Medical Student / କେନ୍ଦ୍ର କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି, ଡାକ୍ତରୀ ପଢ଼ିବା ଆଶାୟୀଙ୍କ ପାଇଁ ନୂଆ ସୁଯୋଗ

Key Points
୨୦୨୫-୨୬ ରୁ ୨୦୨୮-୨୯ ପର୍ଯ୍ୟନ୍ତ ଏହି ଯୋଜନାରେ ମୋଟ ₹15,034.50 କୋଟି ଖର୍ଚ୍ଚ ହେବ ।
ସେଥିମଧ୍ୟରୁ ₹10,303.20 କୋଟି କେନ୍ଦ୍ର ସରକାର ଏବଂ ₹4,731.30 କୋଟି ରାଜ୍ୟ ସରକାର ବହନ କରିବେ।
ଡାକ୍ତର ହେବା ପାଇଁ ଆଶା କରୁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ସରକାର କଲେ ବଡ଼ ଘୋଷଣା । କ୍ୟାବିନେଟରେ ହେଲା ପାରିତ । ଡାକ୍ତରୀ ପରୀକ୍ଷା ଆଶାୟୀ ଏବଂ MBBS ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । କେନ୍ଦ୍ର କ୍ୟାବିନେଟ୍, ସାରା ଦେଶର ମେଡିକାଲ୍ କଲେଜ, ସ୍ନାତକୋତ୍ତର ପ୍ରତିଷ୍ଠାନ ଏବଂ ସରକାରୀ ହସ୍ପିଟାଲରେ ପିଜି ଏବଂ ୟୁଜି ସିଟ୍ ବୃଦ୍ଧି କରିବାକୁ ଅନୁମୋଦନ ଦେଇସାରିଛି।
ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସରକାରୀ ମେଡିକାଲ୍ କଲେଜଗୁଡ଼ିକୁ ସୁଦୃଢ଼ ଏବଂ ଆଧୁନିକୀକରଣ ପାଇଁ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ତୃତୀୟ ପର୍ଯ୍ୟାୟକୁ ଅନୁମୋଦନ ମିଳିଛି। ଏହି ଯୋଜନା ଅଧୀନରେ, ୫୦୨୩ MBBS ସିଟ୍ ବୃଦ୍ଧି କରାଯିବ । ଖାଲି ସେତିକି ନୁହେଁ ପ୍ରତି ସିଟ୍ ପାଇଁ ସରକାରୀ ଖର୍ଚ୍ଚ ସୀମା ₹1.50 କୋଟିକୁ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ସାରା ଦେଶରେ ମେଡିକାଲ୍ କଲେଜଗୁଡ଼ିକରେ MBBS ଏବଂ PG ସିଟ୍ ସଂଖ୍ୟା ବୃଦ୍ଧି ପାଇବ।
ଏହାସହ ପଢ଼ନ୍ତୁ: ୯୯.୯୯ ପରସେଣ୍ଟାଇଲ ରଖିଥିଲେ, ତଥାପି ପରିବାର ଲୋକଙ୍କ ଚାପ ଆଗରେ ହାର ମାନିଲେ ଛାତ୍ର
📱 Get Argus News App
✨୨୦୨୫-୨୬ ରୁ ୨୦୨୮-୨୯ ପର୍ଯ୍ୟନ୍ତ ଏହି ଯୋଜନାରେ ମୋଟ ₹15,034.50 କୋଟି ଖର୍ଚ୍ଚ ହେବ । ସେଥିମଧ୍ୟରୁ ₹10,303.20 କୋଟି କେନ୍ଦ୍ର ସରକାର ଏବଂ ₹4,731.30 କୋଟି ରାଜ୍ୟ ସରକାର ବହନ କରିବେ।
ସରକାରଙ୍କ କହିବା କଥା, ଏହି ଯୋଜନା ମାଧ୍ୟମରେ ଭାରତରେ ଛାତ୍ରଛାତ୍ରୀମାନଙ୍କୁ ଡାକ୍ତରୀ ଶିକ୍ଷା ପାଇଁ ଅଧିକ ସୁଯୋଗ ମିଳିବ । ଡାକ୍ତରୀ ଶିକ୍ଷାର ଗୁଣବତ୍ତା ବିଶ୍ୱ ମାନଦଣ୍ଡ ଅନୁସାରେ ବୃଦ୍ଧି କରାଯିବ। ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସେବା ଖୁବ୍ ଉନ୍ନତ ହେବ । ଡାକ୍ତର, ଅଧ୍ୟାପକ, ପାରାମେଡିକାଲ୍ କର୍ମଚାରୀ, ଗବେଷକ ଏବଂ ପ୍ରଶାସନିକ କର୍ମଚାରୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସରକାରଙ୍କ ଏଭଳି ନିଷ୍ପତ୍ତି ପରେ, ଦେଶରେ ୟୁଜି ସ୍ତରୀୟ ମେଡିକାଲ କ୍ଷମାତା ବୃଦ୍ଧି ପାଇବ । ଅଧିକ ସଂଖ୍ୟାରେ ବିଶେଷଜ୍ଞ ଡାକ୍ତର ସୃଷ୍ଟି ହେବେ ।
ଏହାସହ ପଢ଼ନ୍ତୁ: ଜବରଦସ୍ତ ଝଟ୍କା ! ଭାରତୀୟ ନିୟମ ମାନିବାକୁ ବାଧ୍ୟ...
୨୦୨୫ ମସିହାରେ ଏନଏମସି ସିଟ୍ ମାଟ୍ରିକ୍ସରେ ୬,୮୫୦ ରୁ ଅଧିକ ଆସନ ଯୋଡା ଯାଇଛି, ଯେତେବେଳେ କି ୧୦୦୦ ରୁ ଅଧିକ ଆସନ ହଟାଇ ଦିଆଯାଇଛି। ଭାରତରେ ଏମବିବିଏସ୍ ସିଟ୍ ସଂଖ୍ୟା ଗତ ବର୍ଷ ୧ ଲକ୍ଷ ୧୭ ହଜାର ୭୫୦ ରୁ ବୃଦ୍ଧି ପାଇ ୧ ଲକ୍ଷ ୨୩ ହଜାର ୭୦୦ କରାଯାଇଛି।
ବର୍ତ୍ତମାନ ଭାରତରେ ୮୦୮ଟି ମେଡିକାଲ୍ କଲେଜ ରହିଛି । ଯେଉଁଥିରେ ୧ ଲକ୍ଷ ୨୩ ହଜାର ୭୦୦ ଏମବିବିଏସ୍ ସିଟ୍ ଉପଲବ୍ଧ ରହିଛି। ଗତ ଦଶ ବର୍ଷ ମଧ୍ୟରେ ୬୯ ହଜାର ୩୫୨ ଟି ନୂତନ ଏମବିବିଏସ୍ ଏବଂ ୪୩ ହଜାର ୪୧ଟି ପିଜି ସିଟ୍ ଯୋଡ଼ା ଯାଇଛି । ଏହାବାଦ୍ ଏବେ ବି ବିଭିନ୍ନ କ୍ଷେତ୍ରରେ ସିଟ୍ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ଅନୁଭବ କରାଯାଉଛି । ଏହି ନିଷ୍ପତ୍ତିକୁ ସାରା ଦେଶରେ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଏବଂ ଉପଲବ୍ଧତାକୁ ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।
Related Topics
Explore more stories