Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election / ବିହାରରେ କ'ଣ ହେବ ପ୍ରଶାନ୍ତଙ୍କ ଭାଗ୍ୟ ?

Banajyotshna Ray
Browse all articles by Banajyotshna Ray
·8 months ago·2 min read
ବିହାରରେ କ'ଣ ହେବ ପ୍ରଶାନ୍ତଙ୍କ ଭାଗ୍ୟ ?

Key Points

ବିହାରରେ କ'ଣ ହେବ ପ୍ରଶାନ୍ତଙ୍କ ଭାଗ୍ୟ ?
ଆକାଶରେ ନହେଲେ ମାଟିରେ ବୋଲି କହିଥିଲେ ପ୍ରଶାନ୍ତ
ବୁଥ୍ ବାହୁଡ଼ା ମତରେ କଣ ରହିଛି ଜନସୁରାଜ ଗଣିତ ?
ଦେଶରେ କଣ ରହିଛି ନୂଆ ଦଳର ଟ୍ରାକ୍ ରେକର୍ଡ ?
ଭୋଟ୍ ଦେଉଛି ବିହାର । ଦ୍ଵିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ବିହାରର ୨୦ଟି ଜିଲ୍ଲାର ୧୨୨ଟି ଆସନ ପାଇଁ ମତଦାନ ଚାଲିଛି । ୧୨୨ ଆସନରେ ପ୍ରତିଦ୍ଵନ୍ଦ୍ଵୀତା କରୁଛନ୍ତ ୧୩୦୨ ପ୍ରାର୍ଥୀ । ମତଦାନ ପାଇଁ କଡାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା । ସୋମବାର ସନ୍ଧ୍ୟା ୬ଟାରୁ ବିହାରର ମୋତିହାରୀରେ ଭାରତ-ନେପାଳ ସୀମାକୁ ୭୨ ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି । ନଭେମ୍ବର ୬ରେ ବିହାରର ୧୨୧ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ରେକର୍ଡ ମତଦାନ ହୋଇଥିଲା । ୬୪.୬୯ ପ୍ରତିଶତ ଭୋଟିଂ ହୋଇଥିଲା । ଏବେ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ରେକର୍ଡ ଭୋଟିଂ ହେବା ସମ୍ଭାବନା ରହିଛି । ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ପ୍ରାୟ ୩ କୋଟି ୭୦ ଲକ୍ଷ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଭୋଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହିସୁଆ ଓ ନୱାଦା ଜିଲ୍ଲାରେ ସର୍ବାଧିକ ଭୋଟର ରହିଛନ୍ତି । ମୋଟ ଭୋଟରଙ୍କ ମଧ୍ୟରୁ ୧ କୋଟି ୭୫ ଲକ୍ଷ ହେଉଛନ୍ତି ମହିଳା ଭୋଟର ।

1983 ମସିହା, ଆନ୍ଧ୍ର ପ୍ରଦେଶରେ ଏନଟି ରାମାରାଓଙ୍କ ବଡ଼ ଧମାକା: 

1983 ମସିହାରେ ଆନ୍ଧ୍ରରେ ହୋଇଥିବା ବିଧାନସଭା ନିର୍ବାଚନରେ ଅଭିନେତାରୁ ରାଜନେତା ପାଲଟିଥିବା ଏନଟି ରାମାରାଓଙ୍କ ତେଲୁଗୁଦେଶମ ପାର୍ଟି ସଫଳତା ପାଇଥିଲା। TDPର ଏହା ପ୍ରଥମ ନିର୍ବାଚନ ଥିଲା। ଏଥିରେ ଟିଡିପି 46 ପ୍ରତିଶତ ଭୋଟ ସହିତ 294 ଆସନରୁ 202 ଆସନରେ ବିଜୟୀ ହୋଇଥିଲା। ଏନଟି ରାମାରାଓଙ୍କ ଏହି ବିଜୟ ହିଁ କଂଗ୍ରେସକୁ ଆନ୍ଧ୍ରରେ କ୍ଷମତାଚ୍ୟୁତ କରିଥିଲା ।

1985 ମସିହା, ଆସାମରେ ପ୍ରଫୁଲ୍ଲ ମହନ୍ତାଙ୍କ ଧମାକା:

ଆନ୍ଧ୍ରରେ ଏନଟି ରାମାରାଓଙ୍କ ସଫଳତାର ଦୁଇ ବର୍ଷ ପରେ 1985ରେ ଆସାମ ବିଧାନସଭା ନିର୍ବାଚନରେ ସେହିପରି କିଛି ଘଟିଥିଲା। ପ୍ରଫୁଲ୍ଲ ମହନ୍ତାଙ୍କ ପାର୍ଟି ଆସାମ ଗଣପରିଷଦ ସଫଳତା ପାଇଥିଲା। 35 ପ୍ରତିଶତ ଭୋଟ ସହିତ ମୋଟ 126 ଆସନରୁ 64 ଆସନରେ ବିଜୟୀ ହୋଇ କ୍ଷମତାକୁ ଆସିଥିଲା। 2013 ମସିହା, ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ ସମର୍ଥନ । 1985 ପରେ ଅନେକ ରାଜନୈତିକ ଦଳ ଆସିଛନ୍ତି। ହେଲେ ସମସ୍ତଙ୍କୁ ଟିଡିପି କିମ୍ବା ଆସାମ ଗଣ ପରିଷଦ ପରି ସଫଳତା ମିଳିନି।

ଏଥିସହ ପଢ଼ନ୍ତୁ: ବିହାରରେ ଶେଷ ପର୍ଯ୍ୟାୟ ମତଦାନ; ୧୩୦୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା

କିନ୍ତୁ 2013ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି ଧମାକା କରିଥିଲା। ଆପ୍ 30 ପ୍ରତିଶତ ଭୋଟ ସହ ମୋଟ 70ରୁ 28 ଆସନରେ ବିଜୟୀ ହୋଇଥିଲା। ଏହାପରେ ଦିଲ୍ଲୀବାସୀ ଅରବିନ୍ଦ କେଜରିଓ୍ବାଲଙ୍କୁ 2ଥର ମୁଖ୍ୟମନ୍ତ୍ରୀ କରିଥିଲେ।

ଅଧିକ ପଢ଼ନ୍ତୁ ଦେଶ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Election | What Awaits Prashant in Bihar result | Argus News | Argus News