ଚରଣ ମିଶ୍ରଙ୍କ ଓଡ଼ିଶାର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ମାମଲା ପରିଚାଳନାର ଦକ୍ଷତା ରହିଛି । ସେହିପରି ଅବିନାଶ ପାଢ଼ୀ ବି ବହୁ ଅପରାଧିକ ମାମଲା ପରିଚାଳନା କରିଛନ୍ତି । ତେଣୁ ଏହି ଦୁଇ ଅଭିଜ୍ଞ ଓକିଲଙ୍କୁ ନିୟୋଜିତ କରିବାକୁ ବ୍ରହ୍ମପୁର ଏସ୍‌ପି କହିଛନ୍ତି ।

ଅଧିକ ପଢ଼ନ୍ତୁ: ବୀମା ଟଙ୍କା ପାଇଁ ଲୁଟ୍‌ ନାଟକ, ୨ ମାଲିକଙ୍କ ସହ ୧୩ ଗିରଫ

ସେପଟେ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ୍‌ ଅଭିମୁଖେ ବାହାରିଲା ପିଣ୍ଟୁ ଦାସ । ବ୍ରହ୍ମପୁରରୁ କଡ଼ା ସୁରକ୍ଷା ବଳରେ ଫୁଲବାଣୀ ଜେଲ ଅଭିମୁଖେ ବାହାରିଛି ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଦାସ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପିଣ୍ଟୁ ଦାସ ଗିରଫ ହୋଇ ବ୍ରହ୍ମପୁର ଜେଲ୍‌ରେ ରହିଥିଲା ।

କିନ୍ତୁ ସେଠାରେ ପିଣ୍ଟୁ ଦାସଙ୍କ ଜୀବନ ପ୍ରତି ବିପଦ ରହିଥିବା ଆଶଙ୍କା କରିଥିଲେ ବ୍ରହ୍ମପୁର ମଣ୍ଡଳ କାରାଗାର ଜେଲର । ତେଣୁ ତାଙ୍କୁ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ୍‌କୁ ସ୍ଥାନାନ୍ତର ପାଇଁ ସେ ଏସଡିଜେଏମ କୋର୍ଟରେ ଆବେଦନ କରିଥିଲେ । ପିଣ୍ଟୁ ଦାସଙ୍କ ଘନିଷ୍ଠ ସହଯୋଗୀ ଶାନ୍ତି ମିଶ୍ର ହତ୍ୟା ମାମଲାର ଅଭିଯୁକ୍ତମାନେ ବି ଏହି ଜେଲ୍‌ରେ ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଜେଲର ଦର୍ଶାଇଥିଲେ ।

ସେପଟେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ୍ ୧୩ ଜଣଙ୍କୁ ଗିରଫ କରିସାରିଛି । ଏବେ ବି ପୀତବାସଙ୍କୁ ଗୁଳିମାଡ଼ କରିଥିବା କୁରୁପତି ଭୂୟାଁ ଫେରାର୍ ରହିଛି । ତେବେ ଏହି ମାମଲାରେ ପୋଲିସ୍ ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି । ଆଉ ଏବେ ମିଳିଥିବା ସୂଚନା ଅନୁସାରେ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢ଼ିବେ ୪୪ ଜଣ ଓକିଲ । ୪୪ ଜଣ ଓକିଲ କୋର୍ଟରେ ୱକାଲାତନାମା ଦାଖଲ କରିଛନ୍ତି । ବିକ୍ରମଙ୍କ ଭଳି କର୍ପୋରେଟର ମଳୟ ବିଷୋୟୀ ଓ ବିଜେଡି ନେତା ମଦନ ଦଳେଇଙ୍କ ପାଇଁ ମଧ୍ୟ ସେହି ୪୪ ଜଣ ଓକିଲ ଲଢ଼ିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pitabash Panda Murder Case: ପୀତବାସ ହତ୍ୟା ମାମଲା: ତଦନ୍ତ ପାଇଁ ୨ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ ପାଇଁ ଚିଠି | Argus News